ଆଖି ବୁଜିଲେ ଅଭିନେତା, ଚାଲିଗଲେ ପ୍ରଭାସଙ୍କ ଅଙ୍କଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 10, 2022

ଆଖି ବୁଜିଲେ ଅଭିନେତା, ଚାଲିଗଲେ ପ୍ରଭାସଙ୍କ ଅଙ୍କଲ୍‌

ହାଇଦ୍ରାବାଦ: ଆଖି ବୁଜିଲେ ଅଭିନେତା। ଆଉ ନାହାନ୍ତ ବାହୁବଳୀ ଫେମ୍‌ ଅଭିନେତା ପ୍ରଭାସଙ୍କ ଅଙ୍କଲ। ତେଲୁଗୁର ଜଣାଶୁଣା ଅଭିନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ୟୁଭି କ୍ରିଷ୍ଣମ ରାଜୁଙ୍କ ଦେହାନ୍ତ ହୋଇଛି। ୮୨ ବର୍ଷ ବୟସରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଶକ୍ତ ଧକ୍କା ଦେଇଛି।

ୟୁଭି କ୍ରିଷ୍ଣମ ରାଜୁ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା। ସୂଚନା ମୁତାବକ, ସେ କରୋନାରେ ଆକ୍ରାନ୍ତ ହେବା ପରେ ଅନେକ ସମସ୍ୟା ଦେଇ ଗତି କରୁଥିଲେ। ତାଙ୍କୁ ଅଗଷ୍ଟ ୫ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏକ ମାସରୁ ଅଧିକ ସମୟ ହସ୍ପିଟାଲରେ ରହିବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି। କ୍ରିଷ୍ଣମ ରାଜୁଙ୍କର ପତ୍ନୀ ଓ ୩ ଝିଅ ଅଛନ୍ତି। ତା ଛଡ଼ା ବାହୁବଳୀ ଷ୍ଟାର ପ୍ରଭାସଙ୍କର ସେ ହଉଛନ୍ତି ଅଙ୍କଲ ବା କକା।

ପ୍ରାୟ ୫ ଦଶନ୍ଧୀ ଧରି ତେଲୁଗୁ ସିନେମାରେ କାମ କରିଥିବା କ୍ରିଷ୍ଣମ ରାଜୁ ୧୮୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି। ତାଙ୍କୁ ଟଲିଉଡ୍‌ର ରିବେଲ ଷ୍ଟାର ବୋଲି କୁହାଯାଏ। ସେ ୧୯୬୬ରେ ତେଲୁଗୁ ଫିଲ୍ମ ‘ଚିଲାକା ଗୋରିଙ୍କା’ରୁ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ସେ ସାମାଜିକ, ଫ୍ୟାମିଲ, ରୋମାଣ୍ଟିକ, ଆକ୍ସନ ଥ୍ରିଲର୍‌, ଐତିହାସିକ ଓ ପୌରାଣିକ ଆଦି ଫିଲ୍ମରେ ଅଭିନୟ କରିଛନ୍ତି। ଅମର ଦୀପମ, ସୀତା ରାମୁଲୁ, କଟକାଟାଲ ରୁଦ୍ରାୟ ଆଦି ଫିଲ୍ମ ଭଳି ଅନେକ ହିଟ୍‌ ଫିଲ୍ମରେ ସେ କାମ କରିଛନ୍ତି। ତାଙ୍କୁ ଅନେକ ଆୱାର୍ଡରେ ମଧ୍ୟ ସମ୍ମାନୀତ କରାଯାଇଛି।

The post ଆଖି ବୁଜିଲେ ଅଭିନେତା, ଚାଲିଗଲେ ପ୍ରଭାସଙ୍କ ଅଙ୍କଲ୍‌ appeared first on Odisha Reporter.



from Odisha Reporter https://ift.tt/iL58J2I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages