ପାଟନା: ବିହାର ସରକାରର ମହାମେଣ୍ଟର ଦୁଇ ବରିଷ୍ଠ ନେତା ନୀତୀଶ କୁମାର ଏବଂ ଲାଲୁ ପ୍ରସାଦ ଯାଦବ ରବିବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ପ୍ରାୟ ୬ ବର୍ଷ ପରେ ପ୍ରଥମଥର ପାଇଁ ଏହି ଭେଟଘାଟ ହେବାକୁ ଯାଉଛି। ଏହି ବୈଠକରେ ରାହୁଲ ଗାନ୍ଧି ଯୋଗ ଦେବା ନେଇ ସୂଚନା ମିଳିଛି। କିନ୍ତୁ ରାହୁଲ ଗାନ୍ଧି ଏବେ କେରଳରେ ଅଛନ୍ତି। ସେ ଏବେ କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ୁ ଯାତ୍ରା ଅଭିଯାନରେ ବ୍ୟସ୍ତ ଅଛନ୍ତି। ୨୦୧୫ ବିହାର ନିର୍ବାଚନ ବେଳେ ଏକ ଇଫତାର ପାର୍ଟିରେ ନୀତୀଶ ଓ ସୋନିଆଙ୍କ ଭେଟ ହୋଇଥିଲା। ଗତ ମାସରେ ଦିଲ୍ଲୀ ଗସ୍ତ ଅବସରରେ ନୀତୀଶ କୁମାର ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ।
କେନ୍ଦ୍ରରୁ ବିଜେପି ଶକ୍ତିକୁ ହାଟାଇବା ପାଇଁ ନୀତିଶ କୁମାର ପୂରା ଦମରେ ଲଗିପଡ଼ିଚନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି ପାଇଁ ପାଗ ଭିଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଦିଲ୍ଲୀରେ ନୀତୀଶ କୁମାର ବିଜେପି ବିରୋଧୀ ଶକ୍ତିକୁ ଏକତ୍ରିତ କରି ଶକ୍ତିଶାଳି କରିବାକୁ ପ୍ରୟାସ କରୁଛନ୍ତି।
ଗତ ମାସରେ ଦିଲ୍ଲୀ ଗସ୍ତ ସମୟରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧି, ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ ଏବଂ ଅଖିଳେଶ ଯାଦବ, ସିପିଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଅନେକ ବିରୋଧୀ ଦଳର ନେତାଙ୍କୁ ଭେଟିଛନ୍ତି। ସେ ଭାରତୀୟ ଜାତୀୟ ଲୋକ ଦଳର ନେତା ଓମ ପ୍ରକାଶ ଚୌତାଲା ଏବଂ ଶରଦ ଯାଦବଙ୍କୁ ମଧ୍ୟ ଭେଟିଛନ୍ତି। ସ୍ୱାସ୍ତ୍ୟଜନିତ ସମସ୍ୟା ପାଇଁ ସୋନିଆ ଇଟାଲିରେ ଥିବାରୁ ସେ ସମୟରେ ନୀତୀଶ ତାଙ୍କୁ ଭେଟି ପାରି ନଥିଲେ।
The post ରବିବାର ସୋନିଆ ଗାନ୍ଧିଙ୍କୁ ଭେଟିବେ ନୀତୀଶ ଓ ଲାଲୁ appeared first on Odisha Reporter.
from Odisha Reporter https://ift.tt/26YnWT4
No comments:
Post a Comment