ଦେବଗଡ଼(ଓଡ଼ିଶା ରିପୋର୍ଟର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ତୀରମାଡ଼ ହୋଇଛି। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଉପରଖଣ୍ଡମା ଗାଁରେ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଉକ୍ତ ଯୁବକଙ୍କ ନାଁ ବାବୁ ଧିବର।
ବାବୁଙ୍କ ପିଠିରେ ତୀର ଫୁଟିକି ରହିଛି। ତୀର ମାରିଥିବା ଯୁବକ ଗଣ୍ଠି ଧିବରକୁ କାବୁ କରି ପୁଲିସ ଜିମାରେ ଦେଇଛନ୍ତି ପଡ଼ୋଶୀ।
ଗତକାଲି ରାତିରେ ବାବୁ ତାଙ୍କ ବଡ଼ ଭାଇଙ୍କ ଘରକୁ ଯାଉଥିବା ବେଳେ ଗଣ୍ଠି ପଛପଟୁ ଆସି ବାବୁଙ୍କୁ ତୀର ମାଡ଼ କରିଥିଲେ। ଫଳରେ ତୀରଟି ବାବୁଙ୍କ ପିଠିରେ ଗଳି ଲାଖି ଯାଇଥିଲା। ପ୍ରଥମେ ତାଙ୍କୁ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ତେବେ ବ୍ରାହ୍ମଣୀ ନଦୀରେ ମାଛଧରାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଶତ୍ରୁତା ରହିଥିଲା। ଏହି କାରଣରୁ ତୀର ମାଡ଼ ହୋଇଥିବା ଅନୁମାନ କରାଯାଉଛି।
The post ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ତୀରମାଡ଼ appeared first on Odisha Reporter.
from Odisha Reporter https://ift.tt/oWlmLqQ
No comments:
Post a Comment