ଜେଏସ୍‌ଡବ୍ଲ୍ୟୁ ବସ୍‌କୁ ଟ୍ରକ୍‌ ପିଟିବା ଘଟଣା, ମୃତ୍ୟୁ ସଂଖ୍ୟା ୭ ଛୁଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 16, 2022

ଜେଏସ୍‌ଡବ୍ଲ୍ୟୁ ବସ୍‌କୁ ଟ୍ରକ୍‌ ପିଟିବା ଘଟଣା, ମୃତ୍ୟୁ ସଂଖ୍ୟା ୭ ଛୁଇଁଲା

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍  ୱେରେ  ଗତକାଲି ରାତିରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ସେହିପରି ୧୩ ଗୁରୁତରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସାମାନ୍ୟ ଆହତଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  ଏକ ବସ୍‌କୁ ହାଇୱା  ପିଟିବା ଫଳରେ ଏହି ଦୁର୍ଘଟଣା ହୋଇଛି ।

ଗତକାଲି ସନ୍ଧ୍ୟା ପ୍ରାୟ ୭ଟାବେଳେ ଠେଲକୋଇସ୍ଥିତ ଜେଏସ୍‌ଡବ୍ଲ୍ୟୁ ପ୍ଲାଣ୍ଟର ୫୨ରୁ ଅଧିକ କର୍ମଚାରୀଙ୍କୁ ନେଇ ବସ୍‌ଟି ଝାରସୁଗୁଡ଼ା ଯାଉଥିଲା । ଏହି ସମୟରେ ସରବାହାଲ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ଦୁଇଟି ଗାଇକୁ ଧକ୍କା ଦେଇ ଡିଭାଇଡର ଡେଇଁ ବସ୍‌କୁ ଜୋରସୋରରେ ଧକ୍କା ଦେଇଥିଲା। ଟ୍ରକ୍‌ଟି ବସ୍‌କୁ ପଛ ପଟୁ ପିଟିଥିବା ବେଳେ ବସ୍‌ର ବାଡ଼ା ଭାଙ୍ଗିବା ସହ ପଛପଟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।  ଦୁର୍ଘଟଣାରେ ଗୁରୁତରମାନଙ୍କୁ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଉଦ୍ଧାର କରି ପ୍ରଥମେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଏପରି ମର୍ମନ୍ତୁଦ ଦୁର୍ଘଟଣା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଟ୍ୱିଟ କରି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତଙ୍କୁ ଯଥାସମ୍ଭବ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ସେ ସୂଚନା ଦେଇଛନ୍ତି।  ତା’ସହ ମୃତାହତଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ବ୍ୟବସ୍ଥା କରିବାକୁ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି । ସେହିପରି ସାଂସଦ ସୁରେଶ ପୂଜାରୀ ଟ୍ୱିଟ୍ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦେବାକୁ ଦାବି ହେଉଥିବା ବେଳେ  ଏଥିନିମନ୍ତେ ଜିଲ୍ଲା ପ୍ରଶାସନର କିଛି ବ୍ୟବସ୍ଥା ନ ଥିବା କହିଛନ୍ତି ଜିଲ୍ଲାପାଳ । ଯଦି ସେମାନେ ଡ୍ୟୁଟିରେ ଥିବେ ତା’ହେଲେ କମ୍ପାନୀ ସହ ଆଲୋଚନା କରି ସେମାନଙ୍କୁ କ୍ଷତିପୂରଣ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।  ।

The post ଜେଏସ୍‌ଡବ୍ଲ୍ୟୁ ବସ୍‌କୁ ଟ୍ରକ୍‌ ପିଟିବା ଘଟଣା, ମୃତ୍ୟୁ ସଂଖ୍ୟା ୭ ଛୁଇଁଲା appeared first on Odisha Reporter.



from Odisha Reporter https://ift.tt/ceFkr2U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages