୧୬ ସେପ୍ଟେମ୍ବର, ଶୁକ୍ରବାର: ଆକସ୍ମିକ ଭାବେ ଖର୍ଚ୍ଚ ଭାର ବୃଦ୍ଧି ପାଇବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 15, 2022

୧୬ ସେପ୍ଟେମ୍ବର, ଶୁକ୍ରବାର: ଆକସ୍ମିକ ଭାବେ ଖର୍ଚ୍ଚ ଭାର ବୃଦ୍ଧି ପାଇବ

ମେଷ: କର୍ମ କ୍ଷେତ୍ରରେ ଉନ୍ନତି ହେବ  ।   କିଛି କାରଣରୁ ମନରେ ଅଶାନ୍ତି ଦେଖାଦେଇ ପାରେ । ପରିବାରରେ ମନାନ୍ତର, ମତାନ୍ତର ହୋଇପାରେ ସତର୍କ ରହିବେ । ପିଲାମାନେ ଖେଳକୁଦ ପ୍ରତି ବେଶି ଆକୃଷ୍ଟ ହେବେ ।

ବୃଷ:    ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ହୋଇପାରେ । ଯାହା ଫଳରେ ମନ ଭାରାକ୍ରାନ୍ତ ରହିବ। ପାରିବାରିକ ଜୀବନ ସୁଖପ୍ରଦ ହେବ, ପିତା ମାତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ । ଅପରାହ୍ନରେ କୋଣସି ଅନୁଷ୍ଠାନ ତରଫରୁ ସମ୍ମାନୀତ ହୋଇପାରନ୍ତି। ମହିଳାମାନେ ଗୃହ କର୍ମରେ ବ୍ୟସ୍ତ ରହିବେ।

ମିଥୁନ: ଆତ୍ମୀୟ ସ୍ୱଜନଙ୍କ ଗହଣରେ ଦିନଟି ହସଖୁସିରେ ଅତିବାହିତ ହେବ । ଜଳ, ଅଗ୍ନି ଓ ବିଦ୍ୟୁତ୍ ପ୍ରତି ସାବଧାନ ରହିବା ଭଲ।  ଆକସ୍ମିକ ଭାବରେ ଖର୍ଚ୍ଚଭାର ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିପାରନ୍ତି। କ୍ରୀଡା, କଳା, ସାହିତ୍ୟ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି।

କର୍କଟ: ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେବ । ପାରିବାରିକ ଅଭିବୃଦ୍ଧି ଘଟିବ । କର୍ମକ୍ଷେତ୍ରରେ ସାଧାରଣ ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସାମନା କରିବାର ସାହସ ରଖି କୃତକାର୍ଯ୍ୟ ହେବେ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ ।

ସିଂହ:  ଆଜି ଆପଣ କୌଣସି କାର୍ଯ୍ୟକୁ ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି, ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ, ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ ।  ବହୁଦିନର ପ୍ରତିକ୍ଷିତ ଶୁଭ ଖବର ଶୁଣିପାରନ୍ତି ଯାହା ଫଳରେ ମନ ଆନନ୍ଦିତ ହେବ।

କନ୍ୟା: ଦିନଟି ଆପଣଙ୍କ ଲାଗି ଠିକଠାକ୍ ରହିବ, ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ, ଅଚାନକ ଧନପ୍ରାପ୍ତି ସହ ପାରିବାରିକ ଜୀବନ ସୁଖମୟ ହେବ । ମହିଳାମାନେ ଆନନ୍ଦ ଉଲ୍ଲାସରେ ସମୟ କାଟିବେ, ଛାତ୍ରଛାତ୍ରୀମାନେ ସମସ୍ତ ଦିଗରେ ସଫଳତା ହାସଲ କରିବେ।

ତୁଳା: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ ରହିବ, ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ୱ ବଜାୟ ରହିବ, ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ । ଅପରାହ୍ନରେ ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ ଅଯଥା ବାଦବିବାଦ ଦେଖାଦେଇପାରେ ।

ବିଚ୍ଛା: ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ, ଅନେକ ଦିନର ଆଶା ଆକାଂକ୍ଷା ପୂରଣ ହେବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହାଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ, କୌଣସି ଅନୁଷ୍ଠାନର ମୁଖ୍ୟ ଦାୟିତ୍ୱ ଗ୍ରହଣ କରିପାରନ୍ତି ।

ଧନୁ: କର୍ମକ୍ଷେତ୍ରରେ ଅପଦସ୍ତ ହେବେ, ଜଗିରଖି ରହିବାକୁ ପଡିବ । ନୂଆ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବ, ଦୂରସ୍ଥାନକୁ ଯାତ୍ରା କଲାବେଳେ  ସତର୍କତାର ସହ  ଯାଆନ୍ତୁ । ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିପାରନ୍ତି ଏବଂ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ।

ମକର: ପିଲାମାନଙ୍କର ସଫଳତା ଦେଖି ବାପାମା’ ଖୁସି ଅନୁଭବ କରିବେ । ଦୂରସ୍ଥାନକୁ ଯାତ୍ରା କରିବେ ଓ ବ୍ୟବସାୟରେ ଉନ୍ନତି କରିବେ । ରାଜନୀତିରେ ଥିବା ବ୍ୟକ୍ତି ସଫଳତା ପାଇବେ।

କୁମ୍ଭ : ସାଧାରଣ କଥାକୁ କେନ୍ଦ୍ର କରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଭୁଲ୍ ବୁଝାମଣା ହେତୁ ପତ୍ନୀଙ୍କ ସହ ମନୋମାଳିନ୍ୟ ଦେଖାଦେଇପାରେ। ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ ।

ମୀନ: ଆଜିର  ଆପଣ ଆତ୍ମୀୟଙ୍କ ସାହାଯ୍ୟ ସହଯୋଗ ପାଇବାରୁ ଆନନ୍ଦିତ ରହିବେ  । ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ  ।

The post ୧୬ ସେପ୍ଟେମ୍ବର, ଶୁକ୍ରବାର: ଆକସ୍ମିକ ଭାବେ ଖର୍ଚ୍ଚ ଭାର ବୃଦ୍ଧି ପାଇବ appeared first on Odisha Reporter.



from Odisha Reporter https://ift.tt/4P7ea9l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages