ଜାପାନରେ ମୋଦି, ସିଞ୍ଜୋ ଆବେଙ୍କ ଅନ୍ତ୍ୟୋଷ୍ଟିରେ ହେବେ ସାମିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 26, 2022

ଜାପାନରେ ମୋଦି, ସିଞ୍ଜୋ ଆବେଙ୍କ ଅନ୍ତ୍ୟୋଷ୍ଟିରେ ହେବେ ସାମିଲ

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଆଜି ରାଜକୀୟ ଅନ୍ତିମ ସତ୍କାର ହେବ।  ଏଥିରେ ସାମିଲ ହେବା ପାଇଁ ଜାପାନରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟୋକିଓରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହ ସେ ଶ୍ରଦ୍ଧାଞ୍ଜଳି ଜଣାଇବେ।

ପ୍ରଧାନମନ୍ତ୍ରୀ ମୋଦି ଜାପାନ ପ୍ରତିପକ୍ଷ ଫୁମିଓ କିଶିଦାଙ୍କୁ ପୃଥକ ଭାବେ ଭେଟିବାର ମଧ୍ୟ କାଯର୍ୟକ୍ରମ ରହିଛି। ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହୋଇପାରେ। ସିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଥିବା ବିଭିନ୍ନ ରାଷ୍ଟ୍ର ମୁଖ୍ୟଙ୍କୁ ମଧ୍ୟ ମୋଦି ଭେଟିବା କାର୍ଯ୍ୟକ୍ରମ ରହିଛି। ସେହିପରି ଜାପାନରେ ୨୦ରୁ ଅଧିକ ରାଜ୍ୟ ମୁଖ୍ୟଙ୍କ ସମେତ ୧୦୦ରୁ ଅଧିକ ଦେଶର ପ୍ରତିନିଧୀ ଯୋଗଦେବେ ବୋଲି ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୮ ତାରିଖରେ ଏକ ନିର୍ବାଚନୀ ରାଲିରେ ଭାଷଣ ଦେବା ସମୟରେ ସିଞ୍ଜୋ ଆବେଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ଦେହାନ୍ତକୁ ୨ ମାସ ବିତି ଯାଇଥିବାବେଳେ ଆଜି ତାଙ୍କ ଅନ୍ତିମ ସଂସ୍କାର କରାଯିବ।

The post ଜାପାନରେ ମୋଦି, ସିଞ୍ଜୋ ଆବେଙ୍କ ଅନ୍ତ୍ୟୋଷ୍ଟିରେ ହେବେ ସାମିଲ appeared first on Odisha Reporter.



from Odisha Reporter https://ift.tt/4qCoVkc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages