ଖାଇକୁ ଖସିଲା ମିନି ବସ୍‌, ୧୧ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 13, 2022

ଖାଇକୁ ଖସିଲା ମିନି ବସ୍‌, ୧୧ ମୃତ

ଶ୍ରୀନଗର: ଭୟଙ୍କର ସଡକ ଦୁର୍ଘଟଣା। ଖାଇକୁ ଖସିଲା ମିନି ବସ୍‌। ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ସକାଳୁ ଜମ୍ମୁକଶ୍ମୀରର ପୁଞ୍ଚ ଅଞ୍ଚଳରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୮ ଜଣ ଆହତ ମଧ୍ୟ ହୋଇଛନ୍ତି। ସମସ୍ତ ଆହତଙ୍କୁ ମଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଆଜି ଭୋରୁ ପୁଞ୍ଚର ସବଜିଆନ ଅଞ୍ଚଳରେ ଏକ ଯାତ୍ରୀବାହୀ ମିନି ବସ୍‌ ଖାଇକୁ ଖସିପଡିଛି। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ହୋଇଛି। ମଣ୍ଡି ତହସିଲଦାର ଶହଜାଦ ଲତିଫ ଏନେଇ ସୂଚନା ଦେଇଛନ୍ତି। ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି। ସେପଟେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏହା ସହିତ ଆହତମାନଙ୍କୁ ଭଲ ଚିକିତ୍ସା ଯୋଗାଇବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

The post ଖାଇକୁ ଖସିଲା ମିନି ବସ୍‌, ୧୧ ମୃତ appeared first on Odisha Reporter.



from Odisha Reporter https://ift.tt/xHwLqvJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages