ମୋବାଇଲ୍ ଚୋରି ଉଦ୍ୟମ ପଡ଼ିଲା ମହଙ୍ଗା: ଚଳନ୍ତା ଟ୍ରେନ୍‌ ଝରକାରେ ଫସିଗଲେ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 15, 2022

ମୋବାଇଲ୍ ଚୋରି ଉଦ୍ୟମ ପଡ଼ିଲା ମହଙ୍ଗା: ଚଳନ୍ତା ଟ୍ରେନ୍‌ ଝରକାରେ ଫସିଗଲେ, ଦେଖନ୍ତୁ ଭିଡିଓ

ପାଟନା: ଟ୍ରେନ ଯାତ୍ରୀଙ୍କ ଠାକୁ ମୋବାଇଲ ଝାମ୍ପିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ସେ ଟ୍ରେନର ଝରକା ପଟେ ମୋବାଇଲ ନେବାକୁ ଚେଷ୍ଟା କରୁଥିବା ବେଳେ ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ମୋବାଇଲ ତ ମିଳିଲାନି। ବରଂ ସେ ଟ୍ରେନର ବାହାର ପଟେ ଝରକା ଓହଳି ରହି ଦୀର୍ଘ ୧୦ କିମି ବାଟ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଅତିକ୍ରମ କରିଛନ୍ତି।

ଚୋରି କରିବାକୁ ଆସିଥିବା ଯୁବକଙ୍କ ଦୁଇ ହାତକୁ ଯାତ୍ରୀମାନେ ଝରକା ପଟେ ଭିଡ଼ି ଧରି ତାଙ୍କୁ ଉଚିତ ଶିକ୍ଷା ଦେଇଛନ୍ତି। ଝରକା ପଟେ ଝୁଲି ରହିଥିବା ଅବସ୍ଥାରେ ଚୋର ଜଣଙ୍କ ବାରମ୍ବାର କ୍ଷମା ମାଗିଥିଲେ ମଧ୍ୟ ହାତକୁ ଭିଡ଼ି ଧରିଥିବା ଦୁଇ ଜଣ ଯାତ୍ରୀ କିଛି ବି ଶୁଣି ନଥିଲେ। ଏହି ଘଟଣାଟି ସେପ୍ଟେମ୍ବର ୧୪ରେ ବିହାରରେ ଘଟିଥିଲା। ଏବେ ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନଟି ବେଗୁସରାଇରୁ ଖଗରିଆ ଯାଉଥିଲା। ଏଥିରେ ବସିଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଯୁବକ ଜଣଙ୍କ ସାହେବପୁର କମଲ ଷ୍ଟେସନରେ ମୋବାଇଲ ଛଡ଼ାଇବାକୁ ଝରକା ପଟେ ଚେଷ୍ଟା କରିଥିଲେ। ତେବେ ସେ ମୋବାଇଲ ଝାମ୍ପିବା ବେଳେ ସତର୍କ ଥିବା ଯାତ୍ରୀ ଜଣଙ୍କ ତାଙ୍କ ହାତକୁ ଧରି ପକାଇଥିଲେ।

ଟ୍ରେନ ଛାଡ଼ିବା ଆରମ୍ଭ କରିବାରୁ ଯୁବକ ଜଣଙ୍କ ଛାଡ଼ି ଦେବାକୁ ନେହୁରା ହୋଇଥିଲେ। କିନ୍ତୁ ଯାତ୍ରୀ ଜଣଙ୍କ କିଛି ବି ଶୁଣି ନଥିଲେ। ଟ୍ରେନର ଗତି ବଢ଼ିବାରୁ ଯୁବକ ଜଣଙ୍କ ଆଉ ଗୋଟିଏ ହାତରେ ଝରକାରେ ଲାଗିଥିବା ଲୁହା ରଡ୍‌କୁ ଧରିଥିଲେ। ଏତିକି ବେଳେ ଆଉ ଜଣେ ଯାତ୍ରୀ ତାଙ୍କର ଆଉ ଗୋଟିଏ ହାତକୁ ଧରି ରଖିଥିଲେ। ଏପରି ଝୁଲନ୍ତା ଅବସ୍ଥାରେ ଯୁବକ ଜଣଙ୍କ ପ୍ରାୟ ୧୦ କିମି ରାସ୍ତା ଅତିକ୍ରମ କରିଥିଲେ। ଯାତ୍ରା ସମୟରେ ଚୋର ଜଣଙ୍କ ତାଙ୍କୁ ନ ଛାଡ଼ିବା ପାଇଁ ମଧ୍ୟ ବାରମ୍ବାର ଅନୁରୋଧ କରୁଥିବା ସାମ୍ନାକୁ ଆସିଥିବା ଭିଡିଓରୁ ଶୁଶିବାକୁ ମିଳୁଛି।


ତେବେ ଟ୍ରେନଟି ଖାଗାରିଆ ଷ୍ଟେସନର ନିକଟବର୍ତ୍ତୀ ହେବାରୁ ଏହାର ଗତି କମିଥିଲା। ଏହି ସମୟରେ ଦୁଇ ଜଣ ଯାତ୍ରୀ ଯୁବକଙ୍କ ହାତ ଛାଡ଼ି ଦେଇଥିଲେ। ସେ ତୁରନ୍ତ ସେଠାରୁ ଜୀବନ ବିକଳରେ ଦୌଡ଼ି ପଳାଇଥିଲେ। ପୁଲିସ୍‌ ତାଙ୍କୁ ପରବର୍ତ୍ତୀ ଅବସ୍ଥାରେ ଧରିଛି କି ନାହିଁ, ସେକଥା ସ୍ପଷ୍ଟ ହୋଇନି।

The post ମୋବାଇଲ୍ ଚୋରି ଉଦ୍ୟମ ପଡ଼ିଲା ମହଙ୍ଗା: ଚଳନ୍ତା ଟ୍ରେନ୍‌ ଝରକାରେ ଫସିଗଲେ, ଦେଖନ୍ତୁ ଭିଡିଓ appeared first on Odisha Reporter.



from Odisha Reporter https://ift.tt/G6KNyDJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages