୭୦ ବର୍ଷ ପରେ ଭାରତ ମାଟିରେ ଦୌଡ଼ିଲେ ଚିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 17, 2022

୭୦ ବର୍ଷ ପରେ ଭାରତ ମାଟିରେ ଦୌଡ଼ିଲେ ଚିତା

ଭୋପାଲ: ଭାରତୀୟ ଜଙ୍ଗଲରେ ପାଦ ଦେଲେ ଚିତା ବାଘ। ଗୋଟିଏ କି ଦୁଇଟି ନୁହେଁ ଏକାଥରେ ୮ଟି ଚତା ବାଘ ଆଜି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପ୍ରବେଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ ଜନ୍ମ ଦିନରେ ନାମିବ୍ୟାରୁ ଆସିଥିବା ଚିତା ବାଘଗୁଡ଼ିକୁ ଜଙ୍ଗଲରେ ଛାଡ଼ିଛନ୍ତି। ଏହାକୁ ସେ ଏକ ଐତିହାସିକ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରିଛନ୍ତି। ଏଥସହ ଚିତା ଦେଇଥିବାରୁ ମୋଦି ନାମିବ୍ୟା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନାମିବ୍ୟା ସରକାରଙ୍କ ସହଯୋଗ ବିନା ଏହା ସମ୍ଭବ ନଥିଲା ବୋଲି ମୋଦି କହିଛନ୍ତି।

ଜଙ୍ଗଲକୁ ଯାଇଥିବା ଚିତାଙ୍କ ବେକରେ ଜିପିଏସ୍‌ ଲାଗିଛି। ସେମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ବିଭିନ୍ନ ସ୍ଥାନରେ କ୍ୟାମେରା ମଧ୍ୟ ଖଞ୍ଜା ଯାଇଛି। କୁନୋ ଜାତୀୟ ଉଦ୍ୟାନରେ ଏବେ ୩ଟି ଅଣ୍ଡିରା ଓ ୫ଟି ମାଈ ଚିତା ବାଘ ପ୍ରବେଶ କରିଛନ୍ତି। ଚିତା ବାଘ ଭାରତୀୟ ଜଙ୍ଗଲରେ ପାଦ ରଖିବା କ୍ଷଣି ୭୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି।

କାରଣ ଦୀର୍ଘ ୭୦ ବର୍ଷ ହେଲା ଭାରତରୁ ଚିତା ବାଘ ବଂଶ ଲୋପ ପାଇ ଯାଇଥିଲା। ଏବେ ଏହାକୁ ପୁଣି ବିସ୍ତାର କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ନାମିବ୍ୟାରୁ ୮ଟି ଚିତା ବାଘ ଆମଦାନୀ କରାଯାଇଛି। ପରବର୍ତ୍ତୀ ସମୟରେ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ବାଘ ଅଣାଯାଇ ଭାରତର ବିଭିନ୍ନ ଜଙ୍ଗଲରେ ଛଡ଼ା ଯିବ।

ପ୍ରଥମ ପର୍ଯ୍ୟାୟରେ ନାମିବ୍ୟାରୁ ୮ଟି ଚିତା ବାଘ ଆଣିବାକୁ ସ୍ୱତନ୍ତ୍ର ବିମାନ ଯାଇଥିଲା। ବିମାନକୁ ମଧ୍ୟ ବାଘ ମୁହଁ ପରି ଚିତ୍ରିତ କରାଯାଇଥିଲା। ଆଜି ସକାଳେ ବାଘ ଗୁଡ଼ିଙ୍କୁ ଧରି ସ୍ୱତନ୍ତ୍ର ବିମାନ ପ୍ରଥମେ ଗ୍ୱାଲିୟର ସ୍ଥିତ ବାୟୁସେନା ଏୟାର ବେସ୍‌ରେ ପହଞ୍ଚିଥିଲା। ସେଠାରୁ ବାଘ ଗୁଡ଼ିକୁ ଚିନୁକ୍‌ ହେଲିକପ୍ଟର ଦ୍ୱାରା କୁନୋ ଜାତୀୟ ଉଦ୍ୟାନକୁ ନିଆଯାଇଥିଲା।

ପ୍ରଥମେ ବାଘଗୁଡ଼ିକୁ ସ୍ପେଶାଲ ଏନକ୍ଲୋଜରରେ ରଖାଯାଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଉଦ୍ୟାନରେ ପହଞ୍ଚିଥିଲେ। ସେ ନିଜ ହାତରେ ଶଟର ଖୋଲି ବାଘ ଗୁଡ଼ିକୁ ଜଙ୍ଗଲକୁ ଛାଡ଼ିଥିଲେ। ବାଘ ଗୁଡ଼ିକ ଜଙ୍ଗଲରେ ପାଦ ଦେବା ପରେ ଏଣେତେଣେ ବୁଲିବାକୁ ଲାଗିଛନ୍ତି। ମୋଦି ମଧ୍ୟ ସେମାନଙ୍କୁ ଛାଡ଼ିବା ପରେ ଏବ ବିରାଟ ପ୍ରଫେସନାଲ କ୍ୟାମେରାରେ ବାଘଗୁଡ଼ିକର ଫଟୋ ଉଠାଇଛନ୍ତି। ପ୍ରଥମେ ସେ ଏନକ୍ଲୋଜର ନମ୍ବର ୧ରୁ ୨ଟି ଚିତାଙ୍କୁ ରିଲିଜ୍‌ କରିଥିଲେ। ଏହାପରେ ୭୦ ମିଟର ଦୂରରେ ଥିବା ଦ୍ୱିତୀୟ ଏନକ୍ଲୋଜରରୁ ଆଉ ଗୋଟିଏ ଚିତାକୁ ମୁକ୍ତ କରିଥିଲେ।


ଚିତା ଗୁଡ଼ିକର ଗତିପଥକୁ ଅନୁଧ୍ୟାନ କରିବାକୁ ସେମାନଙ୍କ ଶରୀରରେ ରେଡିଓ କଲାର୍ସ ଲଗାଯାଇଛି। ଏହାବାଦ ୨୪ ଘଣ୍ଟା ପ୍ରତିଟି ଚିତା ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି।

The post ୭୦ ବର୍ଷ ପରେ ଭାରତ ମାଟିରେ ଦୌଡ଼ିଲେ ଚିତା appeared first on Odisha Reporter.



from Odisha Reporter https://ift.tt/PpOVTH9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages