ଅଗ୍ନିକାଣ୍ଡ ପରେ ଆକ୍ସନ ମୁଡ୍‌ରେ ଯୋଗୀ, ୧୫ ଅଫିସର୍‌ ସସ୍‌ପେଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 10, 2022

ଅଗ୍ନିକାଣ୍ଡ ପରେ ଆକ୍ସନ ମୁଡ୍‌ରେ ଯୋଗୀ, ୧୫ ଅଫିସର୍‌ ସସ୍‌ପେଣ୍ଡ

ଲକ୍ଷ୍ନୌ: ହୋଟେଲରେ ଅଗ୍ନିକାଣ୍ଡ ପରେ ଆକ୍ସନ ମୁଡ୍‌ରେ ଯେଗୀ ସରକାର। ଗତ ୫ ତାରିଖରେ  ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଥିବା ଲେଭନା ସୁଇଟ୍ସ ହୋଟେଲ ଅନିକାଣ୍ଟ ଘଟଣାରେ ୧୯ ଅଫିସର ବିରୋଧରେ ବଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେଥିମଧ୍ୟରୁ ସୁରକ୍ଷାରେ କୋହଳ ଯୋଗୁ ୧୫ ଜଣଙ୍କୁ ନିଲମ୍ବିତ କରାଯାଇଛି। ଶନିବାର ରାତିରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ଉତ୍ତର ପ୍ରଦେଶ ସରକାର।

କେବଳ ସେତିକି ନୁହେଁ ପୂର୍ବ ନିୟମ ଅନୁସାର ୪ ଅବସରପ୍ରାପ୍ତ ଅଫିସରଙ୍କର ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସୂଚନା ମିଳିଛି। କିଛି ଅଗ୍ନିଶମ ଅଫିସରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ସେପ୍ଟେମ୍ବର ୫ ତାରିଖରେ ହୋଟେଲ ଭିତରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ୪ ଜଣଙ୍କର ଜୀବନ ଯାଇଥିଲା। ଏକାଧିକ ଆହତ ହୋଇଥିଲେ। ଏହି ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ଏହି କମିଟି ତଦନ୍ତ କରି ୧୯ ଜଣଙ୍କ ବିରୋଧରେ ଅନିୟମିତ ଓ ଅବହେଳା କରିଥିବା ରିପୋର୍ଟରେ ଦର୍ଶାଇଛି। ରିପୋର୍ଟ ପାଇବା ପରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ନୌ ପୁଲିସ କମିଶନର ଏସ୍‌ବି ଶିରଦକାର ଏବଂ ଡିଭିଜୋନାଲ କମିଶନର ରୋଶନ ଜାକୋବ ସୂଚନା ଦେଇଛନ୍ତି।

ଘଟଣାରେ ଗୃହମନ୍ତ୍ରାଳୟ ବିଭାଗର କର୍ମଚାରୀ, ଶକ୍ତି ବିଭାଗ ଅଫିସର, ନିଯୁକ୍ତି ଓ ପୁଲିସ ଅଫିସର ବିଭାଗ, ଗୃହ ଓ ସହରୀକରଣ ଯୋଜନା ବିଭାଗ ଓ ଅବକାରୀ ବିଭାଗରେ ବି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡିଛି।

The post ଅଗ୍ନିକାଣ୍ଡ ପରେ ଆକ୍ସନ ମୁଡ୍‌ରେ ଯୋଗୀ, ୧୫ ଅଫିସର୍‌ ସସ୍‌ପେଣ୍ଡ appeared first on Odisha Reporter.



from Odisha Reporter https://ift.tt/pgxuOAT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages