ଦୁବାଇ: ଏସିଆ କପ୍ର ରୋମାଞ୍ଚକର ମ୍ୟାଚରେ ହାରିଲା ଭାରତ । ୬ ୱିଇକେଟରେ ଜିତିଛି ଶ୍ରୀଲଙ୍କା । ଭାରତ ପକ୍ଷରୁ ଦିଆଯାଇଥିବା ୧୭୪ ରନ୍ ଟାର୍ଗେଟକୁ ଗୋଟିଏ ବଲ୍ ବାକିଥାଇ ହାସଲ କରିନେଇଛି ଶ୍ରୀଲଙ୍କା ଟିମ୍ । ଆଜି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ୍ ହରାଇ ୧୭୩ ରନ୍ କରିଥିଲା। ରୋହିତ ଶର୍ମା ୪୧ ବଲରୁ ଧୁଆଁଧାର ୭୨ ରନ୍ କରିଥିଲେ। ସେହିପରି ସୂର୍ଯ୍ୟକୁମାର ୨୯ ବଲରୁ ୩୪ ରନ୍ କରିଥିଲେ । ସୁପର୍-4ରେ ପ୍ରଥମ ମ୍ୟାଚ ପାକିସ୍ତାନଠାରୁ ହାରିଯିବା ପରେ ଭାରତ ପାଇଁ କର ବା ମର ସ୍ଥିତି ଥିଲା । ତେବେ ଏହି ମ୍ୟାଚରେ ଭାରତ ହାରିଯାଇଛି। ସୁପର ଫୋର ପର୍ଯ୍ୟାୟରେ ଭାରତ ପରବର୍ତ୍ତୀ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ।
ଭାରତ ଶ୍ରୀଲଙ୍କା ସମ୍ମୁଖରେ ୧୭୪ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଶ୍ରୀଲଙ୍କା ତା’ର ଦୁଇ ଓପନର ପଥୁମ ନିସଙ୍କ (୫୨) ଓ କୁଶଲ ମେଣ୍ଡିସ (୫୭)ଙ୍କ ଅର୍ଦ୍ଧଶତକ ବଳରେ ଗୋଟିଏ ବଲ୍ ପୂର୍ବରୁ ବିଜୟୀ ହୋଇଥିଲା। ୧୯ ଓଭରରେ ଭୁବନେଶ୍ୱର କୁମାରଙ୍କ ଓଭର ଟିମ୍ ଇଣ୍ଡିଆ ପାଇଁ ମହଙ୍ଗା ପଡ଼ିଥିଲା। ୧୨ ବଲରେ ଜିତିବାକୁ ୨୧ ରନ୍ ଥିବା ବେଳେ ଭୁବନେଶ୍ୱର କୁମାରଙ୍କ ତାଙ୍କ ଓଭରରେ ୧୪ ରନ୍ ଦେଇଥିଲେ।
ଶେଷ ବେଳକୁ ହର୍ଶଦୀପ ଅନେକ ଚେଷ୍ଟା କରିଥିଲେ ବି ୬ ୱିକେଟରେ ମ୍ୟାଚ୍ ଜିତି ନେଇଛି ଶ୍ରୀଲଙ୍କା। ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା। ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଭାରତ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୧୭୩ ରନ୍ କରିଥିଲା। ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୭୨ ରନ କରି କରିଥିବା ବେଳେ ଲୋକେସ ରାହୁଲସ, ବିରାଟ କୋହଲି ଓ ପନ୍ତ ବଡ଼ ସ୍କୋର କରିପାରି ନଥିଲେ। ଅନ୍ୟପଟେ ଶ୍ରୀଲଙ୍କା ପକ୍ଷରୁ କୁସାଲ ମେଣ୍ଡିସ ସର୍ବାଧିକ ୫୭ ରନ୍ କରିଥିବା ବେଳେ ପାଥୁମ ନିଶଙ୍କ ୫୫ ରନ୍, ଦଶୁନ ଶନକା ୩୩ ରନ୍ ଓ ଭାନୁକା ରାଜପାକ୍ଷ ୨୫ ରନ୍ କରିଥିଲେ। ଫଳରେ ଦଳ ୧୯.୫ ବଲରେ ମ୍ୟାଚ୍ ଜିତି ନେଇଛି।
The post ଭାରତକୁ ହରାଇ ୬ ୱିଇକେଟରେ ଜିତିଲା ଶ୍ରୀଲଙ୍କା appeared first on Odisha Reporter.
from Odisha Reporter https://ift.tt/QPawqpL
No comments:
Post a Comment