ପାକିସ୍ତାନର ହାର୍‌ ପରେ ଧୁମ୍‌ ନାଚିଲେ ଆଫଗାନିସ୍ତାନ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 11, 2022

ପାକିସ୍ତାନର ହାର୍‌ ପରେ ଧୁମ୍‌ ନାଚିଲେ ଆଫଗାନିସ୍ତାନ ଲୋକେ

କାବୁଲ: ଏସିଆ କପ୍‌-୨୦୨୨ର ଟ୍ରଫି ଜିତି ନେଇଛି ଶ୍ରୀଲଙ୍କା। ପାକିସ୍ତାନକୁ ହରାଇ ଶ୍ରୀଲଙ୍କା ବନିଛି ଚାମ୍ପିଅନ। ପାକିସ୍ତାନକୁ ୨୩ ରନ୍‌ରେ ହରାଇ ଫାଇନାଲ୍‌ ମ୍ୟାଚରେ ବାଜି ମାରିଛି। ଏହା ସହିତ ଶ୍ରୀଲଙ୍କା ଷଷ୍ଠ ଥର ପାଇଁ ଏସିଆ କପ୍‌ ଟ୍ରଫି ହାତେଇବାରେ ସଫଳ ହୋଇଛି। ତେବେ ପାକିସ୍ତାନର ଏହି ପରାଜୟ ପରେ ଉତ୍ସବ ମନାଇଛି ଆଫଗାନିସ୍ତାନ।

କାବୁଲ ସହରରେ ଲୋକମାନେ ପାକିସ୍ତାନର ପରାଜୟ ଏବଂ ଆଫଗାନିସ୍ତାନର ବିଜୟ ଉତ୍ସବ ପାଳନ କରିଛନ୍ତି। ବାଜା ବଜାଇ, ବାଣ ଫୁଟାଇ ରାସ୍ତା ଉପରେ ନାଚିଛନ୍ତି ଆଫଗାନବାସୀ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।

ଚଳିତ ଏସିଆ କପ୍‌ରେ ଆଫଗାନିସ୍ତାନ ମଧ୍ୟ ବେଶ୍‌ ଦମ୍‌ଦାମ ପ୍ରଦର୍ଶନ କରିଥିଲା। ଗ୍ରୁପ୍ ମ୍ୟାଚ୍ ରେ ଶ୍ରୀଲଙ୍କାକୁ ପରାସ୍ତ କରି ଦଳ ବିଜୟ ସହ ଆରମ୍ଭ କରିଥିଲା ​​ଏବଂ ପରେ ବାଂଲାଦେଶକୁ ପରାସ୍ତ କରି ସୁପର-୪ରେ ପହଞ୍ଚିଥିଲା। ଯଦିଓ ଏଠି ଅଫଗାନିସ୍ତାନକୁ ତିନୋଟି ମ୍ୟାଚ୍ରେ ହାରିବାକୁ ପଡିଥିଲା। ପାକିସ୍ତାନ ଠାରୁ ହାରି ଯାଇଥିଲା ଅଫଗାନିସ୍ତାନ।

ପାକିସ୍ତାନ ବିପକ୍ଷ ମ୍ୟାଚ୍ ପରେ ଉଭୟ ଦଳର ପ୍ରଶଂସକଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଷ୍ଟାଡିୟମ ଭିତରେ ଦୁଇ ଦେଶର ସମର୍ଥକମାନେ ପରସ୍ପର ଉପରକୁ ଚେଆର୍‌ ଫିଙ୍ଗାଫିଙ୍ଗି ହୋଇଥିଲେ। ଉଭୟ ଦେଶର କ୍ରିକେଟରମାନେ ମଧ୍ୟ ସୋସିଆଲ ମିଡିଆରେ ପରସ୍ପର ମୁହାଁମୁହିଁ ହୋଇଥିଲେ।

The post ପାକିସ୍ତାନର ହାର୍‌ ପରେ ଧୁମ୍‌ ନାଚିଲେ ଆଫଗାନିସ୍ତାନ ଲୋକେ appeared first on Odisha Reporter.



from Odisha Reporter https://ift.tt/U2b5nLB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages