ପାଣାଜୀ: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ପ୍ରଶାସନିକ ଆକ୍ସନ୍। ଯେଉଁ ରେଷ୍ଟୁରାଣ୍ଟରେ ସୋନାଲିଙ୍କ ସହ ଅନୈତିକ କାରନାମା ଘଟିଥିଲା ତାକୁ ଗୋଆ ସରକାର ଆଜି ଭାଙ୍ଗିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗୋଆର ଅଞ୍ଜୁନା ଠାରେ ଥିବା ବିବାଦୀୟ ରେଷ୍ଟୁରାଣ୍ଟକୁ ଭାଙ୍ଗିବା ଆରମ୍ଭ ହୋଇଛି । ଗୋଆର ପ୍ରସିଦ୍ଧ ଅଞ୍ଜୁନା ବେଳାଭୂମିରେ ଅବସ୍ଥିତ ‘କର୍ଲିଜ ରେଷ୍ଟୁରାଣ୍ଟରେ ହିଁ ସୋନାଲିଙ୍କ ମୃତ୍ୟୁର ଷଡ଼ଯନ୍ତ୍ର ରଚାଯାଇଥିଲା। ମୃତ୍ୟୁର କିଛି ସମୟ ପୂର୍ବରୁ ରେଷ୍ଟୁରାଣ୍ଟରେ ହିଁ ସୋନାଲି ରଙ୍ଗିନ୍ ପାର୍ଟିରେ ସାମିଲ ହୋଇଥିଲେ। ଫୋଗାଟ୍ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ପାଞ୍ଚ ଜଣଙ୍କ ମଧ୍ୟରେ ଏହାର ମାଲିକ ଏଡୱିନ୍ ନ୍ୟୁନ୍ସ ହେଉଛନ୍ତି ଅନ୍ୟତମ ଅଭିଯୁକ୍ତ । ତେବେ ଏଡୱିନ୍ ନ୍ୟୁନ୍ସଙ୍କୁ ଜାମିନ ପ୍ରଦାନ କରାଯାଇଛି। ଉକ୍ତ ରେଷ୍ଟୁରାଣ୍ଟ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଆଣି ଏହାକୁ ଭଙ୍ଗାଯାଇଛି।
ଜଣେ ଅଧିକାରୀ କହିଛନ୍ତି ଯେ, ସିଆରଜେଡ୍ ନିୟମକୁ ଉଲ୍ଲଂଘନ କରି ନୋ’ ଡେଭଲପମେଣ୍ଟ ଜୋନରେ ଏହି ରେଷ୍ଟୁରାଣ୍ଟ ନିର୍ମାଣ ହୋଇଥିଲା। ତେଣୁ ଏହାକୁ ଭଙ୍ଗାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହାକୁ ଭାଙ୍ଗିବା ପାଇଁ ସ୍ଥାନୀୟ ପ୍ରଶାସନ ଆଜି ପୁଲିସ ଫୋର୍ସ ସହାୟତାରେ ଘଟଣାସ୍ଥଳରେ ପହଞ୍ଚିଲା। ପୂର୍ବରୁ ବେଆଇନ ନିର୍ବାଣ ଭଙ୍ଗାଯିବା ନେଇ ଗୋଆ କୋଷ୍ଟାଲ୍ ଜୋନ୍ ମ୍ୟାନେଜମେଣ୍ଟ ଅଥରିଟି ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା।
ଏହି ନିର୍ଦ୍ଦେଶ ବିରୋଧରେ ସମ୍ପୃକ୍ତ ରେଷ୍ଟୁରାଣ୍ଟ ମାଲିକ ଗ୍ରୀନ ଟ୍ରିବ୍ୟୁନାଲ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଅନ୍ୟପଟେ ସୋନାଲି ଫୋଗଟ ମୃତ୍ୟୁ ମାମାଲର ସିବିଆଇ ତଦନ୍ତ ଦାବି ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ସୋନାଲିଙ୍କ ଝିଅ । ସିବିଆଇ ତଦନ୍ତ ଦାବି କରି ତାଙ୍କ ଝିଅ ଯଶୋଧରା ଫୋଗଟ୍ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏହି ମାମଲା ଗୋଆ ପୁଲିସ ଠାରୁ ସିବିଆକୁ ହସ୍ତାନ୍ତର କରାଯାଉ ବୋଲି ଚିଠିରେ ଉଲ୍ଲେଖ ରହିଛି । ପୋଲିସ ଏହି ମାମଲାର ଉଚିତ୍ ତଦନ୍ତ କରୁନାହିଁ ବୋଲି ପରିବାର ଲୋକ ଅଭିଯୋଗ କରି ବାରମ୍ବାର ସିବିଆଇ ତଦନ୍ତ ଦାବି କରି ଆସୁଛନ୍ତି।
The post ସୋନାଲି ପାର୍ଟି କରିଥିବା ରେଷ୍ଟୁରାଣ୍ଟକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ appeared first on Odisha Reporter.
from Odisha Reporter https://ift.tt/b2W8Xwr
No comments:
Post a Comment