ୟୁକ୍ରେନ ‍ଫେରନ୍ତାଙ୍କ ହାତ ଛାଡ଼ିଦେଲେ ସରକାର! ନାଁ ଲେଖାଇବାକୁ ଅନୁମତି ଦିଆଯିବନି କହିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 15, 2022

ୟୁକ୍ରେନ ‍ଫେରନ୍ତାଙ୍କ ହାତ ଛାଡ଼ିଦେଲେ ସରକାର! ନାଁ ଲେଖାଇବାକୁ ଅନୁମତି ଦିଆଯିବନି କହିଲେ

ନୂଆଦିଲ୍ଲୀ: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରୁ ଜୀବନ ବଞ୍ଚାଇ ସ୍ୱଦେଶ ଫେରି ଆସିଥିବା ହଜାର ହଜାର ମେଡିକାଲ ଶିକ୍ଷାର୍ଥୀଙ୍କୁ ବଡ଼ ଝଟକା ଲାଗିଛି। କେନ୍ଦ୍ର ସରକାର ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିଥିବା ବେଳେ ସବୁ ପ୍ରକାରର ସହଯୋଗ କରିବେ ବୋଲି ମଧ୍ୟ କହିଥିଲେ। ହେଲେ ଏବେ କେନ୍ଦ୍ର ସରକାର ସେମାନଙ୍କ ହାତ ଛାଡ଼ି ଦେବା ମୁଡରେ ଅଛନ୍ତି।

ଏଥିପାଇଁ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ୟୁକ୍ରେନ ଫେରନ୍ତା ଶିକ୍ଷାର୍ଥୀଙ୍କୁ ଭାରତୀୟ କଲେଜଗୁଡ଼ିକରେ ନାଁ ଲେଖାଇବାକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି କହିଛନ୍ତି। ମେଡିକାଲ କଲେଜରେ ନାଁ ଲେଖାଇବାକୁ ପ୍ରସ୍ତୁତ ହୋଇଥିବା ବିଭିନ୍ନ ଆଇନର ଆଳ ଦେଖାଇ ସରକାର ପୂରା ପ୍ରସଙ୍ଗକୁ ଖସି ଯିବାକୁ ଚେଷ୍ଟା କରିଛନ୍ତି।

କେନ୍ଦ୍ର ସରକାର ଗୋଟିଏ ସତ୍ୟପାଠରେ କହିଛନ୍ତି, “ଏଯାଏ ନ୍ୟାଶନାଲ ମେଡିକାଲ କମିଶନ(ଏନଏମସି) ତରଫରୁ କୌଣସି ବି ଭାରତୀୟ ମେଡିକାଲ ଇନଷ୍ଟିଚ୍ୟୁଟ କିମ୍ବା ବିଶ୍ୱବିଦ୍ୟାଳୟରେ ଜଣେ ବି ବିଦେଶ ଫେରନ୍ତା ମେଡିକାଲ ଶିକ୍ଷାର୍ଥୀଙ୍କୁ ସ୍ଥାନାନ୍ତରିତ କିମ୍ବା ଥଇଥାନ କରିବାକୁ ଅନୁମତି ଦିଆଯାଇ ନାହିଁ।”

ବିଭିନ୍ନ ବିଦେଶୀ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟରେ ପ୍ରଥମରୁ ୪ର୍ଥ ବର୍ଷରେ ପାଠପଢ଼ୁଥିବା ଶିକ୍ଷାର୍ଥୀମାନେ କରିଥିବା ଆବେଦନ ଉପରେ ସରକାର ଏପରି ସତ୍ୟପାଠ ଦାଖଲ କରିଛନ୍ତି। ଏହି ବିଦେଶ ଶିକ୍ଷାର୍ଥୀମାନେ ଭାରତର ଯେକୌଣସି ମେଡିକାଲ କଲେଜରେ ନାଁ ଲେଖାଇବା ସହ ପରୀକ୍ଷାରେ ଭାଗ ନେବାକୁ ଅନୁମତି ଦାବିରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

