ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ: କାଲିସଙ୍କୁ ହରାଇଲେ ସେହବାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 17, 2022

ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ: କାଲିସଙ୍କୁ ହରାଇଲେ ସେହବାଗ

କୋଲକାତା: ଶନିବାର ଠାରୁ ଆରମ୍ଭ ହୋଇଥିବା ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ମ୍ୟାଚ୍‌ରେ ବାଜିମାତ କରିଛି ବୀରେନ୍ଦ୍ର ସେହବାଗଙ୍କ ଗୁଜରାଟ ଜିଆଣ୍ଟସ। ଦଳ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ କ୍ରିକେଟର ଜ୍ୟାକ କାଲିସଙ୍କ ଇଣ୍ଡିଆ କ୍ୟାପିଟାଲ୍ସକୁ ୩ ୱିକେଟରେ ହରାଇ ଦେଇଛି। କୋଲକାତାର ଇଡେନ ଗାର୍ଡେନରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା କାଲିସଙ୍କ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୭୯ ରନ କରିଥିଲା।

ଦଳ ପକ୍ଷରୁ ୱେଷ୍ଟଇଣ୍ଡିଜ୍‌ ତାରକା ଆଶେଲ ନର୍ସ ମାତ୍ର ୪୩ ବଲରେ ଅପରାଜିତ ୧୦୭ ରନର ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୯ଟି ଛକା ଓ ୮ଟି ଚୌକା ମାରିଥିଲେ। ଏକଦା ଇଣ୍ଡିଆ କ୍ୟାପିଟାଲ୍ସ ୭୪ ରନରେ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ନର୍ସ ଓ ଲିଆମ ପ୍ଲଙ୍କିଟ(୧୫) ଓ ନର୍ସ ୭ ୱିକେଟ ପାଇଁ ୬୪ ରନ ଯୋଡ଼ିଥିଲେ। ସେହିପରି ନର୍ସ ଶେଷ ଯାଏ ଅପରାଜିତ ରହି ଦଳୀୟ ସ୍କୋରକୁ ୧୭୯ରେ ପହଞ୍ଚାଇଥିଲେ।

ଏହାର ଜବାବରେ ଗୁଜରାଟ ଜିଆଣ୍ଟସ ୪୦ ରନରେ ଅଧିନାୟକ ବୀରେନ୍ଦ୍ର ସେହୱାଗ(୬)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ମିଚେଲ ଜନସନ ନେଇଥିଲେ। କିନ୍ତୁ ଅନ୍ୟତମ ଓପନର କେଭିନ ଓ’ବ୍ରାଏନ ଆଟାକିଂ ଶଟ୍‌ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ତାଙ୍କୁ ପାର୍ଥିବ ପଟେଲ(୨୪) ଓ ୟଶପାଲ ସିଂହ(୨୧) ଭରପୂର ସହଯୋଗ କରିଥିଲେ। ଓବ୍ରାଏନ ୬୧ ବଲରେ ବିସ୍ଫୋରକ ୧୦୬ ରନର ଇନିଂସ ଖେଳି ଗୁଜରାଟକୁ ସହଜ ବିଜୟ ଭେଟି ଦେଇଛନ୍ତି। ତାଙ୍କର ଏହି ଶତକୀୟ ଇନିଂସରେ ୩ଟି ଛକା ୧୫ଟି ଚୌକା ରହିଥିଲା।

ଦଳକୁ ଜିତିବା ପାଇଁ ୫ ରନ ଦରକାର ଥିବା ବେଳେ ଓବ୍ରାଏନ ଆଉଟ ହୋଇଥିଲେ। ଏହା ପରେ ଗୁଜରାଟ ଲଗାତର ୩ଟି ୱିକେଟ ହରାଇଥିଲା। ୧୭୯ରେ ଦଳ ତିସିରା ପେରରା(୧)ଙ୍କୁ ପ୍ରଥମେ ହରାଇଥିଲା। ୧୯ତମ ଓଭରରେ ପ୍ରବୀଣ ତାମ୍ବେ ଲଗାତର ୨ଟି ବଲରେ ୨ଟି ୱିକେଟ ନେଇ ମ୍ୟାଚ୍‌ରେ ରୋମାଞ୍ଚ ଭରିଥିଲେ। କିନ୍ତୁ ଗୁଜରାଟକୁ ଜିତିବା ପାଇଁ ୧ ରନ ଦରକାର ଥିବା ବେଳେ ହ୍ୟାଟ୍ରିକ୍‌ ବଲରେ ତାମ୍ବେ ୱାଇଡ ପକାଇ ଦେଇଥିଲେ। ଫଳରେ ଗୁଜରାଟ ୮ ବଲ ପୂର୍ବରୁ ୭ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଥିଲା। ମାତ୍ର ୪୩ ବଲରେ ଅପରାଜିତ ୧୦୩ ରନର ଇନିଂସ ଖେଳିଥିବା ନର୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

The post ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ: କାଲିସଙ୍କୁ ହରାଇଲେ ସେହବାଗ appeared first on Odisha Reporter.



from Odisha Reporter https://ift.tt/JCpLBgb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages