ଆଜି ବିଜେପିରେ ମିଶିବେ କ୍ୟାପ୍ଟେନ ଅମରନ୍ଦିର ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 18, 2022

ଆଜି ବିଜେପିରେ ମିଶିବେ କ୍ୟାପ୍ଟେନ ଅମରନ୍ଦିର ସିଂହ

ଅମୃତସର: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ରାଜନେତା କ୍ୟାପ୍ଟେନ ଅମରିନ୍ଦର ସିଂହ ଆଜି ବିଜେପିରେ ମିଶିବେ। ସେ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ିଥିଲେ। ଏଥିସହ ପଞ୍ଜାବ ଲୋକ କଂଗ୍ରେସ ନାଁରେ ନୂଆ ଦଳ ଗଠନ କରି ନିର୍ବାଚନ ଲଢ଼ିଥିଲେ। କିନ୍ତୁ ନିର୍ବାଚନରେ ତାଙ୍କ ଦଳ ଗୋଟିଏ ହେଲେ ବି ଆସନ ଜିତି ପାରି ନଥିଲା। ଏବେ ସେ ନିଜର ଆଗାମୀ ରାଜନୀତିକ ଭବିଷ୍ୟତକୁ ବଜାୟୀ ରଖିବା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପିରେ ମିଶିବାକୁ ଯାଉଛନ୍ତି। ତାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ପଞ୍ଜାବ ଲୋକ କଂଗ୍ରେସ ମଧ୍ୟ ବିଜେପି ସହ ବିଲୀନ ହେବ।

ସେ ଆଜି ବିଜେପିରେ ଯୋଗଦେବାକୁ ଥିବା ବେଳେ ଏହାପୂର୍ବରୁ ଦଳୀୟ ନେତାଙ୍କ ସହ ବୈଠକ କରିବେ। ଏହାପରେ ଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ରହିବେ। କ୍ୟାପ୍ଟେନ ସିଂହଙ୍କ ବ୍ୟତୀତ ପଞ୍ଜାବ ଲୋକ କଂଗ୍ରେସରେ ଥିବା ୭ ଜଣ ପୂର୍ବତନ ବିଧାୟକ ଓ ଜଣେ ସାଂସଦ ମଧ୍ୟ ଆଜି ପଦ୍ମ ଧରିବେ।

ସ୍ପାଇନାଲ ସର୍ଜରୀ ପାଇଁ ଲଣ୍ଡନ ଯାଇଥିବା ୮୦ ବର୍ଷୀୟ କ୍ୟାପ୍ଟେନ ସିଂହ କିଛି ଦିନ ତଳେ ଭାରତ ଫେରିଥିଲେ। ଏହାପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହି ଭେଟଘାଟ ପରେ ହିଁ ସେ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା।

ସେପ୍ଟେମ୍ବର ୧୨ରେ ଅମିତ ଶାହଙ୍କୁ ଭେଟିବା ପରେ କ୍ୟାପ୍ଟେନ ସିଂହ କହିଥିଲେ ଯେ ଜାତୀୟ ସୁରକ୍ଷା, ପଞ୍ଜାବରେ ବଢ଼ୁଥିବା ନାର୍କୋ ଟେରୋରିଜିମ ଓ ରାଜ୍ୟର ଭବିଷ୍ୟତ ବିକାଶ ସମ୍ପର୍କରେ ତାଙ୍କର ଆଲୋଚନା ଶାହଙ୍କ ସହ ହୋଇଛି। ହେଲେ ରାଜନୀତିକ ବିଷୟବସ୍ତୁ ସମ୍ପର୍କରେ ହୋଇଥିବା ଆଲୋଚନା ସମ୍ପର୍କରେ ସେ କିଛି ବି କହିଥିଲେ।

ସୂଚନାଯୋଗ୍ୟ, ପଞ୍ଜାବ ଲୋକ କଂଗ୍ରେସ ରାଜ୍ୟ ବିଧାନସଭା ନିର୍ବାଚନ ବିଜେପି ସହ ମିଶି ଲଢ଼ିଥିଲା। ଏମାନଙ୍କ ସହ ସୁଖଦେବ ସିଂହ ଢିଣ୍ଡାସାଙ୍କ ଶିରୋମଣି ଅକାଳୀ ଦଳ(ଏସ୍‌) ମଧ୍ୟ ମେଣ୍ଟ କରିଥିଲା। ହେଲେ ପଞ୍ଜାବ ଲୋକ କଂଗ୍ରେସ ଦଳର ଜଣେ ହେଲେ ବି ପ୍ରାର୍ଥୀ ଜିତିବାକୁ ସକ୍ଷମ ହୋଇ ନଥିଲେ। ଏପରି କି କ୍ୟାପ୍ଟେନ ସିଂହ ନିଜର ଗଡ଼ ପଟିଆଲା ଅର୍ବାନରୁ ଆପ୍‌ ପ୍ରାର୍ଥୀଙ୍କ ଠାରୁ ୧୯,୮୭୩ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ।

The post ଆଜି ବିଜେପିରେ ମିଶିବେ କ୍ୟାପ୍ଟେନ ଅମରନ୍ଦିର ସିଂହ appeared first on Odisha Reporter.



from Odisha Reporter https://ift.tt/dV8gWYK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages