ରାତି ଅଧରେ ଘରେ ପଶିଲେ, ଲୁଟିବା ସହ ହାଣି ପଳାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 1, 2022

ରାତି ଅଧରେ ଘରେ ପଶିଲେ, ଲୁଟିବା ସହ ହାଣି ପଳାଇଲେ

ଆନନ୍ଦପୁର(ମୁନା ସିଂ): ରାତି ଅଧରେ ଘରେ ପଶି ସବୁ ସୁନା ଅଙ୍କାର  ଲୁଟି ନେଲେ । ଏଥିସହ ମାରଣାସ୍ତ୍ରରେ ପରିବାରର ୩ ଜଣଙ୍କୁ ଆକ୍ରମଣ କରି ଫେରାର ହୋଇଗଲେ। ଏବେ ଗୁରୁତର ୩ ଜଣ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାରିଗାଁଠାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ଆକ୍ରମଣର ଶିକାର ହୋଇଥିବା ୩ ଜଣ ହେଲେ ଗୋଲକ ପାଢୀ, ତାଙ୍କ ପତ୍ନୀ ଜୟନ୍ତୀ ଓ ଝିଅ ପ୍ରୀତିମୟୀ ।

ସୂଚନା ଅନୁଯାୟୀ,  ଗତକାଲି ରାତି ପ୍ରାୟ ୨ଟା ପରେ ବାରିଗାଁର ଗୋଲକ ପାଢୀଙ୍କ ଘର କବାଟ ଭାଙ୍ଗି କେତେକ ମୁଖା ପିନ୍ଧା ଦୁର୍ବୃତ୍ତ ପଶିଥିଲେ। ଏହାପରେ ସେମାନେ ଆଲମାରି ତାଡ଼ି ୧ଲକ୍ଷ ୮୦ ହଜାର ଟଙ୍କା , ସୂନା ଓ ୨ଟି ମୋବାଇଲ୍  ଲୁଟିନେଇଥିଲେ ।  ଏହି ସମୟରେ ଗୋଲକଙ୍କ ପରିବାର ଲୋକେ ଉଠି ପଡ଼ିବାରୁ ସେମାନେ ତାଙ୍କୁ    ଲୁହାରଡ ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଫଳରେ ସେମାନଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ଏହାପରେ ଦୁର୍ବୃତ୍ତମାନେ ବାହାରୁ କବାଟ ବନ୍ଦ କରି ଫେରାର ହୋଇଯାଇଥିଲେ।

ଆକ୍ରମଣର ଶିକାର ହୋଇଥିବା ଗୋଲକଙ୍କ ଘର ସମ୍ମୁଖରେ ଲୋକ ଗହଳି ।

ଗୋଲକଙ୍କ ପରିବାର ଲୋକଙ୍କ ଚିତ୍କାର ଶୁଣି  ପାଖ ପଡୋଶୀ ପହଞ୍ଚି  ଗୁରୁତର ୩ ଜଣଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।  ଖବରପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଚୋରି ହୋଇଥିବା ମୋବାଇଲକୁ ଟ୍ରାକ୍‌  କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ଏନେଇ ଗୋଲକ କହିଛନ୍ତି, ରାତି ୨ଟା ଅଢେଇଟା ବେଳେ ଆଲମିରା ଭାଙ୍ଗିବା ଶବ୍ଦ ହେଲା।  ଚିତ୍କାର କରିବାକୁ  କେହି ଜଣେ ଏକ ବାଡ଼ିରେ ମୋତେ ପିଟିଦେଲେ। ଫଳରେ ମୁଁ ଅଚେତ ହୋଇପଡ଼ିଲି। ଚେତେ ଫେରିବା ବେଳକୁ ପତ୍ନୀ ଓ ଝିଅକୁ ସେମାନେ ମାରଣାସ୍ତ୍ରରେ ଆକ୍ରମଣ କରି ସାରିଥିଲେ। ଏଥିସହ ଘରୁ  ସବୁ ଜିନିଷ ନେଇ ବାହାରୁ କବାଟ ଦେଇ ପଳାଇଲେ।

The post ରାତି ଅଧରେ ଘରେ ପଶିଲେ, ଲୁଟିବା ସହ ହାଣି ପଳାଇଲେ appeared first on Odisha Reporter.



from Odisha Reporter https://ift.tt/nljdSX0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages