ଶ୍ରୀଜିଉଙ୍କୁ ଦର୍ଶନ କଲେ ଜେପି ନଡ୍ଡା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 29, 2022

ଶ୍ରୀଜିଉଙ୍କୁ ଦର୍ଶନ କଲେ ଜେପି ନଡ୍ଡା

ପୁରୀ(ଓଡ଼ିଶା ରିପୋର୍ଟର): ଗତକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଆଜି ସକାଳେ ଜେପି ନଡ୍ଡା ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହାପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ଶ୍ରୀମନ୍ଦିରକୁ ନି‌ଆଯାଇଥିଲା।

ନଡ୍ଡାଙ୍କ ଗସ୍ତ ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସିଂହଦ୍ୱାର ସମ୍ମୁଖରେ ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଥିଲା। ଜେପି ନଡ୍ଡାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ର, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ବ୍ରହ୍ମଗିରି ବିଧାୟକ ପ୍ରମୁଖ ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ମହାପ୍ରଭୁଙ୍କୁ ଦର୍ଶନ କରି ପୁରୀ ତାଳବଣିଆ ହେଲିପ୍ୟାଡ୍‌ରୁ ନଡ୍ଡା ଭଦ୍ରକ ଜିଲ୍ଲା ତିହିଡି ଅଭିମୁଖେ ଗସ୍ତ କରିଛନ୍ତି। ସେଠାରେ ଦିବଂଗତ ନେତା ବିଷ୍ଣୁ ସେଠୀଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବେ। ଏହାପରେ କଟକ ଓଲଟପୁର ନିରତାର ଗସ୍ତ କରିବେ। ସେଠାରେ ଶହେ ଶଯ୍ୟା ବିଶିଷ୍ଟ ପୁନର୍ବାସ କୋଠାର ଲୋକାର୍ପଣ କରିବେ ଜେପି ନଡ୍ଡା। ଏହାସହ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ କରିବା ଚିକିତ୍ସା ଉଦ୍ୟାନର ଶୁଭ ଉଦଘାଟନ କରିବେ।

ପରେ ଦିନ ୧୧ଟା ୪୫ରେ ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ ସଂଯୁକ୍ତ ମୋର୍ଚ୍ଚା ସମାବେଶରେ ଯୋଗଦେବେ ଜେପି ନଡ୍ଡା।  ପରେ ଦଳର କୋର୍ ଟିମ୍ ସହ ନଡ୍ଡା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

 

 

The post ଶ୍ରୀଜିଉଙ୍କୁ ଦର୍ଶନ କଲେ ଜେପି ନଡ୍ଡା appeared first on Odisha Reporter.



from Odisha Reporter https://ift.tt/ANdq2Wb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages