ଡରାଉଛି ଡେଙ୍ଗୁ; ମାଲକାନଗିରିରେ ଚିହ୍ନଟ ହେଲେଣି ୬୨ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 13, 2022

ଡରାଉଛି ଡେଙ୍ଗୁ; ମାଲକାନଗିରିରେ ଚିହ୍ନଟ ହେଲେଣି ୬୨ ଆକ୍ରାନ୍ତ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ପିଛା ଛାଡ଼ୁନି ରୋଗ ଆତଙ୍କ। ଗୋଟିଏ ପଟେ ଅଜଣା ରୋଗ ଆତଙ୍କରେ ଲୋକେ କଲବଲ ହେଉଥିବା ବେଳେ ଅନ୍ୟପଟେ ଡରାଉଛି ଡେଙ୍ଗୁ। ମାସକୁ ମାସ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପ୍ରଶାସନ ଆଗରେ ଚ୍ୟାଲେଞ୍ଜ ଭାବେ ଛିଡ଼ା ହୋଇଛି।

ପ୍ରାୟ ୬ ମାସରୁ ଅଧିକ ସମୟ ହେବ ମାଲକାନଗିରି ଜିଲ୍ଲାରେ ଚିହ୍ନଟ ହେଉଛନ୍ତି ଡେଙ୍ଗୁ ରୋଗୀ। ଗତମାସରେ ୩୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚଳିତମାସରେ ଏପର୍ଯ୍ୟନ୍ତ ୬୨ଜଣ ରୋଗୀ ଚିହ୍ନଟ ହୋଇ ସାରିଲେଣି।

ଏହା ଧୀରେ ଧୀରେ ନିୟନ୍ତ୍ରଣକୁ ଆସିବା ପରିବର୍ତ୍ତେ ପ୍ରତି ମାସ ଏହି ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲ୍ଲାର ଚିତ୍ରକୋଣ୍ଡା ଓ ମାଲକାନଗିରି, ବାଲିମେଳା ସହରରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି। ଏହାବାଦ ଅନ୍ୟ ସବୁ ବ୍ଲକ ଓ ସଦର ମହକୁମାରେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଡେଙ୍ଗୁ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମାଲକାନଗିରି ସଦର ମହକୁମାରେ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ କରାଯାଇଛି ।  କିନ୍ତୁ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଅନେକ ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। ଗୁରୁତରମାନଙ୍କୁ ତୁରନ୍ତ କୋରାପୁଟ ସ୍ଥାନାନ୍ତର କରାଯାଉଛି।  ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମାଲକାନଗିରିରେ ଡେଙ୍ଗୁ ବ୍ୟାପୁଥିବା ସ୍ୱୀକାର କରିବା ସହ ଭୟଭୀତ  ନେହେବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି। ତେବେ ଆକ୍ରାନ୍ତଙ୍କ ସଂଖ୍ୟା ଉପରମୁହାଁ ଥିବା ବେଳେ ସ୍ଥିତି କିପରି ନିୟନ୍ତ୍ରଣକୁ ଆସିଲା ତାକୁ ନେଇ ଉଠିଛି ପ୍ରଶ୍ନ। ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲାରେ ଅଜଣା ରୋଗରେ ୮ ଜଣଙ୍କ ଜୀବନ ଗଲାଣି । ଏହାପରେ ଡେଙ୍ଗୁ ଦାଉ ସାଧୁଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ଜିଲ୍ଲାବାସୀ।

ଏନେଇ ମାଲକାନଗିରି ସିଡିଏମ୍‌ଓ କହିଛନ୍ତି, ଜିଲ୍ଲାରେ ଏଯାଏ ସମୁଦାୟ ୨୦୫ କେସ୍‌ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୩୦ଟି ଆକ୍ଟିଭ ଅଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୭ ଜଣଙ୍କୁ ଆଡମିଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୩ ଜଣ ପଜିଟିଭ ଅଛନ୍ତି। ଘର ଘର ବୁଲି ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି।  ଡେଙ୍ଗୁ ମୁଖ୍ୟତଃ ଜିଲ୍ଲାର ସହରାଞ୍ଚଳରେ ବ୍ୟାପୁଥିବାରୁ ମ୍ୟୁନିସିପାଲିଟି ଓ ଏନଏସି ସାହାଯ୍ୟରେ ନାଳ,ନର୍ଦ୍ଦମା ସଫା କରାଯାଉଛି।

The post ଡରାଉଛି ଡେଙ୍ଗୁ; ମାଲକାନଗିରିରେ ଚିହ୍ନଟ ହେଲେଣି ୬୨ ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/JN5fiaA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages