ଭେଙ୍କଟରମଣି ଦେଶର ନୂଆ ଆଟର୍ଣ୍ଣି ଜେନେରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 28, 2022

ଭେଙ୍କଟରମଣି ଦେଶର ନୂଆ ଆଟର୍ଣ୍ଣି ଜେନେରାଲ

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ଆର ଭେଙ୍କଟରମଣି ଦେଶର ନୂଆ ଆଟର୍ଣ୍ଣି ଜେନେରାଲ ଭାବେ ନିଯୁକ୍ତ ପାଇଛନ୍ତି। ସେ ଅକ୍ଟୋବର ୧ରୁ ଏଜି ଭାବେ ଦାୟିତ୍ୱ ଗ୍ରହଣ କରିବେ ଓ ୩ ବର୍ଷ ପାଇଁ ଏହି ପଦରେ ରହିବେ। ଭେଙ୍କଟରମଣିଙ୍କ ଏଜି ଭାବେ ନିଯୁକ୍ତି ପ୍ରସ୍ତାବକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ ଦେଇଛନ୍ତି। ଏ ସଂକ୍ରାନ୍ତରେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବର୍ତ୍ତମାନ ଦେଶର ଏଜି ଭାବେ କାମ କରୁଥିବା କେକେ ଭେନୁଗୋପାଲଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେବ। ସେ ୨୦୧୭ରୁ ଏହି ପଦରେ ରହିଛନ୍ତି। ସେ ଅବସର ନେବା ପରେ ଭେଙ୍କଟରମଣି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଏହାପୂର୍ବରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀଙ୍କୁ କେନ୍ଦ୍ର ସରକାର ପୁଣି ଏଜି ହେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ।

୨୦୧୪ରୁ ୨୦୧୭ ଯାଏ ରୋହତଗୀ ଦେଶର ଏଜି ଭାବେ କାମ କରିଥିଲେ। ହେଲେ ଏବେ ସେ ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିବାରୁ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା। ଭେଙ୍କଟରମଣିଙ୍କୁ ଦେଶର ଏଜି କରାଯାଇଥିବା କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଟ୍ୱିଟ କରି ସୂଚନା ଦେଇଛନ୍ତି।

୧୯୫୦ ମସିହା ଏପ୍ରିଲ ୧୩ରେ ପୁଡ଼ୁଚେରୀରେ ଜନ୍ମ ଗ୍ରହଣ କରିଥିବା ଭେଙ୍କଟରମଣି ୧୯୭୭ ମସିହାରେ ଓକିଲ ଭାବେ ନିଜର ପଞ୍ଜୀକରଣ କରାଇଥିଲେ। ତାମିଲନାଡୁ ବାର୍ କାଉନସିଲର ସଦସ୍ୟ ଭାବେ ସେ ତାଙ୍କ ଓକିଲାତି କ୍ୟାରିୟର ଆରମ୍ଭ କରିଥିଲେ। ୧୯୭୯ରେ ସେ ସୁପ୍ରିମକୋର୍ଟରେ ମାମଲା ଲଢ଼ିଥିଲେ। ୧୯୯୭ରେ ତାଙ୍କୁ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀର ମାନ୍ୟତା ଦେଇଥିଲେ।


ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ସେ ଶତାଧିକ ମାମଲା ଲଢ଼ିଛନ୍ତି। କେନ୍ଦ୍ର, ବିଭିନ୍ନ ରାଜ୍ୟ, ବିଶ୍ୱବିଦ୍ୟାଳୟ ଓ ସରକାରୀ ସଂସ୍ଥା ପାଇଁ ସେ ମାମଲା ପରିଚାଳନ କରିଛନ୍ତି। ୨୦୧୦ ଓ ୨୦୧୩ରେ ସେ ଆଇନ କମିଶନର ସଦସ୍ୟ ଭାବେ କାମ କରିବାର ଅଭିଜ୍ଞତା ଭେଙ୍କଟରମଣିଙ୍କ ପାଖରେ ରହିଛି।

The post ଭେଙ୍କଟରମଣି ଦେଶର ନୂଆ ଆଟର୍ଣ୍ଣି ଜେନେରାଲ appeared first on Odisha Reporter.



from Odisha Reporter https://ift.tt/3OjXtor

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages