ଆସିଲା ବ୍ୟବଚ୍ଛେଦ ରିପୋର୍ଟ; ଶ୍ୱାସରୁଦ୍ଧ ହୋଇ ଯାଇଛି ଶୁଭଶ୍ରୀଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 1, 2022

ଆସିଲା ବ୍ୟବଚ୍ଛେଦ ରିପୋର୍ଟ; ଶ୍ୱାସରୁଦ୍ଧ ହୋଇ ଯାଇଛି ଶୁଭଶ୍ରୀଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଶାସ୍ତ୍ରୀନଗରର ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ଘଟଣାର ଧୀରେ ଧୀରେ ଫିଟୁଛି ଗୁମର।  ଶୁଭଶ୍ରୀଙ୍କ  ଶବ ବ୍ୟବଚ୍ଛେଦ ରିପୋର୍ଟ ଆଜି ଆସିଛି। ଶୁଭଶ୍ରୀଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏହା ସହ ଝୁଲନ୍ତା ଅବସ୍ଥାରେ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଶୁଭଶ୍ରୀ ମୃତ୍ୟୁ ଘଟଣାରେ ଖାରବେଳ ନଗର ଥାନା ପୁଲିସ ଗତକାଲି ନୟାଗଡ଼ର ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଶୁଭଶ୍ରୀ ମରିବାର ଅଧଘଣ୍ଟା ପୂର୍ବରୁ ସଂପୃକ୍ତ ଯୁବକଙ୍କୁ ଶେଷ କଲ୍ କରିଥିଲେ। ସେହି କଲ୍‌ର ଅବଧି ୨୭ ସେକେଣ୍ଡ ଥିଲା ।

ମଙ୍ଗଳବାର ଶୁଭଶ୍ରୀଙ୍କର ସନ୍ଦେହଜନକଙ୍କ ଭାବେ ମୃତ୍ୟୁ ଘଟିଥିବା ବେଳେ ସେହିଦିନ ସେ ସଂପୃକ୍ତ ଯୁବକଙ୍କୁ ୭ ଥର କଲ୍‌ କରିଥିଲେ। ଶୁଭଶ୍ରୀଙ୍କ ମୋବାଇଲ୍‌ରୁ ଶେଷ କଲ୍ ମଧ୍ୟ ତାଙ୍କ ପାଖକୁ ଯାଇଥିଲା। ଶୁଭଶ୍ରୀ ସଂପୃକ୍ତ ଯୁବକଙ୍କ ସହ ଶେଷ ଥର ପାଇଁ ୨୭ ସେକେଣ୍ଡ ପାଇଁ କଥା ହୋଇଥିଲେ। ତେବେ ସେ କ’ଣ କଥା ହୋଇଥିଲେ ପୁଲିସ ତାର ଖୋଳତାଡ଼ କରୁଛି। ସେହିପରି ଉକ୍ତ ଯୁବକଙ୍କ ସହ ଶୁଭଶ୍ରୀଙ୍କର କ’ଣ ସମ୍ପର୍କ ଥିଲା ସେ ବିଷୟରେ ବି ପୁଲିସ୍ ପଚରାଉଚରା କରୁଛି। ତେବେ ସେହି ଯୁବକଙ୍କୁ ଶୁଭଶ୍ରୀଙ୍କ ସ୍ୱାମୀ ଚିହ୍ନିଥିବା ଜଣାପଡ଼ିଥିଲା।

ମଙ୍ଗଳବାର ଖାରବେଳନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ଘରୁ ଶୁଭଶ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ବେଡ୍‌ ଉପରେ ତାଙ୍କ ମୃତଦେହ ପଡ଼ିଥିଲା। ୪ ବର୍ଷର ପୁଅ ଟ୍ୟୁସନରୁ ଫେରି ଶୁଭଶ୍ରୀଙ୍କୁ ଏପରି ଅବସ୍ଥାରେ ପଡ଼ିଥିବା ଦେଖି ପାଖ ପଡ଼ୋଶୀଙ୍କୁ ଜଣାଇଥିଲା। ପଡ଼ୋଶୀମାନେ ଶୁଭଶ୍ରୀଙ୍କ ସ୍ୱାମୀଙ୍କୁ ଫୋନ୍ କରିଥିଲେ। ସେ ଆସିବା ପରେ ଶୁଭଶ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶୁଭଶ୍ରୀଙ୍କ ବେକରେ କଟା ଦାଗ ରହିଥିଲା।  ଶୁଭଶ୍ରୀଙ୍କ ସ୍ୱାମୀ ଏକ ଘରୋଇ କମ୍ପାନୀରେ କାମ କରନ୍ତି।  ସେ କାମକୁ ଯାଇଥିଲା ବେଳେ ଶୁଭଶ୍ରୀଙ୍କ ମୃତ୍ୟୁ ଘଟିଥିଲା

 

The post ଆସିଲା ବ୍ୟବଚ୍ଛେଦ ରିପୋର୍ଟ; ଶ୍ୱାସରୁଦ୍ଧ ହୋଇ ଯାଇଛି ଶୁଭଶ୍ରୀଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/jKkP8y6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages