ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୬ ତାରିଖରେ ଓଡ଼ିଶା ଦେଖିବ ସୂର୍ଯ୍ୟକିରଣ ଶୋ’। ବାୟୁସେନା ପକ୍ଷରୁ ଓଡ଼ିଶାରେ ଏହି ଚିତାକର୍ଷକ ସୂର୍ଯ୍ୟକିରଣ ଶୋ’ ପ୍ରଦର୍ଶିତ ହେବ। ଭୁବନେଶ୍ୱର ଓ ପୁରୀରେ ସୂର୍ଯ୍ୟକିରଣ ଶୋ’ କରାଯିବ। ସେପ୍ଟେମ୍ବର ୧୬ ତାରିଖରେ ଭୁବନେଶ୍ୱର କୁଆଖାଇ ନଦୀ ଶଯ୍ୟାରେ ଏବଂ ୧୮ ତାରିଖରେ ପୁରୀରେ ରାଜଭବନ ଉପରେ ଶୋ’ କରାଯିବ। ଏନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ଶୋ’ ପୂର୍ବରୁ ପୁଲିସ କମିଶନର ଗତକାଲି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।
ବହୁ ଭିଭିଆଇପି ଓ ଲୋକଙ୍କ ସମାଗମ ହେବାକୁ ଥିବାରୁ କୁଆଖାଇର ଦୁଇ ପାର୍ଶ୍ୱରେ ସୁରକ୍ଷା କଡ଼ାକଡ଼ି କରାଯିବ। ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଥିବା ବେଳେ ଦରକାର ପଡ଼ିଲେ ଟ୍ରାଫିକ ଆଡଭାଇଜାରୀ ଜାରି କରାଯିବ ବୋଲି କହିଛନ୍ତି ପୁଲିସ କମିଶନର। ପୂର୍ବରୁ ୨୦୧୬ରେ ମହାନଦୀ ପଠାରେ ହୋଇଥିଲା ସୂର୍ଯ୍ୟକିରଣ ଏରୋବାଟିକ୍ ଶୋ’।
The post ଭୁବନେଶ୍ୱର ଓ ପୁରୀରେ ହେବ ସୂର୍ଯ୍ୟକିରଣ ଶୋ’ appeared first on Odisha Reporter.
from Odisha Reporter https://ift.tt/EwKxJ5B
No comments:
Post a Comment