ପୁଣି ବସ୍‌ରେ ବିସ୍ଫୋରଣ, ୮ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଘଟଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 28, 2022

ପୁଣି ବସ୍‌ରେ ବିସ୍ଫୋରଣ, ୮ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଘଟଣା

ଉଧମପୁର: ଜମ୍ମୁ-କଶ୍ମୀରର ଉଧମପୁରର ପୁଣି ଗୋଟିଏ ବସ୍‌ରେ ରହସ୍ୟଜନକ ବିସ୍ଫୋରଣ ଘଟିଛି। ଆଜି ଅର୍ଥାତ୍ ଗୁରୁବାର ଭୋର ୫.୧୫ରେ ଉଧମପୁର ବସଷ୍ଟାଣ୍ଡର ପାର୍କିଂରେ ରହିଥିବା ଗୋଟିଏ ବସ୍‌ରେ ବଡ଼ଧରଣର ବିସ୍ଫୋରଣ ହୋଇଛି। ବସଟି ନିକଟସ୍ଥ ରାମନଗରରୁ ଉଦୟପୁର ଯାଏ ସେବା ଯୋଗାଇ ଥାଏ। ରାତିରେ କାମ ସରିବା ପରେ ବସକୁ ଷ୍ଟାଣ୍ଡରେ ରଖାଯାଇଥିଲା। ହେଲେ ଆଜି ସକାଳୁ ହଠାତ୍‌ ଏହା ଭିତରେ ବିସ୍ଫୋରଣ ହୋଇଛି।

ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। କିନ୍ତୁ ବିସ୍ଫୋରଣ ହୋଇଥିବା ବସ୍‌ଟି ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଆଖପାଖରେ ଥିବା କିଛି ବସ୍‌ର କାଚ ମଧ୍ୟ ବିସ୍ଫୋରଣ ଯୋଗୁ ଭାଙ୍ଗି ଯାଇଛି। ଖବର ପାଇ ପୁଲିସ୍‌ ଓ ସେନା ଘଟଣାସ୍ଥଳରେ ପହଞ୍ଚି ପୂରା ଅଞ୍ଚଳକୁ କର୍ଡନ କରି ଯାଞ୍ଚ ଆରମ୍ଭ କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୮ ଘଣ୍ଟା ମଧ୍ୟରେ ଏହା ଉଧମପୁରରେ ଦ୍ୱିତୀୟ ବିସ୍ଫୋରଣ। ବୁଧବାର ରାତି ପ୍ରାୟ ୧୦.୪୫ରେ ଉଧମପୁର ଡୋମାଲି ଛକ ନିକଟ ପେଟ୍ରୋଲ ପମ୍ପ ନିକଟରେ ଛିଡ଼ା ହୋଇଥିବା ଗୋଟିଏ ବସ୍‌ରେ ରହସ୍ୟଜନକ ବିସ୍ଫୋରଣ ହୋଇଥିଲା। ଏଥିରେ ବସ୍‌ର କଣ୍ଡକ୍ଟର ଓ ତାଙ୍କ ବନ୍ଧୁ ଆହତ ହୋଇଥିଲେ।

ବିସ୍ଫୋରଣ ଶବ୍ଦ ଶୁଣି ପୁଲିସ୍ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ପ୍ରଥମେ ଘଟଣାରେ ଆହତ ହୋଇଥିବା ୨ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ଉଭୟଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

ପୁଲିସ୍ ଓ ସ୍ଥାନୀୟ ପ୍ରଶାସନ ଉକ୍ତ ବିସ୍ଫୋରଣର କାରଣ ଖୋଜୁଥିବା ବେଳେ ଆଜି ଭୋରରୁ ଆଉ ଗୋଟିଏ ବସରେ ବିସ୍ଫୋରଣ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଘଟଣା ପରେ ପୁଲିସ୍ ଓ ସେନା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଆଲର୍ଟରେ ରହିବାକୁ କୁହାଯାଇଛି।

The post ପୁଣି ବସ୍‌ରେ ବିସ୍ଫୋରଣ, ୮ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଘଟଣା appeared first on Odisha Reporter.



from Odisha Reporter https://ift.tt/S7wuKdA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages