ବାରିପଦା( ମାଣିକ ଲାଲ ପାଣଇ): ଆଖି ପିଛୁଳାକେ ଲାଗିଗଲା ନିଆଁ । ଦେଖୁ ଦେଖୁ ହୁତୁହୁତ ହୋଇ ଜଳିଲା ମାର୍କେଟ କମ୍ପ୍ଲେକ୍ସ ବିଲ୍ଡିଂ । ଏହି ଅଗ୍ନିକାଣ୍ଡରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ କୌଣସି ଜୀବନହାନୀ ହୋଇ ନ ଥିବା ଜଣାଯାଇଛି।
ଗତ ରାତିରେ ବାରିପଦା ଷ୍ଟେସନବଜାରସ୍ଥିତ ଏକ ମାର୍କେଟ କମ୍ପ୍ଲେକ୍ସ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟି ବହୁ କ୍ଷୟକ୍ଷତି ହୋଇଛି। ଏହି ବିଲ୍ଡିଂରେ ବହୁ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ବହୁ ଦୋକାନ ବି ରହିଛି। ଅଗ୍ନିକାଣ୍ଡରେ ବ୍ୟାଙ୍କ ଅଫ୍ ବରୋଦାର କାର୍ଯ୍ୟାଳୟର ଏଟିଏମଟି ଓ ଅନ୍ୟ କିଛି ଦୋକାନ ସମ୍ପୂର୍ଣ୍ଣ ପୋଡିଯାଇଛି । ତେବେ ସେଠାରେ ଥିବା ବ୍ୟାଙ୍କ କାର୍ଯ୍ୟାଳୟ ବିଶେଷ କ୍ଷତିଗ୍ରସ୍ତ ହୋଇ ନ ଥିବା ଜଣାଯାଇଛି। ଏଟିଏମ୍ଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ସେଥିରେ କେତେ ଟଙ୍କା ଥିଲା ତାହା ସ୍ପଷ୍ଟ ହୋଇନି।
ଖବର ପାଇ ବ୍ୟାଙ୍କ ଅଫ୍ ବରୋଦା ମ୍ୟାନେଜର ଘଟଣାସ୍ଥଳରେ ପହିଞ୍ଚି ବ୍ୟାଙ୍କର କୈାଣସି କ୍ଷୟକ୍ଷତି ହୋଇନାହିଁ । ଏଟିଏମ୍ ଘର ଓ ମେସିନ ସଂପୂର୍ଣ୍ଣ ନଷ୍ଟ ହୋଇଛି । ତେବେ ଏଟିଏମ୍ ରେ କେତେ ଟଙ୍କା ନଷ୍ଟ ହୋଇଛି ତାହା ଜଣାପଡ଼ି ନାହିଁ ବୋଲି କହିଛନ୍ତି। ଏହାବାଦ ଆଉ କିଛି ଦୋକାନ ଗୃହ ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାଯାଇଛି।
ଗତକାଲି ରାତି ପ୍ରାୟ ସାଢେ ୧୦ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ହଠାତ ନିଆଁ କ୍ଷୀପ୍ର ବେଗରେ ବ୍ୟାପି ଯାଇଥିଲା । ଏହି ଅଗ୍ନିକାଣ୍ଡରେ ବହୁ ଦୋକାନରେ ମଧ୍ୟ ନିଆଁ ଲାଗି ସମସ୍ତ ଜିନିଷ ଜଳି ପୋଡ଼ି ଯାଇଛି। ଖବର ପାଇ ଘଟଣାସ୍ଥଳରେ ୨ଟି ଦମକଳ ଗାଡି ପହଞ୍ଚି ପ୍ରାୟ ୨ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ ।
ଉକ୍ତ ବିଲ୍ଡିଂରେ ବ୍ୟାଙ୍କ ଅଫ ଇଣ୍ଡିଆର ଏକ ଶାଖା ସହ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଥିବାବେଳେ ଆଉ କାହାର କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ବିଲ୍ଡିଂର ମାଲିକ କହୁଥିବା ବେଳେ ଏହାର କାରଣ ଅସ୍ପଷ୍ଟ ରହିଛି। ବ୍ୟାଙ୍କ ଓ ଉକ୍ତ ବିଲ୍ଡିଂର ଫାୟାର ସେଫ୍ଟି ବ୍ୟବସ୍ଥା ଥିଲା କି ନାହିଁ ତାହାର ଯାଞ୍ଚ କରାଯିବ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ ।
ଏହି ବିଲ୍ଡିଂ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବା ବେଳେ ଏଠାକୁ ପ୍ରତିଦିନ ହଜାର ହଜାର ଲୋକ ଆସିଥାନ୍ତି। ମାତ୍ର ରାତିରେ ନିଆଁ ଲାଗିଥିବାରୁ କୌଣସି ଜୀବନହାନୀ ହୋଇ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି ।
The post ଦେଖୁ ଦେଖୁ ବିଲ୍ଡିଂରେ ଲାଗିଗଲା ନିଆଁ , ପାଉଁଶ ହେଲା ଏଟିଏମ୍ appeared first on Odisha Reporter.
from Odisha Reporter https://ift.tt/g2FmocM
No comments:
Post a Comment