୧୧ ସେପ୍ଟେମ୍ବର, ରବିବାର: ବହୁଦିନରୁ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରୁ ମନ ଖୁସି ରହିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 10, 2022

୧୧ ସେପ୍ଟେମ୍ବର, ରବିବାର: ବହୁଦିନରୁ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରୁ ମନ ଖୁସି ରହିବ

ମେଷ: ମନ ଅଶାନ୍ତ ରହିବ। ବନ୍ଧୁଙ୍କ ସହ ଝଗଡ଼ା ହୋଇପାରେ। ଦୂର ସ୍ଥାନକୁ ଗଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ବୃଷ: ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବେ।

ମିଥୁନ: କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ। ପରିବାରରେ ଶାନ୍ତି ବଜାୟ ରହିବ। ମହିଳାମାନେ ଧର୍ମକାର୍ଯ୍ୟରେ ଲିପ୍ତ ରହିବେ।

କର୍କଟ: ସଭାସମିତିରେ ସମ୍ମାନିତ ହେବେ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ବହୁଦିନରୁ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରୁ ମନ ଖୁସି ରହିବ।

ସିଂହ: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ଘରେ ସମସ୍ତେ ବ୍ୟସ୍ତବିବ୍ରତ ହେବେ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ ଏବଂ ସେମାନେ ଅସୁବିଧାରେ ପକାଇପାରନ୍ତି।

କନ୍ୟା: ବାକି ପଡ଼ିଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ରହିବ। ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇବେ। ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ରହିବ।

ତୁଳା: ହସଖୁସିରେ ସମୟ ଅତିବାହିତ କରିବେ। ବନ୍ଧୁଙ୍କ ସହିତ ମତଭେଦ ସୃଷ୍ଟି ହେବ। ସନ୍ତାନମାନଙ୍କ କାର୍ଯ୍ୟକଳାପ ବାପାମା’ଙ୍କ ମନରେ ଅଶାନ୍ତି ସୃଷ୍ଟି କରିବ।

ବିଛା: ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ। ସୁସ୍ୱାଦୁ ଭୋଜନ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଭ୍ରମଣ ଯୋଗ ରହିଛି। ନୂତନ ଚାକିରିର ସୁଯୋଗ ମିଳିବ।

ଧନୁ: ପାରିବାରିକ ସମସ୍ୟା ଯୋଗୁ କ୍ରୋଧିତ ହେବେ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବଢ଼ିବେ। ତେଣୁ ସତର୍କ ରହିବାକୁ ପଡ଼ିବ। ଦୂରସ୍ଥାନକୁ ଗଲାବେଳେ ସାବଧାନତାର ସହିତ ଯାଆନ୍ତୁ, ନହେଲେ ଅସୁବିଧାରେ ପଡ଼ିବେ।

ମକର: ଅଧା ରହିଥିବା କାର୍ଯ୍ୟକୁ ସାହସର ସହିତ ସମ୍ପୂର୍ଣ୍ଣ କରିପାରିବେ। ଭାତୃବିବାଦ ଦୂରେଇଯିବ ଓ ପାରିବାରିକ ସମସ୍ୟାର ସମାଧାନ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସୁଯୋଗ ଆସିବାରୁ ମନ ଖୁସି ରହିବ।

କୁମ୍ଭ: କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ। ରାଜନୀତିରେ ସଫଳତା ପାଇପାରିବେ। ନୂଆ ଘର କରିବା ପାଇଁ ନିଜର ଅତି ଘନିଷ୍ଠ ବନ୍ଧୁଙ୍କର ପରାମର୍ଶ ନେବେ। ଭାବୁଥିବା କାର୍ଯ୍ୟ ସଂପନ୍ନ ହେବ।

ମୀନ: ଦାମ୍ପତ୍ୟ ଜୀବନ ଭଲ ରହିବ। ନୂଆ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ। ଭୂମି, ଗାଡ଼ି ଆଦି କ୍ରୟ କରିବା ପାଇଁ ସୁଯୋଗ ମିଳିବ। ବଡ଼ ବ୍ୟବସାୟ ପାଇଁ ମନ ବଳାଇବେ ଓ ସେଥିପାଇଁ ବନ୍ଧୁଙ୍କର ସହଯୋଗ ଲୋଡ଼ିବେ।

The post ୧୧ ସେପ୍ଟେମ୍ବର, ରବିବାର: ବହୁଦିନରୁ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରୁ ମନ ଖୁସି ରହିବ appeared first on Odisha Reporter.



from Odisha Reporter https://ift.tt/KHJh3mD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages