ଭୋପାଲ: ମଧ୍ୟପ୍ରଦେଶର କାଟନି ସହରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ମା’ କୋଳରେ ଶୋଇଥିବା ଏକ ସାଢେ ୩ ବର୍ଷର ନିରୀହ ଶିଶୁ କନ୍ୟାକୁ ଟେକି ନେଇ ପାଶବିକ ଅତ୍ୟାଚାର କରାଯାଇଥିବା ଅଭିଯୋଗ ହୋଇଛି। ଶିଶୁଟିକୁ ଟେକି ନେଇ ଜଣେ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ସମ୍ପୃକ୍ତ ଯୁବକକୁ ପୁଲିସ୍କୁ ହସ୍ତାନ୍ତର କରିଥିବା ବେଳେ ପୁଲିସ୍ କବଳରୁ ସେ ଖସି ଯାଇଥିବା ଜଣାଯାଇଛି।
ପୁଲିସ୍ ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବକ ନିକଟସ୍ଥ ଏକ ପ୍ଲାଣ୍ଟରେ କାମ କରୁଥିବା ବେଳେ ନାବାଳିକାଜଣକ ନିଜ ପରିବାର ସହ ନିକଟସ୍ଥ ବସ୍ତିରେ ରହୁଥିଲା। ଗତକାଲି ବିଳମ୍ବିତ ରାତିରେ ଯୁବକଜଣକ କାମ ସାରି ଫେରୁଥିଲା। ଏହି ସମୟରେ ନାବାଳିକାଜଣକ ନିଜ ପରିବାର ସହ ଶୋଇଥିବା ବେଳେ କବାଟ ଖୋଳାଥିଲା। ଏହାଦେଖି ଯୁବକଜଣକ ଅତି ସତର୍କତାର ସହ ଛୁଆଟିକୁ ମା’ କୋଳରୁ ଟେକି ନେଇ ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇ ବଳାତ୍କାର କରିଥିଲେ। ଏହାପରେ ପରିବାର ଲୋକେ ଛୁଆକୁ ନ ପାଇ ଖୋଜାଖୋଜି କରି ଏକ ବୁଦା ମୂଳରେ ଛୁଆଟି କାନ୍ଦୁଥିବା ଶୁଣିବାକୁ ପାଇଲେ। ସେଠାରୁ ଛୁଆଟିକୁ ଉଦ୍ଧାର କରି ତା’ ସହ ବଳାତ୍କାର ହୋଇଥିବା ଜାଣିବାକୁ ପାଇଲେ।
ପରିବାର ଲୋକେ ଏନେଇ ଗ୍ରାମବାସୀଙ୍କୁ ଜଣାଇବା ପରେ ଉତ୍ତ୍ୟକ୍ତ ଗାଁ ଲୋକେ ଅଭିଯୁକ୍ତକୁ କାବୁ କରି ପୁଲିସ୍କୁ ହସ୍ତାନ୍ତର କରିଥିଲେ। ତେବେ ଅଭିଯୁକ୍ତଜଣକ ପୁଲିସ୍ କବଳରୁ ଖସି ଫେରାର ହୋଇ ଯାଇଥିବା ଜଣାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତୁରନ୍ତ ଅଭିଯୁକ୍ତକୁ ଧରିବାକୁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉକୁ ଜୋରଦାର କରିଛି।
The post ମା’ କୋଳରୁ ଛୁଆକୁ ଟେକି ନେଇ ବଳାତ୍କାର, ପୁଲିସ୍ କବଳରୁ ଅଭିଯୁକ୍ତ ଫେରାର appeared first on Odisha Reporter.
from Odisha Reporter https://ift.tt/LTNmwk9
No comments:
Post a Comment