ଶଶି ଥରୁର ବନାମ ଗେହଲଟ: କିଏ ହେବେ କଂଗ୍ରେସ କିଙ୍ଗ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 19, 2022

ଶଶି ଥରୁର ବନାମ ଗେହଲଟ: କିଏ ହେବେ କଂଗ୍ରେସ କିଙ୍ଗ?

ନୂଆଦିଲ୍ଲୀ: ଅକ୍ଟୋବର ମାସରେ କଂଗ୍ରେସକୁ ମିଳିବ ନୂଆ ମୁଖିଆ। ହୋଇପାରେ ଜୋରଦାର ଟକ୍କର। ସାଂସଦ ଶଶି ଥରୁର ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ହୋଇପାରନ୍ତି ମୁହାଁମୁହିଁ। ଗୋଟିଏ ପଟେ ବିଭିନ୍ନ ରାଜ୍ୟର କଂଗ୍ରେସ କମିଟି ରାହୁଲ ଗାନ୍ଧିଙ୍କୁ ପୁଣିଥରେ ସଭାପତି କରିବା ପାଇଁ ସଂକଳ୍ପ ପାରିତ କରୁଛନ୍ତି, ଅନ୍ୟପଟେ ଗାନ୍ଧି ପରିବାର ବାହାରେ ଜଣଙ୍କୁ ସଭାପତି କରିବା ପାଇଁ ଲବି ଜୋରଦାର ହେବାରେ ଲାଗିଛି। ଏହାରି ଭିତରେ ଏହି ଦୁଇ ନେତାଙ୍କ ନାଁକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି ।

ଜି-୨୩ ନେତା ଭାବେ ଜଣାଶୁଣା ଶଶି ଥରୁର ସଭାପତି ରେସ୍‌ରେ ରହିଛନ୍ତି। ଏପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇଛନ୍ତି। କୁହାଯାଉଛି, ଅଶୋକ ଗେହଲଟ ସେପ୍ଟେମ୍ବର ୨୫ ତାରିଖରେ ଦିଲ୍ଲୀ ଯିବେ। ଏହାପର ଦିନ ସେ କଂଗ୍ରେସ ସଭାପତି ପଦ ପାଇଁ ନୋମିନେସନ୍‌ ଦାଖଲ କରିବେ।

ଏପଟେ ବିଦେଶରୁ ଫେରିବା ପରେ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି ଶଶି ଥରୁର । ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ଗତ ସପ୍ତାହରେ ସେ ଦାବି କରିଥିଲେ। ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ସୋନିଆ ତାଙ୍କୁ ପ୍ରତିଶ୍ରୁତି ଦେଇଥିବା କୁହାଯାଉଛି। ଏପରିକି ସୋନିଆ ସଭାପତି ପଦ ଲାଗି ନିର୍ବାଚନ ଲଢ଼ିବା ପାଇଁ ଶଶି ଥରୁରଙ୍କୁ ଗ୍ରୀନ୍‌ ସିଗ୍‌ନାଲ ଦେଇ ସାରିଛନ୍ତି। ତେଣୁ ଅଶୋକ ଗେହଲଟ ଓ ଶଶି ଥରୁରଙ୍କ ମଧ୍ୟରେ ସଭାପତି ପଦ ପାଇଁ ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି।

କଂଗ୍ରେସ ସଭାପତି ନିର୍ବାଚନ ପାଇଁ ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ। ଅକ୍ଟୋବର ୧୭ ତାରିଖରେ ହେବ ନିର୍ବାଚନ। ୨୦୧୯ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ସଭାପତି ପଦ ଛାଡ଼ିଥିଲେ ରାହୁଲ ଗାନ୍ଧି। ଏହା ପରେ ଅନ୍ତରୀଣ ଅଧ୍ୟକ୍ଷା ଭାବେ ପଦ ସମ୍ଭାଳିଛନ୍ତି ସୋନିଆ ଗାନ୍ଧି। ରାହୁଲ ଗାନ୍ଧିଙ୍କୁ ବାରମ୍ବାର ଅନୁରୋଧ କରା ଯାଇଥିଲେ ବି ସେ ପୁଣିଥରେ ସଭାପତି ହେବାକୁ ମନା କରି ଦେଇଛନ୍ତି।

The post ଶଶି ଥରୁର ବନାମ ଗେହଲଟ: କିଏ ହେବେ କଂଗ୍ରେସ କିଙ୍ଗ? appeared first on Odisha Reporter.



from Odisha Reporter https://ift.tt/fzNWKvE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages