ପୁଟିନ ଓ ଜିନପିଙ୍ଗଙ୍କ ସହ ଆଜି ସମରକନ୍ଦରେ ମୋଦିଙ୍କ ଡିନର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 14, 2022

ପୁଟିନ ଓ ଜିନପିଙ୍ଗଙ୍କ ସହ ଆଜି ସମରକନ୍ଦରେ ମୋଦିଙ୍କ ଡିନର

ନୂଆଦିଲ୍ଲୀ: ବିଶ୍ୱରେ କ୍ଷମତାକୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗକୁ ଭେଟିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ୱର ଏହି ୩ ପ୍ରଭାବଶାଳୀ ନେତା ଉଜବେକିସ୍ତାନର ସମରକନ୍ଦରେ ଏକାଠି ଡିନର ମଧ୍ୟ କରିବେ। ଆଜି ଓ ଆସନ୍ତାକାଲି ସମରକନ୍ଦରେ ଏସ୍‌ସିଓ ଶିଖର ବୈଠକ ଅନୁଷ୍ଠିତ ହେବ।

ଏଥିରେ ଯୋଗଦେବାକୁ ଆଜି ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ଉଡ଼ାଣ ଭରିବେ। ସେଠାରେ ପହଞ୍ଚିବା ପରେ ପୁଟିନ୍‌ ଓ ଜିନ୍‌ପିଙ୍ଗଙ୍କ ସମେତ ଅନ୍ୟ ରାଷ୍ଟ୍ରର ମୁଖିଆ ମାନଙ୍କୁ ଭେଟିବେ। କରୋନା ମହାମାରୀ ପରେ ଏସ୍‌ସିଓର ପ୍ରଥମ ପ୍ରତ୍ୟକ୍ଷ ଶିଖର ସମ୍ମିଳନୀ ସମରକନ୍ଦରେ ଅନୁଷ୍ଠିତ ହେବାକୁ ଯାଉଛି। ଶେଷଥର ପାଇଁ ୨୦୧୯ ଜୁନ୍‌ରେ କିରଗିଜ୍‌ସ୍ତାନ୍‌ର ବିସ୍‌ଖେକ୍‌ରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ପ୍ରଧାନମନ୍ତ୍ରୀ ମୋୁଦି ଆଜି ସମରକନ୍ଦ ଯିବାକୁ ଥିବା ବେଳେ ସେପ୍ଟେମ୍ବର ୧୬ରେ ସ୍ୱଦେଶ ଫେରିବେ। ମୋଦି, ପୁଟିନ ଓ ଜିନପିଙ୍ଗଙ୍କ ସମେତ ଅନ୍ୟ ନେତାମାନଙ୍କ ପାଇଁ ଉଜବେକିସ୍ତାନର ରାଷ୍ଟ୍ରପତି ସୌକତ ମିରଜିୟୋୟେଭ ଆଜି ଗୋଟିଏ ଡିନର ପାର୍ଟିର ଆୟୋଜନ କରିଛନ୍ତି। ଏଥିରେ ସମସ୍ତେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ତେବେ ମୋଦି ଚାଇନାର ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ କି ନାହିଁ, ସେକଥା ଜଣାପଡ଼ିନି। ତଥାପି ଏହା ଉପରେ ବିଚାର ଚାଲିଥିବା କୁହାଯାଉଛି। ଅନ୍ୟପକ୍ଷରେ ରୁଷ ରାଷ୍ଟ୍ରପତି ପୁଟିନ ଓ ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଶୁକ୍ରବାର ହେବ ବୋଲି ମସ୍କୋ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏସିଆ ପ୍ୟାସିଫିକ ରିଜନରେ ରଣନୀତିକ ସ୍ଥିରତା, ଜାତିସଂଘ, ଜି୨୦ ଓ ଏସସିଓ ଭଳି ବଡ଼ବଡ଼ ମଲ୍ଟିଲାଟେରାଲ ଫର୍ମାଟରେ ପରସ୍ପର ସହଯୋଗ ଉପରେ ଉଭୟ ଦେଶର ନେତା ଆଲୋଚନା କରିବେ। ରୁଷ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଏସ୍‌ସିଓ ବୈଠକ ବେଳେ ଉଜବେକିସ୍ତାନ ଓ ଇରାନର ରାଷ୍ଟ୍ରପତି ଇବ୍ରାହିମ ରୈସିଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

୨୦୦୧ ଜୁନ୍‌ ମାସରେ ଗଠନ ହୋଇଥିବା ଏସ୍‌ସିଓରେ ଚାଇନା, ଭାରତ, କାଜାଖସ୍ତାନ୍‌, କିର୍‌ଗିଜ୍‌ସ୍ତାନ୍‌, ରୁଷ୍, ପାକିସ୍ତାନ, ତାଜିକିସ୍ତାନ ଓ ଉଜ୍‌ବେକ୍‌ସ୍ତାନ ଭଳି ୮ଟି ଦେଶ ରହିଛନ୍ତି। ଏହାବାଦ ଆଫଗାନିସ୍ତାନ, ବେଲାରୁଷ୍‌, ଇରାନ୍‌ ଓ ମଙ୍ଗୋଲିଆ ‘ଅବ୍‌ଜରର୍ଭର୍‌ ଷ୍ଟେଟ୍’ ଭାବେ ଏସସିଓରେ ରହିଛନ୍ତି। ଆର୍ମେନିଆ, ଆଜେର୍‌ବୈଜାନ୍‌, କାମ୍ବୋଡିଆ, ନେପାଳ, ଶ୍ରୀଲଙ୍କା ଓ ତୁର୍କୀ ହେଉଛନ୍ତି ‘ଡାଇଲଗ୍‌ ପାର୍ଟନର୍‌’।

The post ପୁଟିନ ଓ ଜିନପିଙ୍ଗଙ୍କ ସହ ଆଜି ସମରକନ୍ଦରେ ମୋଦିଙ୍କ ଡିନର appeared first on Odisha Reporter.



from Odisha Reporter https://ift.tt/2cw10mT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages