ଆପ୍‌ ବିଧାୟକ ଅମନତୁଲ୍ଲା ଖାନ୍‌ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 16, 2022

ଆପ୍‌ ବିଧାୟକ ଅମନତୁଲ୍ଲା ଖାନ୍‌ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଦୁର୍ନୀତି ନିରୋଧ ଶାଖା(ଏସିବି) ଶୁକ୍ରବାର କ୍ଷମତାସୀନ ଆମ୍‌ ଆଦମୀ ପାର୍ଟି(ଆପ୍‌)ର ବିଧାୟକ ଅମନତୁଲ୍ଲା ଖାନଙ୍କୁ ଗିରଫ କରିଛି। ଦିଲ୍ଲୀ ୱାକଫ ବୋର୍ଡରେ ବେଆଇନ ନିଯୁକ୍ତି ଓ ଆର୍ଥିକ ଅନିୟମିତତା ଘଟଣାରେ ତାଙ୍କୁ ଗିରଫ କରାଯାଇଛି। ୨୦୨୦ ମସିହାରେ ଏସିବି ଦୁର୍ନୀତି ନିରୋଧ ଆଇନ୍‌ ଅନୁଯାୟୀ ଗୋଟିଏ ଏଫଆଇଆର ରୁଜୁ କରିଥିଲା। ଏହାର ୨ ବର୍ଷ ପରେ ବିଧାୟକ ଖାନଙ୍କୁ ଗିରଫ କରାଯାଇଛି।

ଏସିବି ମୁଖ୍ୟ ମଧୁର ବର୍ମା କହିଛନ୍ତି, ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏସିବି ଶୁକ୍ରବାର ରେଡ୍‌ କରିଥିଲା। ଏହି ସମୟରେ ନଗଦ ୨୪ ଲକ୍ଷ ଟଙ୍କା, ୨ଟି ବେଆଇନ ବନ୍ଧୁକ ଓ ଗୁଳିଗୋଳା ମିଳିଥିଲା। ଏହାବାଦ ଅନେକ ପ୍ରକାରର ଜମିଜମା କାଗଜପତ୍ର ଓ ଆର୍ଥିକ କାରବାର ସମ୍ପର୍କିତ ଦସ୍ତାବିଜ ମଧ୍ୟ ଜବତ କରାଯାଇଛି। ଶୁକ୍ରବାର ରେଡ୍‌ ସମୟରେ ବିଧାୟକ ଅମନତୁଲ୍ଲା ଖାନଙ୍କ ଠିକଣାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ମଧ୍ୟ ମିଳିଥିଲା। ସେ ଦୁର୍ନୀତି କରିଥିବା ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି।

ଏସିବିର ସୂତ୍ର ଅନୁଯାୟୀ, ବାଟଲା ହାଉସରେ ରହୁଥିବା ଆପ୍‌ର ୱାର୍ଡ ସଭାପତି କୌଶର ଇମାମ ସିଦ୍ଦିକୀଙ୍କ ପାଖରୁ ବି ଗୋଟିଏ ପିସ୍ତଲ ଓ ନଗଦ ଟଙ୍କା ଜବତ ହୋଇଛି। ଏ ସମ୍ପର୍କରେ ଏସିବି ଦିଲ୍ଲୀ ପୁଲିସ୍‌କୁ ଜଣାଇଛି। ପୁଲିସ୍‌ ଇମାମଙ୍କ ନାଁରେ ଆର୍ମସ ଆକ୍ଟରେ ଗୋଟିଏ ମାମଲା କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରେଡ୍‌ ବେଳେ ଜଣେ ଏସିପିଙ୍କ ନେତୃତ୍ୱାଧୀନ ଏସିବି ଟିମ୍‌କୁ ଖାନଙ୍କ ସମର୍ଥକ ଓ ସମ୍ପର୍କୀୟମାନେ ଆକ୍ରମଣ କରିଥିଲେ। ଏଥିପାଇଁ ରେଡ୍‌ରେ କିଛି ସମୟ ପାଇଁ ବିଭ୍ରାଟ ଦେଖାଯାଇଥିଲା। ତେବେ ପୁଲିସ୍‌ର ସୁରକ୍ଷାବଳୟ ମଧ୍ୟରେ ଏସିବି ଟିମ୍‌ ରେଡ୍‌ କରି ବହୁ ଗୁରୁତ୍ୱପୂର୍ଣ୍ଣ ଜିନିଷପତ୍ର ଜବତ କରିଛି।

The post ଆପ୍‌ ବିଧାୟକ ଅମନତୁଲ୍ଲା ଖାନ୍‌ ଗିରଫ appeared first on Odisha Reporter.



from Odisha Reporter https://ift.tt/2gotkuF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages