ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଫିଲ୍ମ ସୁପରଷ୍ଟାର ତଥା ଲୋକପ୍ରିୟ ଅଭିନେତା ବାବୁସାନ୍ ମହାନ୍ତି ଅସୁସ୍ଥ ହୋଇ ପଡ଼ିଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି। ଅକ୍ସିଜେନ କମିଯିବାରୁ ବାବୁଶାନ ଅସୁସ୍ଥ ହୋଇ ପଡ଼ିଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ପୂର୍ବରୁ ବାବୁସାନ ‘ରାଇଡିଂ ଫର୍ ଦମନ୍’ ପାଇଁ ଲଦାଖ ଯାଇଥିଲେ । ସେଠାରେ ବାଇକ୍ ଚଳାଇବା ପରେ ତାଙ୍କର ଅକ୍ସିଜେନ୍ ଲେବଲ୍ କମିଥିଲା । ଲଦାଖରେ ପ୍ରାଥମିକ ଚିକିତ୍ସା ପରେ ସେ ଭୁବନେଶ୍ୱର ଫେରିଥିଲେ। ମାତ୍ର ଏଠାରେ ପୁଣି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଗତ ୫ଦିନ ହେବ ବାବୁସାନ୍ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସହ ପତ୍ନୀ ଓ ପରିବାର ଲୋକ ଥିବା ଜଣାଯାଇଛି। ବର୍ତ୍ତମାନ ସେ ସୁସ୍ଥ ଥିବାବେଳେ ଆଉ ଅଳ୍ପ ଦିନରେ ସେ ଘରକୁ ଫେରିବେ ବୋଲି ଜଣାଯାଇଛି। ସୋଶାଲ ମିଡିଆରେ ତାଙ୍କ ଅସୁସ୍ଥ ହେବାର ଖବର ପ୍ରଚାରିତ ହେବା ପରେ ପ୍ରଶଂସକ ବାବୁସାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
The post ହସ୍ପିଟାଲ ବେଡରେ ଓଲିଉଡ ସୁପରଷ୍ଟାର ବାବୁସାନ appeared first on Odisha Reporter.
from Odisha Reporter https://ift.tt/objfin6
No comments:
Post a Comment