ନୂଆଦିଲ୍ଲୀ: ଭୟଙ୍କର ଭୂମିକମ୍ପରେ ଥରିଲା ପାପୁଆ ନ୍ୟୁ ଗିନି। ଆଜି ସକାଳୁ ପାପୁଆ ନ୍ୟୁ ଗିନିରେ ଭୂମିକମ୍ପର ତୀବ୍ର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସେକ୍ଲରେ ଏହାର ତୀବ୍ରତା ୭.୭ ରେକର୍ଡ କରାଯାଇଛି।
ଭୂକମ୍ପର ଝଟକା ଏତେ ଅଧିକ ଥିଲା ଯେ, ଲୋକେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ। ଝଟକା ଲାଗିବା ପରେ ଏଠାକାର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ମନ୍ଦଗା ସହରର ଅନେକ ଘର ଦ୍ୱାର ଭାଙ୍ଗି ଯାଇଥିବା କୁହାଯାଇଛି। ଏପରିକି ରାସ୍ତାଘାଟରେ ମଧ୍ୟ ଫାଟ ସୃଷ୍ଟି ହୋଇଥିବା ସୂଚନା ରହିଛି। ତେବେ ଏଥିରେ କିଏ ମୃତାହତ ହୋଇଛନ୍ତି କି ନାହିଁ ସେନେଇ କୌଣସି ତଥ୍ୟ ମିଳିନାହିଁ।
ଆମେରିକା ଜିଓଲଜିକାଲ ସର୍ଭେର ରିପୋର୍ଟ ଅନୁସାରେ, ସ୍ଥାନୀୟ ସମୟ ୯ଟା ୪୦ରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳୀ କେଣ୍ଟୁ ସହର ନିକଟସ୍ଥ ଭୂପୃଷ୍ଠରୁ ୬୧ କିମି ଗଭୀରରେ ଥିଲା। ଭୂକମ୍ପ ପରେ ଆମେରିକାର ଭୂତତ୍ତ୍ୱ ବୈଜ୍ଞାନିକମାନେ ସୁନାମୀ ଚେତାବନୀ ଜାରି କରିଛନ୍ତି।
ଗତକାଲି ସକାଳୁ ସକାଳୁ ମଧ୍ୟ ଇଣ୍ଡୋନେସିଆର ପୂର୍ବ ପ୍ରଦେଶର ଆଭ୍ୟନ୍ତରୀଣ ଅଞ୍ଚଳରେ ସିରିଜ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରୁ ୬.୨ ଥିବା ରେକର୍ଡ କରାଯାଇଥିଲା।
ସୂଚନାଯୋଗ୍ୟ, ପାପୁଆ ନ୍ୟୁଗିନି ନ୍ୟୁଗିନି ଦ୍ୱୀପର ପୂର୍ବ ପ୍ରାନ୍ତରେ ଅବସ୍ଥିତ। ଏହାର ପୂର୍ବରେ ଇଣ୍ଡୋନେସିଆ ଓ ଉତ୍ତରରେ ପୂର୍ବ ଅଷ୍ଟ୍ରେଲିଆ ରହିଛି। ଏହି ଅଞ୍ଚଳ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ରିଙ୍ଗ ଅଫ୍ ଫାୟାର ନିକଟରେ ମଧ୍ୟ ଆସୁଛି।
The post ଭୟଙ୍କର ଭୂମିକମ୍ପ, ଆସିପାରେ ସୁନାମୀ appeared first on Odisha Reporter.
from Odisha Reporter https://ift.tt/34KNqu0
No comments:
Post a Comment