ଆହତ ବୁମ୍ରାଙ୍କ ସ୍ଥାନ ନେଲେ ମହମ୍ମଦ ସିରାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 29, 2022

ଆହତ ବୁମ୍ରାଙ୍କ ସ୍ଥାନ ନେଲେ ମହମ୍ମଦ ସିରାଜ

ଗୌହାଟୀ: ଟି-୨୦ ବିଶ୍ୱକପ ଓ ଦକ୍ଷିଣ ଆଫ୍ରିକା ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଆହତ ସମସ୍ୟା ଯୋଗୁ ଟିମରୁ ସ୍ପିଡଷ୍ଟର ଯଶପ୍ରୀତ ବୁମ୍ରା ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଦୁଇ ଟି-୨୦ ମ୍ୟାଚ୍‌ ଖେଳିପାରିବେ ନାହିଁ। ସେହିପରି ସେ ଟି-୨୦ ବିଶ୍ୱକପରୁ ମଧ୍ୟ ବାଦ ପଡ଼ିବାର ଆଶଙ୍କା ରହିଛି। ଏପରି ସ୍ଥିତିରେ ବିସିସିଆଇ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ପାଇଁ ବୁମ୍ରାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରିଛି। ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଭାରତୀୟ ସ୍କ୍ୱାଡରେ ସାମିଲ କରାଯାଇଛି।

ଆହତ ସମସ୍ୟା ଯୋଗୁ ବୁମ୍ରା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମଧ୍ୟ ଖେଳି ନଥିଲେ। ଅବଶ୍ୟ ଏହି ମ୍ୟାଚ୍‌କୁ ଟିମ ଇଣ୍ଡିଆ ୮ ୱିକେଟରେ ଜିତି ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। ଏବେ ଦ୍ୱିତୀୟ ଟି-୨୦ ଅକ୍ଟୋବର ୨ ତାରିଖରେ ଓ ତୃତୀୟ ଟି-୨୦ ୪ ତାରିଖରେ ଖେଳାଯିବ।

ବିସିସିଆଇ ଆଜି ସକାଳେ ଜାରି କରିଥିବା ବିବୃତିରେ କହିଛି ଯେ ଦକ୍ଷିଣ ଆଫ୍ରିକା ବିପକ୍ଷ ବାକି ୨ଟି ମ୍ୟାଚ୍‌ ପାଇଁ ବୁମ୍ରାଙ୍କ ବଦଳରେ ମହମ୍ମଦ ସିରିଜାଙ୍କୁ ଚୟନ କରାଯାଇଛି। ବ୍ୟାକ ଇଞ୍ଜୁରୀ ଯୋଗୁ ବୁମ୍ରା ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ପଡ଼ିଛନ୍ତି। ଏବେ ତାଙ୍କର ଆହତ ସମସ୍ୟା ଉପରେ ବସିସିଆଇର ମେଡିକାଲ ଟିମ ନଜର ରଖିଛି ବୋଲି ବିସିସିଆଇ କହିଛି।

ମହମ୍ମଦ ସିରାଜ ଏଯାଏ ଭାରତ ପାଇଁ ୫ଟି ଟି-୨୦ ମ୍ୟାଚ୍‌ ଖେଳିଥିବା ବେଳେ ସମାନ ସଂଖ୍ୟକ ୱିକେଟ ନେଇଛନ୍ତି। ଶେଷଥର ସେ ଫେବୃଆରୀ ମାସରେ ଭାରତ ପାଇଁ ଟି-୨୦ ମ୍ୟାଚ୍‌ ଖେଳିଥିଲେ।

ବୁମ୍ରାଙ୍କ ଆହତ ସମସ୍ୟା ଗୁରୁତର ଥିବା କୁହାଯାଉଛି। ତେଣୁ ସେ ଅତିକମରେ ୬ ମାସ ବିଶ୍ରାମ ନେଇପାରନ୍ତି। ଏପରି ହେଲେ ଟି-୨୦ ବିଶ୍ୱକପରେ ବୁମ୍ରାଙ୍କୁ ଦେଖିବାକୁ ମିଳିବ ନାହିଁ। ବୁମ୍ରା ବାଦ ପଡ଼ିବାକୁ ଯାଉଥିବା ବେଳେ ଭୁବନେଶ୍ୱର କୁମାର ଭଲ ଲୟରେ ନାହାନ୍ତି। ତେଣୁ ବିଶ୍ୱକପରେ ଦଳର ବୋଲିଂ ଚିନ୍ତା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।

ସେହିପରି ମହମ୍ମଦ ଶାମି ଏଯାଏ କରୋନାରୁ ସୁସ୍ଥ ହୋଇ ନାହାନ୍ତି। ତାଙ୍କୁ ବିଶ୍ୱକପ ଟିମ୍‌ରେ ଷ୍ଟାଣ୍ଡବାଏ ଖେଳାଳି ଭାବେ ରଖାଯାଇଛି। ତାଙ୍କ ସହ ଦୀପକ ଚହର ମଧ୍ୟ ରହିଛନ୍ତି। ଯଦି ବୁମ୍ରା ବିଶ୍ୱକପରୁ ବିଧିବଦ୍ଧ ଭାବେ ବାଦ ପଡ଼ିବେ, ତା’ହେଲେ ଶାମିଙ୍କ ଅପେକ୍ଷା ଟିମ ମ୍ୟାନେଜମେଣ୍ଟ ଦୀପକ ଚହରଙ୍କ ଉପରେ ଅଧିକ ଭରସା ଦେଖାଇପାରେ।

କାରଣ ଶାମି ଦୀର୍ଘ ଦିନ ହେଲା ଟି-୨୦ରୁ ବାହାର ରହିଛନ୍ତି। କିନ୍ତୁ ଦୀପକ ଚହର ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ରେ ଜବରଦସ୍ତ ବୋଲିଂ କରିଥିଲେ। ତେଣୁ ତାଙ୍କୁ ବିଶ୍ୱକପର ମୁଖ୍ୟ ସ୍କ୍ୱାଡରେ ସାମିଲ କରାଯାଇପାରେ।

ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ, ଦୀନେଶ କାର୍ତ୍ତିକ, ଆର ଅଶ୍ୱିନ, ୟୁଜି ଚହଲ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ହର୍ଷଲ ପଟେଲ, ଦୀପକ ଚହର, ଉମେଶ ଯାଦବ, ଶ୍ରେୟସ ଆୟର, ଶାହବାଜ ଅହମଦ ଓ ମହମ୍ମଦ ସିରାଜ। 

The post ଆହତ ବୁମ୍ରାଙ୍କ ସ୍ଥାନ ନେଲେ ମହମ୍ମଦ ସିରାଜ appeared first on Odisha Reporter.



from Odisha Reporter https://ift.tt/PpDcr87

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages