ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁରରେ କୋଶଳ ରାଜ୍ୟ ଗଠନ ବନ୍ଦ ଡାକରାକୁ ବିରୋଧ। ବନ୍ଦ ଡାକରା ନାଁରେ ସମ୍ବଲପୁରୀ ଭାଷା, ସଂସ୍କୃତି, ସାହିତ୍ୟକୁ ଦିଗଭ୍ରଷ୍ଟ କରିବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ। ଏଭଳି ଉଦ୍ୟମକୁ ସଫଳ କରାଇ ଦିଆଯିବନି ବୋଲି ବିରୋଧାଭାଷ କରାଯାଇଛି। ଆଜି ସମ୍ବଲପୁରରେ ବନ୍ଦ ଡାକରା ପ୍ରଭାବ କିପରି ନ ପଡିବ ସେଥିପାଇଁ ବିଭିନ୍ନ ସଙ୍ଗଠନ ଏକ ହୋଇଛନ୍ତି। ଆଜି ସକାଳୁ ସମ୍ବଲପୁର ରେଳ ଷ୍ଟେସନରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇ ବନ୍ଦକୁ ବିରୋଧ କରିଛନ୍ତି। ରେଳ ଚଳାଚଳ କିପରି ପ୍ରଭାବିତ ନହେବ ସେଥିପାଇଁ ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନକୁ ସ୍ୱାଭାବିକ ଭାବେ ଛାଡିଛନ୍ତି।
ଯାହାକୁ ପରେ କୋଶଲ ରାଜ୍ୟ ଗଠନ ନେଇ ପଶ୍ଚିମଓଡ଼ିଶା ଅଞ୍ଚଳବାସୀଙ୍କ ଭିତରେ ଫାଟ ଦେଖିବାକୁ ମିଳିଛି। ସୂଚନା ଥାଉକି, ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ତରଫରୁ ୧୨ ଘଣ୍ଟିଆ ମହାବନ୍ଦ ଡାକରା ଦିଆଯାଇଛି। ପଶ୍ଚିମ ଓଡ଼ିଶାର ୧୧ ଜିଲ୍ଲାରେ ଏହି ବନ୍ଦ ପାଳନ କରାଯାଇଛି।
ଏନେଇ ସମ୍ବଲପୁର ଭାଷା ସଂସ୍କୃତି ପରିଷଦର ସଭାପତି ସରୋଜ ଦାଶ କହିଛନ୍ତି, କୋଶଳ ଓ କୋଶଳି ରାଜ୍ୟ ଦାବିକୁ ବିରୋଧ କରାଯାଉଛି। ୯ ବର୍ଷ ହେବ ଏଭଳି ଦାବି ଉଠିଛି। କୋଶଳି ନାମରେ ସମ୍ବଲପୁରୀ ଭାଷାକୁ ବିକୃତ କରାଯାଉଛି। ଆମେ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କୁ ନେଇ ହୀରାଖଣ୍ଡ ରାଜ୍ୟ ଗଠନ ଦାବି କରୁଛୁ। ଆମ ଭାଷା ସମ୍ବଲପୁରୀ, ଆମେ ସମ୍ବଲପୁରିଆ। ଆମ ଭାଷା, ସଂସ୍କୃତିକୁ ମୂଳପୋଛ ଉଦ୍ୟମ ସଫଳ କରାଇ ଦିଆଯିବନି। ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କୁ ଶୋଷଣ କରିବା ଓ ଉନ୍ନତିକରଣରେ ହେଉଥିବା ଅବହେଳାକୁ ବିରୋଧ କରାଯିବ। ଏହି ରାଜ୍ୟମାନଙ୍କୁ ନେଇ ହୀରାଖଣ୍ଡ ରାଜ୍ୟ ଗଠନ ଦାବି ରହିବ।
The post ସମ୍ବଲପୁରରେ କୋଶଳ ରାଜ୍ୟ ଗଠନ ବନ୍ଦ ଡାକରାକୁ ବିରୋଧ, ଟ୍ରେନ୍କୁ ସ୍ୱଭାବିକ ଛାଡ଼ିଲେ appeared first on Odisha Reporter.
from Odisha Reporter https://ift.tt/PFnbemG
No comments:
Post a Comment