ନୂଆଦିଲ୍ଲୀ: କେନ୍ଦ୍ରରୁ ବିଜେପି ଶକ୍ତିକୁ ହାଟାଇବା ପାଇଁ ନୀତିଶ କୁମାର ଦିଲ୍ଲୀ ଚଲ୍ଲୋ ଅଭିଯାନରେ ଅଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି ପାଇଁ ପାଗ ଭିଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଦିଲ୍ଲୀରେ ନୀତୀଶ କୁମାର ବିଜେପି ବିରୋଧୀ ଶକ୍ତିକୁ ଏକତ୍ରିତ କରି ଶକ୍ତିଶାଳି କରିବାକୁ ପ୍ରୟାସ କରୁଛନ୍ତି। ଦିଲ୍ଲୀ ଗସ୍ତରେ ଥିବା ନୀତୀଶ କୁମାର ଏହାରି ଭିତରେ ଅନେକ ବିରୋଧୀ ନେତାଙ୍କୁ ଭେଟିସାରିଲେଣି। ତେବେ ଇଟାଲିରୁ ଭାରତ ଫେରିବା ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଭେଟିବେ ନୀତୀଶ। ଗତ ଅଗଷ୍ଟ ୨୭ତାରିଖରେ ସୋନିଆଙ୍କ ମାଙ୍କର ଦେହାନ୍ତ ହୋଇଥିଲା। ଏବେ ସୋନିଆ ଗାନ୍ଧି ଇଟାଲିରେ ଅଛନ୍ତି।
ନୀତୀଶ କୁମାର କହିଛନ୍ତି ଯେ, ସୋନିଆ ଗାନ୍ଧି ଦେଶକୁ ପ୍ରତ୍ୟାବର୍ତ୍ତନ ପରେ ତାଙ୍କ ସହ ସାକ୍ଷାତକାର ହେବ। ଏଥିପାଇଁ ମୁଁ ପୁଣି ଥରେ ଦିଲ୍ଲୀ ଆସିବି ବୋଲି କହିଛନ୍ତି। ଦିଲ୍ଲୀ ଗସ୍ତ ସମୟରେ ମୁଁ ଅନେକ ବିରୋଧୀ ଦଳର ନେତାଙ୍କ ସହ ଆଲୋଚନା କରିଛି ବୋଲି ନୀତିଶ କୁମାର କହିଛନ୍ତି। ସୋମବାର ଦିଲ୍ଲୀ ଗସ୍ତରେ ଥିବା ନୀତୀଶ କୁମାର ଗତକାଲି ବିହାର ଫେରିଛନ୍ତି।
ତାଙ୍କର ଦିଲ୍ଲୀ ଗସ୍ତ ସମୟରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧି, ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ ଏବଂ ଅଖିଳେଶ ଯାଦବ, ସିପିଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଅନେକ ବିରୋଧୀ ଦଳର ନେତାଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ଭାରତୀୟ ଜାତୀୟ ଲୋକ ଦଳର ନେତା ଓମ ପ୍ରକାଶ ଚୌତାଲା ଏବଂ ଶରଦ ଯାଦବଙ୍କୁ ମଧ୍ୟ ଭେଟିଛନ୍ତି। ଶରଦ ଯାଦବ କହିଛନ୍ତି, ବିରୋଧୀ ଦଳ ଏକାଠି ହେବା ଆବଶ୍ୟକ। ବିରୋଧୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ନୀତୀଶ କୁମାର ଉପଯୁକ୍ତ ଚେହେରା ବୋଲି ସେ କହିଛନ୍ତି।
The post ଭାରତ ଫେରିଲେ ସୋନିଆ ଗାନ୍ଧିଙ୍କୁ ଭେଟିବେ ନୀତୀଶ appeared first on Odisha Reporter.
from Odisha Reporter https://ift.tt/zYVpX4T
No comments:
Post a Comment