ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦର ସହଯୋଗୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 26, 2022

ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦର ସହଯୋଗୀ ଗିରଫ

ମୁମ୍ବାଇ: ମୁମ୍ବାଇ କ୍ରାଇମବ୍ରଞ୍ଚକୁ ମିଳିଛି ବଡ ସଫଳତା। କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦର ଇବ୍ରାହିମର ଘନିଷ୍ଠ ସହଯୋଗୀ ରିୟାଜ ଭଟ୍ଟି ଗିରଫ ହୋଇଛି। ମୁମ୍ବାଇର ଜଣେ ବ୍ୟବସାୟୀଙ୍କୁ ବଟି ମାଗିବା ଅଭିଯୋଗରେ ରିୟାଜକୁ ମୁମ୍ବାଇ ପୁଲିସ ଗିରଫ କରିଛି।

ସୂଚନା ମୁତାବକ, ଜଣେ ବ୍ୟବସାୟୀଙ୍କ ଠାରୁ ରିୟାଜ ୩୦ ଲକ୍ଷ ଟଙ୍କାର କାର୍‌ ଓ ପାଖାପାଖି ସାଢ଼େ ୭ ଲକ୍ଷ ଟଙ୍କା ନଗଦ ଜୋରଜବରଦସ୍ତି ଆଦାୟ କରିଥିଲେ। ଏହି ପରିପ୍ରେକ୍ଷୀରେ, ସମ୍ପୃକ୍ତ ବ୍ୟବସାୟୀ ଜଣକ ମୁମ୍ବାଇର ବୁର୍ସୋଭା ପୁଲିସ ଷ୍ଟେସନରେ ରିୟାଜ ଏବଂ ତା’ ସହଯୋଗୀ ଇକବାଲ କୁରେସି ଓରଫ୍‌ ସଲିମ ଫ୍ରୁଟ ବିରୋଧରେ ମାମଲା ରୁଜୁ କରିଥିଲେ।

କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ କହିବା ମୁତାବକ, ରିୟାଜ ଓ ସଲିମ ଫ୍ରୁଟ୍‌ ବ୍ୟବସାୟୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ଏହି ଟଙ୍କା ଲୁଟି ନେଇଥିଲେ। ଯେହେତୁ ପୁଲିସରେ ଏହି ଦୁଇ ଅପରାଧୀଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଛି ତେଣୁ ବ୍ୟବସାୟୀଙ୍କ ଅଭିଯୋଗ ଅନୁଯାୟୀ ପୁଲିସ ଏକ ମାମଲା ରୁଜୁ କରି ତୁରନ୍ତ ଫାଇଲକୁ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା।

ଏହି କ୍ରମରେ କ୍ରାଇମ ବ୍ରାଞ୍ଚର ଟିମ୍ ସୋମବାର ବିଳମ୍ବିତ ରାତିରେ ଆନ୍ଧେରି ୱେଷ୍ଟରୁ ରିୟାଜକୁ ଗିରଫ କରିଛି। ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଆଣ୍ଟି ଏକ୍ସଟୋରସନ୍ ସେଲ୍ (ଏଇସି) ଅନୁଯାୟୀ, ମଙ୍ଗଳବାର ଦିନ ଏଇସି କାର୍ଯ୍ୟାଳୟରେ ପଚରାଉଚରା ପରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ। ଏହି ସମୟରେ ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ ପୁଲିସ କୋର୍ଟରେ ଆବେଦନ କରିବ।

ଦାଉଦର ସହଯୋଗୀ ରିୟାଜର ଅପରାଧ ତାଲିକା ବେଶ୍‌ ଲମ୍ବା ରହିଛି। ସେ ପ୍ରାୟ ୧୨ ବର୍ଷ ହେବ ଅପରାଧ ଦୁନିଆରେ ସକ୍ରିୟ ରହିଛି। ତା’ବିରୋଧରେ ବଟି ଆଦାୟ କରିବା ବ୍ୟବତୀତ ଜମି ତଥା ଘର ହଡପ କରିବା, ଗୁଳିକାଣ୍ଡ, ମାରପିଟ୍‌, ହତ୍ୟା ଉଦ୍ୟମ ସମେତ ଅନେକ ମାମଲା ରୁଜୁ ଅଛି। ଏହି ମାମଲାରେ ପୂର୍ବରୁ ମଧ୍ୟ ସେ ଅନେକ ଥର ଗିରଫ ହୋଇସାରିଛି। ୨୦୧୫ରେ ଓ ୨୦୨୦ରେ ନକଲି ପାସପୋର୍ଟ ଜରିଆରେ ଦେଶ ଛାଡି ପଳାୟନ କରିବାକୁ ମଧ୍ୟ ସେ ପ୍ରାୟସ କରିସାରିଛି।

The post ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦର ସହଯୋଗୀ ଗିରଫ appeared first on Odisha Reporter.



from Odisha Reporter https://ift.tt/y8odGHz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages