ଡିପ୍ଲୋମା ଛାତ୍ରୀଙ୍କୁ ୩ ଲକ୍ଷରେ ବିକ୍ରି, ୩ ମାସ ଦୁଷ୍କର୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 7, 2022

ଡିପ୍ଲୋମା ଛାତ୍ରୀଙ୍କୁ ୩ ଲକ୍ଷରେ ବିକ୍ରି, ୩ ମାସ ଦୁଷ୍କର୍ମ

ସୋନପୁର(ରବୀନ୍ଦ୍ର ହୋତା): ବହୁ ଘାତ, ପ୍ରତିଘାତକୁ ସାମନା କରି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ଡିପ୍ଲୋମା ପଢ଼ିଥିଲେ। ଚାକିରି ଖଣ୍ଡେ କରି ନିଜ ଗୋଡ଼ରେ ଛିଡ଼ା ହେବେ ବୋଲି ଆଶା ରଖିଥିଲେ ଦଳିତ ଆଦିବାସୀ ଯୁବତୀ । ହେଲେ ଚାକିରି ପ୍ରଲୋଭନ ଦେଖାଇ ମଧ୍ୟପ୍ରଦେଶକୁ ନେଇ ସେଠାରେ ୩ ଲକ୍ଷରେ ବିକ୍ରି କରିଦେଲେ ଜଣେ ଯୁବକ। ଦୀର୍ଘ ୩ ମାସ କାଳ ବନ୍ଧା ରହି ଶାରୀରିକ, ମାନସିକ ନିର୍ଯାତନା ସହିବା ସହ ବଳାତ୍କାରର ଶିକାର ହେଲେ ଯୁବତୀ। ଏହାପରେ କୌଶଳକ୍ରମେ ସେଠାରୁ ଖସି ଆସି ଥାନାରେ ଅଭିଯୋଗ କରିବା ସହ ସବୁ ଘଟଣା ବଖାଣିଛନ୍ତି।

ଏପରି ଅମାନବୀୟ ଘଟଣା ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ଘଟିଛି। ଯୁବତୀ ଜଣକ ନିଜେ ତ ଖସି ଆସିଲେ କିନ୍ତୁ ତାଙ୍କ ଶିକ୍ଷାଗତ ଯୋଗ୍ୟତାର ସମସ୍ତ କାଗଜପତ୍ର ତଥା ଏଟିଏମ୍‌ କାର୍ଡ ମଧ୍ୟପ୍ରଦେଶରେ ରହିଯାଇଛି। ଯାହାକୁ ମୁକୁଳାଇବାକୁ ସେ ପୁଲିସ୍‌ ନିକଟରେ ଗୁହାରୀ କରିଛନ୍ତି।

ଅଭିଯୋଗ ଅନୁସାରେ, ମନମୁଣ୍ଡା ଥାନା ଅଞ୍ଚଳର ଦଳିତ ଆଦିବାସୀ ଯୁବତୀ ସୋନପୁର ପଲିଟେକନିକରେ ଡିପ୍ଲୋମା ପାଠ ଶେଷ କରିଛନ୍ତି। ଏହାପରେ ସେ ଚାକିରି ଅନ୍ୱେଷଣରେ ଝାରସୁଗୁଡାକୁ ଗତ ମେ’ ୪ ତାରିଖରେ ଯାଇଥିଲେ। ସେଠାରେ ମନମୁଣ୍ଡା ଥାନା ଖଲିଆପାଲି ଗାଁର ଗଣେଶ କୁମ୍ଭାରଙ୍କ ସହ ତାଙ୍କର ଭେଟ ହୋଇଥିଲା।