ଏହି ଆବେଦନ ଉପରେ କେନ୍ଦ୍ର ସରକାର କହିଛନ୍ତି, ବେଶ ବିନମ୍ରତାରର ସହ ଆମେ କହିବାକୁ ଚାହୁଁଛୁ ଯେ ଆମେ ଯଦି ଏହି ପିଲାମାନଙ୍କ କଥା ବିଚାରକୁ ନେବା, ତା’ହେଲେ ଭାରତୀୟ ମେଡିକାଲ କାଉନସିଲ ଆକ୍ଟ ୧୯୫୬ କିମ୍ବା ନ୍ୟାଶନାଲ ମେଡିକାଲ କମିଶନ ଆକ୍ଟ ୨୦୧୯ରେ ବିଦେଶରେ ଥିବା କୌଣସି ମେଡିକାଲ କଲେଜରୁ ଶିକ୍ଷାର୍ଥୀମାନଙ୍କୁ ଭାରତୀୟ କଲେଜକୁ ସ୍ଥାନାନ୍ତର କରିବାର କୌଣସି ପ୍ରାବଧାନ ନାହିଁ।

ତଥାପି ସତ୍ୟପାଠରେ ସରକାର କହିଛନ୍ତି ଯେ ୟୁକ୍ରେନରେ ଏମବିବିଏସ୍ ପାଠ୍ୟକ୍ରମ ପୂରଣ କରି ପାରି ନଥିବା ଶିକ୍ଷାର୍ଥୀଙ୍କୁ ସହଯୋଗ ଓ ସହାୟତା କରିବାକୁ ଏନଏମସି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶକ୍ରମେ ୬ ସେପ୍ଟେମ୍ବରରେ ଗୋଟିଏ ନୋଟିସ ଜାରି କରିଛି। ଯଦି ୟୁକ୍ରେନ ଫେରନ୍ତା ଶିକ୍ଷାର୍ଥୀଙ୍କୁ ଭାରତୀୟ ମେଡିକାଲ କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାକୁ ଅନୁମତି ଦିଆଯାଏ, ତା’ହେଲେ ଏହା କେବଳ ନିୟମ ଉଲ୍ଲଙ୍ଘନ କରିବ ନାହିଁ ବରଂ ଭାରତରେ ଥିବା ମେଡିକାଲ କଲେଜର ଗୁଣବତ୍ତା ‌ଉପରେ ପ୍ରଭାବ ପକାଇବ। କେହି ବି ସେପ୍ଟେମ୍ବର ୬ରେ ଜାରି ହୋଇଥିବା ନୋଟିସକୁ ଭାରତୀୟ କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ନାଁ ଲେଖାଇବା ପାଇଁ ଅଲଗା ବାଟରେ ବ୍ୟବହାର କରନ୍ତୁ ନାହିଁ। ଅଧିକାଂଶ ପିଲା ଦୁଇଟି କାରଣ ପାଇଁ ବିଦେଶକୁ ଯାଉଛନ୍ତି। ଗୋଟିଏ ହେଲା ମେଡିକାଲ ପ୍ରବେଶିକା ପରୀକ୍ଷାରେ କମ ମାର୍କ ରଖିବା ଓ ଅନ୍ୟଟି ହେଲା ବିଦେଶରେ ମେଡିକାଲ ପାଠ୍ୟକ୍ରମର ଫିସ। ଯଦି ନିଟ୍‌ରେ କମ ମାର୍କ ରଖିଥିବା ପିଲାମାନଙ୍କୁ ଭାରତରେ ନାଁ ଲେଖାଇବାକୁ ଅନୁମତି ଦିଆଯାଏ, ତା’ହେଲେ ପରବର୍ତ୍ତୀ ଅବସ୍ଥାରେ ଏହା ବିଭିନ୍ନ ବିବାଦ ସୃଷ୍ଟି କରିବ। ସେହିପରି ଘରୋଇ ମେଡିକାଲ କଲେଜରେ ନାଁ ଲେଖାଇବାକୁ ଅନୁମତି ଦେଲେ ଫିସ ଦାଖଲରେ ସମସ୍ୟା ଅନୁଭବ କରିବେ ବୋଲି ସରକାର କହିଛନ୍ତି।

ଆଜି ପୁଣିଥରେ ଜଷ୍ଟିସ ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।

The post ୟୁକ୍ରେନ ‍ଫେରନ୍ତାଙ୍କ ହାତ ଛାଡ଼ିଦେଲେ ସରକାର! ନାଁ ଲେଖାଇବାକୁ ଅନୁମତି ଦିଆଯିବନି କହିଲେ appeared first on Odisha Reporter.



from Odisha Reporter https://ift.tt/3cWo7bX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages