ବଲାଙ୍ଗିର((ଓଡ଼ିଶା ରିପୋର୍ଟର): ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ତରଫରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ପଶ୍ଚିମ ଓଡ଼ିଶାର ୧୧ ଜିଲ୍ଲାରେ ଏହି ବନ୍ଦ ପାଳନ କରାଯାଉଛି।
ବନ୍ଦ ପ୍ରଭାବରେ ଦୋକାନ ବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଦୀର୍ଘ ଦିନ ଧରି ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ପାଇଁ କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ତରଫରୁ ଦାବି କରାଯାଉଛି। ହେଲେ ଦାବି ପୂରଣ ହେଉ ନଥିବାରୁ ଆଜି ବନ୍ଦ ଡାକରା ଦିଆଯାଇଥିବା ଆନ୍ଦୋକାରୀ ମାନେ କହିଛନ୍ତି।
ବଲାଙ୍ଗିରରେ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ଓ ଗାଡ଼ିଚଳାଚଳ ବନ୍ଦ କରିଛନ୍ତି।
The post କୋଶଳ ରାଜ୍ୟ ଦାବିରେ ୧୧ଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ appeared first on Odisha Reporter.
from Odisha Reporter https://ift.tt/F0vRyBi
No comments:
Post a Comment