ଚଣ୍ଡିଗଡ: ହରିୟାଣାର କେଥଲରେ ଆତଙ୍କ ସୃଷ୍ଟି କରିବା ପାଇଁ ହୋଇଥିବା ଏକ ବଡ ଷଡଯନ୍ତ୍ର ଫେଲ୍ ମାରିଛି। ପୁଲିସ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ତଥା ଏକ କିଲୋଗ୍ରାମରୁ ଅଧିକ ଆଇଡି ଜବତ କରିଛି। ଏହି IED ଏକ ଲୁହା ବାକ୍ସରେ ରଖାଯାଇଥିଲା। ବୋମା ସ୍କ୍ୱାଡ ବିସ୍ଫୋରକକୁ ନିଷ୍କ୍ରିୟ କରିଛି। ଏଥିସହ ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି।
ହରିୟାଣା ପୁଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଏ ବିଷୟରେ ଗୁପ୍ତ ସୂଚନା ପାଇଥିଲା। ପୁଲିସ କହିଛି ଯେ ଆଇଇଡି ଆରଡିଏକ୍ସରେ ଭର୍ତ୍ତି ହୋଇ ରହିଥିଲା। ଏହାକୁ ଜିନ୍ଦ ରୋଡର କାଞ୍ଚି ଛକ ସ୍ଥିତ ଏକ ଗାଁର ରାସ୍ତା କଡ଼ରୁ ଜବତ କରାଯାଇଥିଲା। ଜବତ IEDର ଓଜନ ୧.୧୬ କିଲୋଗ୍ରାମ। ଏହାକୁ ଏକ ଲୁହା ବାକ୍ସରେ ରଖାଯାଇଥିଲା।
ଏସ୍ଏଚ୍ଓଙ୍କ କହିବା ମୁତାବକ, ବିସ୍ଫୋରକ ପଦାର୍ଥ ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଗତ ମାସରେ କୁରୁକ୍ଷେତ୍ର ଜିଲ୍ଲାର ଶାହାବାଦ ନିକଟସ୍ଥ ଏକ ସ୍ଥାନରୁ ଏସ୍ଟିଏଫ୍ ପ୍ରାୟ ୧.୩ କିଲୋଗ୍ରାମ RDXରେ ଭର୍ତ୍ତି ଥିବା IED ଜବତ ହୋଇଥିଲା।
ସେହିପରି ମେ’ ମାସରେ ମଧ୍ୟ ହରିୟାଣା ପୁଲିସ କରନାଲରୁ ୪ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ତିନୋଟି ଆଇଡ ଜବତ ହୋଇଥିଲା। ଯାହାର ଓଜନ ୨.୫ କିଲୋଗ୍ରାମ ଥିଲା। ଏଥିସହ ଏକ ବନ୍ଧୁକ ମଧ୍ୟ ଜବତ ହୋଇଥିଲା।
The post ଫେଲ୍ ମାରିଲା ଆତଙ୍କି ଷଡଯନ୍ତ୍ର, ରାସ୍ତାକଡ଼ରୁ ବିପୁଳ ଆଇଡି ଜବତ appeared first on Odisha Reporter.
from Odisha Reporter https://ift.tt/g2AR6qp
No comments:
Post a Comment