ପୂର୍ବରୁ ସେ ଗଣେଶଙ୍କୁ ଚିହ୍ନିଥିବାରୁ ଗଣେଶ ତାଙ୍କୁ ନିଜର ଜଣେ ସଂପର୍କୀୟଙ୍କ ଘରକୁ ବୁଲି ଯିବାକୁ ଡାକିଥିଲା। ଏହାପରେ ସେଠାରୁ ଗଣେଶ ଚତୁରତାର ସହ ଯୁବତୀଙ୍କୁ ମଧ୍ୟପ୍ରଦେଶର ଗୁନା ସହରକୁ ନେଇଯାଇଥିଲେ। ସେଠାରେ ସେ ତାଙ୍କୁ ଯଶବନ୍ତ ସିଂ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ନେଇଯାଇ ୩ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ। ସେଠାରେ ଯୁବତୀଙ୍କୁ ଯଶବନ୍ତଙ୍କ ଭାଇ ଆକାଶଙ୍କ ସହ ବାହା ହେବାକୁ ବାଧ୍ୟ କରାଯାଇଥିଲା। ମାତ୍ର ଏଥିରେ ଅରାଜି ହେବାରୁ ତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ସହ ହତ୍ୟା ଧମକ ମଧ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି। ଏମିତିକି ବନ୍ଧୁକ ଦେଖାଇ ଜବରଦସ୍ତି ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି।

ବନ୍ଦ କୋଠରୀରେ ଏପରି ପ୍ରାୟ ୩ ମାସ  କାଟିବା ପରେ ଯୁବତୀ ଜଣକ ନିଜ ଘରକୁ ଫେରିବାକୁ ଉଦ୍ୟମ କରିଥିଲେ। ଏହା ଜାଣିପାରି ଯଶବନ୍ତ ଓ  ଆକାଶ ବନ୍ଧୁକ ଦେଖାଇ ତାଙ୍କୁ ହତ୍ୟା ଧମକ ଦେଇଥିଲେ। ଏଥିସହ ୩ ଲକ୍ଷ ଟଙ୍କା ଦେଇଥିବାରୁ ତାଙ୍କୁ ଛାଡ଼ିପାରିବେନି ବୋଲି ରୋକଠୋକ ଶୁଣାଇ ଦେଇଥିଲେ। ଏହାପରେ ରାତିରେ ଯୁବତୀ ଜଣକ କୌଶଳକ୍ରମେ ଛାତରୁ ଲୁଗା ବାନ୍ଧି ତଳକୁ ଖସି ଆସିଥିଲେ। ଏହାପରେ ଅନ୍ୟମାନଙ୍କ ସାହାଯ୍ୟ ନେଇ ସେ କିଛି ଦିନ ପୂର୍ବେ ନିଜ ଘରେ ପହଞ୍ଚିଛନ୍ତି।

ତେବେ ଯଶବନ୍ତ ଓ ତାଙ୍କ ଭାଇ ଆକାଶଙ୍କ ପାଖରେ ଯୁବତୀଙ୍କ ସମସ୍ତ କାଗଜପତ୍ର ଓ ଏଟିଏମ କାର୍ଡ ରହିଯାଇଛି। ଏବେ ନ୍ୟାୟ ପାଇଁ ଗତକାଲି ସେ ମନମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସାର୍ଟିଫିକେଟ ତାଙ୍କୁ ଫେରାଇ ଦେବା ସହ ଅଭିଯୁକ୍ତଙ୍କୁ କଠୋର ଶାସ୍ତି ଦେବାକୁ ପୁଲିସ୍‌ ନିକଟରେ ଗୁହାରି କରିଛନ୍ତି। ଅଭିଯୁକ୍ତ ଗଣେଶକୁ ପୁଲିସ ଗିରଫ କରିଛି ଏବଂ ଆଜି କୋର୍ଟ ଚାଲାଣ କରିବ ବୋଲି ସୂଚନା ମିଳିଛି।

The post ଡିପ୍ଲୋମା ଛାତ୍ରୀଙ୍କୁ ୩ ଲକ୍ଷରେ ବିକ୍ରି, ୩ ମାସ ଦୁଷ୍କର୍ମ appeared first on Odisha Reporter.



from Odisha Reporter https://ift.tt/ltqFGUD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages