ରାଜଧାନୀରେ ଜଳିଗଲା ଇଲେକ୍ଟ୍ରି ସ୍କୁଟର ଶୋ’ ରୁମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 26, 2022

ରାଜଧାନୀରେ ଜଳିଗଲା ଇଲେକ୍ଟ୍ରି ସ୍କୁଟର ଶୋ’ ରୁମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଥରେ ଇଲେକ୍ଟ୍ରି ସ୍କୁଟରର ନିରାପତ୍ତାକୁ ନେଇ ଉଠିଛି ପ୍ରଶ୍ନ । କିଛି ଦିନ ପୂର୍ବେ ହାଇଦ୍ରାବାଦରେ ଏକ ଇଲ୍ରେିକ୍ ସ୍କୁଟର ଶୋ’ ରୁମ୍‌ରେ ନିଆଁ ଲାଗି ପ୍ରାୟ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଗତରାତିରେ  ସମାନ ଘଟଣାର ପୁନରାବୃତ୍ତି ରାଜଧାନୀ ଭୁବନେଶ୍ୱରରେ ଘଟିଛି।

ଭୁବନେଶ୍ୱରର ବମିଖାଲରେ  ପିଓର କେକେ ଟ୍ରାଡିଂ ନାମକ ଏକ ଇଲ୍ରେିକ୍ ସ୍କୁଟର ଶୋ’ରୁମ ରହିଛି। ଗତ ରାତିରେ ଏହି ଶୋ’ ରୁମ୍‌ରେ ନିଆଁ ଲାଗି ତାହା ସର୍ଭିଂସ ସେଣ୍ଟରକୁ ବ୍ୟାପି ଯାଇଥିଲା।  ଏକ ଖରାପ ବ୍ୟାଟେରିରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି  ।

ଶୋ’ ରୁମ୍‌ ସମ୍ମୁଖରେ ଲୋକଙ୍କ ଭିଡ଼ ।

ଏହି ଅଗ୍ନିକାଣ୍ଡରେ ବହୁ ଗାଡ଼ି ପୋଡ଼ି ଯାଇଥିବା ବେଳେ କୌଣସି ଜୀବନହାନୀ ହୋଇ ନ ଥିବା ଜଣାଯାଇଛି। ସୂଚନା ପାଇଁ ଅଗ୍ନିକାଣ୍ଡ ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଶୋ’ ରୁମ୍‌ର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି।

The post ରାଜଧାନୀରେ ଜଳିଗଲା ଇଲେକ୍ଟ୍ରି ସ୍କୁଟର ଶୋ’ ରୁମ୍‌ appeared first on Odisha Reporter.



from Odisha Reporter https://ift.tt/yKf3JVP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages