ମୋଦିଙ୍କୁ ଫାଶି ଦଣ୍ଡ ପାଇଁ ପ୍ଲଟ ରଚିଥିଲେ ତିସ୍ତା: ଏସଆଇଟିର ଚାଞ୍ଚଲ୍ୟକର ଖୁଲାସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 21, 2022

ମୋଦିଙ୍କୁ ଫାଶି ଦଣ୍ଡ ପାଇଁ ପ୍ଲଟ ରଚିଥିଲେ ତିସ୍ତା: ଏସଆଇଟିର ଚାଞ୍ଚଲ୍ୟକର ଖୁଲାସା

ଅହମ୍ମଦାବାଦ: ଗୁଜୁରାଟ ସରକାରଙ୍କୁ ବଦନାମ ପାଇଁ ତିସ୍ତା ସିତଲୱାଡ଼ ଷଡ଼ଯନ୍ତ୍ର କରିଥିଲେ। ଏମିତିକି ୨୦୦୨ ଗୋଧ୍ରା ଦଙ୍ଗା ମାମଲାରେ ତିସ୍ତା ଏବେକାର ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମିଥ୍ୟା ପ୍ରମାଣପତ୍ର ଯୋଗାଡ଼ କରି ତାଙ୍କୁ ଫାଶି ଦଣ୍ଡାଦେଶ ପାଇଁ ପ୍ଲଟ ତିଆରି କରିଥିଲେ। ଏମିତି କିଛି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ(ଏସଆଇଟି। ଗୁଜରାଟ ଗୋଧ୍ରା  ଦଙ୍ଗା ମାମାଲାରେ ତଦନ୍ତ କରୁଥିବା ଏସଆଇଟିର ଏମିତି ଆଚମ୍ବିତ ତଥ୍ୟକୁ ନେଇ ହଟଚମଟ ସୃଷ୍ଟି ହୋଇଛି।  ଗୋଧ୍ରା ଦଙ୍ଗା ମାମଲାରେ ଲଢ଼ୁଥିବା ସାମାଜିକ କର୍ମୀ ତିସ୍ତାଙ୍କୁ ଗତ କିଛି ଦିନ ପୂର୍ବେ ସୁପ୍ରିମକୋର୍ଟରୁ ଜାମିନ ମିଳିଛି। ଗୋଧ୍ରା ଦଙ୍ଗା ମାମଲାରେ ନିର୍ଦ୍ଦୋଶ ଲୋକଙ୍କୁ ଫସାଇବା  ଲାଗି ଷଡ଼ଯନ୍ତ୍ର କରିବା ଅଭିଯୋଗରେ ତିସ୍ତାଙ୍କୁ ଗିରଫ କରାଯାଇଥିଲା। ତିସ୍ତା, ଗୁଜରାଟ  ପୂର୍ବତନ ମହାନିର୍ଦ୍ଦେଶକ ଆର.ବି ଶ୍ରୀକୁମାର, ପୂର୍ବତନ ଭାରତୀୟ ଆଇପିଏସ୍  ଅଧିକାରୀ ସଞ୍ଜୀବ ଭଟଙ୍କ ବିରୋଧରେ ଅହମ୍ମଦାବାଦ ମେଟ୍ରୋ କୋର୍ଟରେ  ଏସଆଇଟି ୧୦୦ ପୃଷ୍ଟାର ଚାର୍ଜସିଟ୍ ଦାଖଲ କରିଛି।

ଏସଆଇଟିର କହିବା ଅନୁଯାୟୀ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି  ମୃତ୍ୟୁଦଣ୍ଡ ପାଇବା ପାଇଁ  ଷଡଯନ୍ତ୍ର ରଚିଥିଲେ ତିସ୍ତା। ସେହିପରି ସରକାରଙ୍କର ଏକ ଅଂଶ ହୋଇ ମଧ୍ୟ  ଆରବି ଶ୍ରୀକୁମାର ଏବଂ ସଞ୍ଜୀବ ଭଟ୍ଟ ତିସ୍ତାଙ୍କ ପାଇଁ ନକଲି ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଥିଲେ। ଏହି ତଥ୍ୟକୁ ସରକାରୀ ଏଣ୍ଟ୍ରିରେ ଯୋଡିଥିଲେ ବୋଲି ଏଥିରେ କୁହାଯାଇଛି। ଅଭିଯୁକ୍ତ ତିସ୍ତା ଓ ଅନ୍ୟମାନେ ମୋଦିଙ୍କର ରାଜନୈତି କ୍ୟାରିଅର ନଷ୍ଠ ପାଇଁ ଉଦ୍ୟମ କରଥିଲେ। ମୋଦିଙ୍କ ସମ୍ମାନ କ୍ଷୁର୍ଣ୍ଣ ପାଇଁ ମଧ୍ୟ ଭରପୂର ପ୍ରୟାସ କରାଯାଇଥିଲା।  ଏଥିପାଇଁ ଏକାଧିକ ନାମିଦାମି ଓକଲିଙ୍କୁ  ମୋଟା ଅଙ୍କର ଅର୍ଥ ଦେଇ ସେମାନଙ୍କ ଲାଗ ନକଲି ଦସ୍ତାବିଜ ଓ ନକଲି ସତ୍ୟପାଠ ଯୋଗାଡ଼ କରାଯାଇଥିଲା। ଏ ସବୁ ଡକ୍ୟୁମେଣ୍ଟ ଇଂରାଜୀରେ ହୋଇଥିବାରୁ ପୀଡିତମାନେ ବୁଝିପାରି ନଥିଲେ । ଫଳରେ ଦଙ୍ଗା ପୀଡ଼ିତମାନଙ୍କୁ ବଳପୂର୍ବକ ଭାବେ ଚାପ ସୃଷ୍ଟି କରି ସେମାନଙ୍କ ଦସ୍ତଖତ ସଂଗ୍ରହ କରାଯାଇଥିଲା। ସେମାନଙ୍କୁ ଧମକାଇ ବୟାନ ରେକର୍ଡ଼ କରାଯାଇଥିଲା। ଯଦି ସେମାନେ ସିତଲୱାଡ଼ଙ୍କୁ ସମର୍ଥନ ନକରନ୍ତି ତେବେ ପରିଣାମ ଭୟଙ୍କର ହେବ ବୋଲି କୁହାଯାଇଥିଲା।

ସୂଚନା ଅନୁଯାୟୀ, ୨୦୦୨ରେ ଗୁଜରାଟରେ ବଡ଼ ଧରଣର ସାଂପ୍ରଦାୟିକ ଦଙ୍ଗା ହୋଇଥିଲା। ଦଙ୍ଗା ସମୟରେ ଅହମଦାବାଦର ଗୁଲ୍‌ବର୍ଗା ସୋସାଇଟିରେ ଏହସାନ ଜାଫ୍‌ରିଙ୍କ ସ‌ମେତ ୬୯ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୦୬ରେ ଜାକିଆ ଜାଫ୍‌ରି ଏନେଇ ମାମଲା ରୁଜୁ କରିଥିଲେ। ଏହା ଏକ ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି ସେ ଦାବି କରିଥିଲେ। ୨୦୧୧ରେ ଏହି ମାମଲାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ ‌ହୋଇଥିଲା।

୨୦୧୨ ‌ଫେବ୍ରୁଆରିରେ ଏସ୍‌ଆଇଟି ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲା। ଏସଆଇଟି ମୋଦିଙ୍କୁ କ୍ଲିନଚିଟ୍ ଦେଇଥିଲା। କଂଗ୍ରେସ ନେତା ଏହସାନ ଜାଫରିଙ୍କ ପତ୍ନୀ ଜାକିଆ ଜାଫରି ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା କ୍ଲିନଚିଟ୍‌କୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।  ତେବେ ତତକାଳୀନ ଗୁଜରାଟ ସରକାରକୁ ଅସ୍ଥିର କରିବାକୁ କଂଗ୍ରେସ ନେତା ଅହମଦ ପଟେଲଙ୍କ ପ୍ରରୋଚନାରେ ନକଲି ପ୍ରମାଣ ଯୋଗାଡ଼ କରାଯାଇଥିଲା। ଏହି କାର୍ଯ୍ୟପାଇଁ ତିସ୍ତା କଂଗ୍ରେସ ନେତା ଅହମଦ ପଟେଲଙ୍କଠାରୁ ୩୦ ଲକ୍ଷ ନେଇଥିବା ଏସଆଇଟି ଅଭିଯୋଗ କରିଥିଲା।

The post ମୋଦିଙ୍କୁ ଫାଶି ଦଣ୍ଡ ପାଇଁ ପ୍ଲଟ ରଚିଥିଲେ ତିସ୍ତା: ଏସଆଇଟିର ଚାଞ୍ଚଲ୍ୟକର ଖୁଲାସା appeared first on Odisha Reporter.



from Odisha Reporter https://ift.tt/igKBljC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages