ରାଜନୈତିକ ଦଳଙ୍କ ଚାନ୍ଦା ଉପରେ ଲାଗିବ ଲଗାମ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 19, 2022

ରାଜନୈତିକ ଦଳଙ୍କ ଚାନ୍ଦା ଉପରେ ଲାଗିବ ଲଗାମ!

ନୂଆଦିଲ୍ଲୀ: ଏଣିକି ରାଜନୈତିକ ଦଳଙ୍କୁ ମିଳୁଥିବା ନଗଦ ଚାନ୍ଦା ଉପରେ ଲାଗିବ ଲଗାମ। ଚନ୍ଦା ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ନିର୍ବାଚନ କମିଶନ। ବିଭିନ୍ନ ସୂତ୍ରରୁ ମିଳୁଥିବା ବେନାମୀ ଚାନ୍ଦାର ଆକାର ୨୦ ହଜାରରୁ ୨ ହଜାରକୁ କମାଇବାକୁ ସେ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି।

ଯଦି କୌଣସି ରାଜନୈତିକ ଦଳକୁ ବେନାମୀ ଚାନ୍ଦା ଆକାରରେ ୨ ହଜାରରୁ କମ ଟଙ୍କା ମିଳେ ତେବେ ଏହି ଚାନ୍ଦା ବାବଦରେ ନିର୍ବାଚନ କମିଶନଙ୍କୁ ଅବଗତ କରିବା ଆବଶ୍ୟକତା ନାହିଁ।  ଏବେ ଏହି ଚାନ୍ଦାର ଆକାର ୨୦ ହଜାର ଟଙ୍କା ରହିଛି।  ତେବେ ଏହାକୁ କମାଇ ୨ ହଜାର ଟଙ୍କା କରିବାକୁ ପ୍ରସ୍ତାବ ଦେଇଛନ୍ତି ନିର୍ବାଚନ କମିଶନ। ଏହାସହ ଗୋଟିଏ ଦଳକୁ ସର୍ବାଧିକ ମୋଟ୍ କ୍ୟାସ୍ ଡୋନେସନ ୨୦ କୋଟିରେ ସିମୀତ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କୁ ଚିଠି ଲେଖିଛନ୍ତି। ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ଟଙ୍କା ଉପରେ ସ୍ୱଚ୍ଛତା ଆଣିବାକୁ ଏହି ପ୍ରସ୍ତାବ ଦିଆଯାଇଛି।  ବର୍ତ୍ତମାନ ଥିବା ଆଇନ୍ ଅନୁଯାୟୀ ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦା ବାବଦରେ ନିର୍ବାଚନ କମିଶନଙ୍କୁ ଜଣାଇବା ବାଧ୍ୟତାମୂଳକ।

ଅନେକ ରାଜନୈତିକ ଦଳ ଡୋନେସନ ମିଳୁ ନଥିବା ଦର୍ଶାଉଥିବା ବେଳେ ଅଡିଟ୍ ବେଳେ କିନ୍ତୁ ବ୍ୟାପକ ନଗଦ ଟଙ୍କା ଡୋନେସନ୍‌ରେ ମିଳିଥିବା ଜଣାପଡୁଛି। ଏହାସହ ନିର୍ବାଚନରେ ଜଣେ ପ୍ରତିଦ୍ୱନ୍ଦ୍ୱିଙ୍କୁ ଦଳ ୨ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ପାଇଁ ଦେଲେ ଡିଜିଟାଲ କିମ୍ବା ଆକାଉଣ୍ଟ ପେୟୀ ଚେକ୍ ଆକାରରେ ଦେବାକୁ ପ୍ରସ୍ତାବ ଦିଆଯାଇଛି।

ଯଦି ନିର୍ବାଚନ କମିଶନଙ୍କ ପ୍ରସ୍ତାବକୁ ଗ୍ରହଣ କରି ଆଇନରେ ପରିବର୍ତ୍ତନ କରାଯାଏ ତେବେ ନିର୍ବାଚନ ଲଢ଼ିବାକୁ ଟଙ୍କା ଗ୍ରହଣ ପାଇଁ ଜଣେ ପ୍ରତିଦ୍ୱନ୍ଦ୍ୱିଙ୍କୁ ଅଲଗା ଆକାଉଣ୍ଟ କରିବାକୁ ପଡ଼ିବ। ଏହାସହ ସମସ୍ତ ଖର୍ଚ୍ଚ ବାବଦରେ ନିର୍ବାଚନ କମିଶନଙ୍କୁ ଅବଗତ କରିବାକୁ ବାଧ୍ୟତା ମୂଳକ ହେବ।

The post ରାଜନୈତିକ ଦଳଙ୍କ ଚାନ୍ଦା ଉପରେ ଲାଗିବ ଲଗାମ! appeared first on Odisha Reporter.



from Odisha Reporter https://ift.tt/jIoiMeJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages