ନିଶା ନେଲା ଜୀବନ; ସାଙ୍ଗର ତଣ୍ଟି କାଟିଦେଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 17, 2022

ନିଶା ନେଲା ଜୀବନ; ସାଙ୍ଗର ତଣ୍ଟି କାଟିଦେଲେ ଯୁବକ

ଖୋର୍ଦ୍ଧା(ବଳରାମ ଲେଙ୍କା) : ନିଶା ଆଗରେ ଫିକା ପଡ଼ିଗଲା ବନ୍ଧୁତାର ସମ୍ପର୍କ । ସାମାନ୍ୟ ବଚସାରୁ ହିତାହିତ ଜ୍ଞାନ ଭୁଲି ଯାଇଥିବା ଯୁବକ ନିଜ ବନ୍ଧୁକୁ ଅମାନୁଷିକ ଭାବେ ହତ୍ୟା କରିବାକୁ ପଛାଇଲେ ନାହିଁ।  ନିଜ ବନ୍ଧୁଙ୍କ ବେକକୁ ବ୍ଲେଡରେ କାଟି ଦେବା ସହ ପଥରରେ ଛେଚି ହତ୍ୟା କଲେ ଯୁବକ । ୪ ଦିନ ପରେ ଗଳିତ ମୃତଦେହ ଉଦ୍ଧାର ହେବା ପରେ ଘଟଣା ପଦାକୁ ଆସିଛି। ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେ ସବୁ ସତ ଓଗାରିଥିବା ଜଣାଯାଇଛି।

ଏପରି ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଥାନା ଅଞ୍ଚଳରେ ଘଟିଛି। ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହର ଗଜପତି ନଗରର ଜି ଇଶ୍ୱର ରାଓ । ପୁଲିସ୍‌ ତାଙ୍କ ସାଙ୍ଗ ତଥା ଘଟଣାର ମୁଖ୍ୟ ଅଭିଯୁକ୍ତ ବକ୍ସିସା ସିଂ ମେହେରଙ୍କୁ ବାନ୍ଧିଛି।

ପୁଲିସ୍‌ ସୂଚନା ଅନୁଯାୟୀ, ୪ ଦିନ ତଳେ  ଜି. ଇଶ୍ୱର ରାଓ ଏବଂ ବକ୍ସିସା ସିଂ ମେହେର ଜଟଣୀର ଗୋଡା ଧର୍ମ ସାଗର ମିଲ୍ ପୋଖରୀ ନିକଟରେ ଏକାଠି ବସି ମଦ୍ୟପାନ କରୁଥିଲେ। ଏହାପରେ  ଉଭୟଙ୍କ ଭିତରେ ବଚସା ହୋଇଥିଲା। ଆଉ ବଚସାରୁ ଉଭୟ ପରସ୍ପରକୁ ଆକ୍ରମଣ କରିଥିଲେ।

ଶେଷରେ ଏକ ଧାରୁଆ ବ୍ଲେଡ ସାହାଯ୍ୟରେ ଅଭିଯୁକ୍ତ ମେହେର ନିଜ ସାଙ୍ଗ ଇଶ୍ୱରଙ୍କ ବେକକୁ କାଟି ଦେଇଥିଲେ। ଇଶ୍ୱର ତଳେ ପଡ଼ି ଛଟପଟ ହେଉଥିବା ବେଳେ ସେ ତାଙ୍କ ମୁଣ୍ଡ ଉପରେ ଏକ ପଥର ଛେଚି ଫେରାର ହୋଇଯାଇଥିଲା। ଜି ଇଶ୍ୱର ରାଓ ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ଆଡ଼େ ଖୋଜାଖୋଜି କରିବା ସହ ଥାନାରେ ଅଭିଯୋଗ କରିଥିଲେ।

ଏହାପରେ ପୁଲିସ୍‌ ତଦନ୍ତ ଆରମ୍ଭ କରି ହତ୍ୟାକାଣ୍ଡର ୪ ଦିନ ପରେ  ଧର୍ମ ସାଗର ମିଲ୍ ପୋଖରୀ ନିକଟରୁ ମୃତଦେହ ଜବତ କରିଛି। ଏଥିସହ ଅଭିଯୁକ୍ତଙ୍କୁ  ଗିରଫ କରି ଅଧିକ ପଚରାଉଚରା କରିଛି। ପୁଲିସ୍‌ ସାଇଣ୍ଟିଫିକ ଟିମ୍‌ ସହାୟତାରେ ଘଟଣାର ତଦନ୍ତ କରି ମୃତଦେହ ବ୍ୟବଛେଦ ପାଇଁ ପଠାଇଛି ।

The post ନିଶା ନେଲା ଜୀବନ; ସାଙ୍ଗର ତଣ୍ଟି କାଟିଦେଲେ ଯୁବକ appeared first on Odisha Reporter.



from Odisha Reporter https://ift.tt/q6VLftU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages