କୋମାରେ ଥିବା ଭାବି ମୃତ ଦେହକୁ ୧୮ ମାସ ରଖିଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 24, 2022

କୋମାରେ ଥିବା ଭାବି ମୃତ ଦେହକୁ ୧୮ ମାସ ରଖିଥିଲେ

କାନପୁର: ଆଶ୍ଚର୍ଯ୍ୟ ଏବଂ ବିଚଳିତ କରିଦେବା ଭଳି ଖବରଟିଏ। ଜଣେ ବ୍ୟକ୍ତିଙ୍କର ମୃତ୍ୟୁର ୧୮ ମାସ ପରେ ବି ଶବକୁ ପରିବାର ଲୋକେ ସତ୍କାର ନକରି ରଖିଥିଲେ। ବ୍ୟକ୍ତି ଜଣକ କୋମାରେ ପଡ଼ିଥିବା ଭାବି ପରିବାର ଳୋକେ ତାକୁ ପକାଇ ରଖିଥିଲେ। ଏମିତି ଏକ ଘଟଣା ଉତ୍ତରପ୍ରଦେଶର କାନପୁରରୁ ଆସିଛି। ମୃତ ବ୍ୟକ୍ତି ଜଣକ ଆୟକର ବିଭାଗର କର୍ମଚାରୀ ଥିଲେ। ସମ୍ପୃକ୍ତ ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ମାନସିକ ରୋଗୀ ହୋଇଥିବାରୁ ସେ ଏ ବିଷୟରେ କିଛି ଜାଣି ପାରୁ ନଥିଲେ। ସ୍ୱାମୀ କୋମାରେ ଥିବା ଭାବି ସେ କୌଣସି ପଦକ୍ଷେପ ନେଉ ନଥିଲେ। ପ୍ରତିଦିନ ତାଙ୍କ ସ୍ତ୍ରୀ ଉକ୍ତ ଶରୀର ଉପରେ ଗଙ୍ଗାଜଳ ଛିଞ୍ଚୁଥିଲେ। ଶବଟି ପଚିଯାଇଥିଲେ ମଧ୍ୟ ଗଙ୍ଗା ଜଳ ଛିଞ୍ଚିବା ଦ୍ୱାରା କୋମାରୁ ତାଙ୍କ ଜୀବନ ଫେରି ଆସିବ ବୋଲି ପତ୍ନୀ ଭାବିଥିଲେ। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ବିମଲେଶ ଦିକ୍ଷୀତ। କାନପୁର ପୁଲିସ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି।

୨୦୨୧ ଏପ୍ରିଲ ୨୨ରେ ବିମଲେଶଙ୍କ ହୃଦ ରୋଗରେ ମୃତ୍ୟୁ ଘଟିଥିବା ଡାକ୍ତରୀ ପ୍ରମାଣପାତ୍ର ଜାରି କରିଛି ପୁଲିସ।  ଆୟକର ବିଭାଗରେ କାମ କରୁଥିବା ବିମଲେଶଙ୍କର ଗତ ଏପ୍ରିଲ ମାସରେ ମୃତ୍ୟୁ ଘଟିଥିଲା। କିନ୍ତୁ ପରିବାର ଲୋକେ ଶବ ସତ୍କାର କରିବାକୁ ଅମଙ୍ଗ ହୋଇଥିଲେ। ବିମଲେଶ କୋମାରେ ଥିବା ତାଙ୍କ ପତ୍ନୀ ଭାବିଥିବା କାନପୁର ମୁଖ୍ୟ ମେଡିକାଲ ଅଫିସର ଡ. ଆଲୋକ ରଞ୍ଜନ କହିଛନ୍ତି। କିନ୍ତୁ ଫ୍ୟାମିଲି ପେନ୍‌ସନ୍‌ ଫାଇଲ ଅଗ୍ରଗତି ହେଉ ନଥିବାରୁ ଆୟକର ବିଭାଗ ପକ୍ଷରୁ କାନପୁର ପୁଲିସକୁ ଯାଞ୍ଚ ପାଇଁ କୁହାଯାଇଥିଲା। ଏହା ପରେ ଏକ ମେଡିକାଲ ଟିମ୍‌ ସହ ପୁଲିସ ବିମଲେଶଙ୍କ ଘରେ ପହଞ୍ଚି ଥିଲେ।

କିନ୍ତୁ ପରିବାର ଲୋକେ ଅର୍ଥାତ ତାଙ୍କ ପତ୍ନୀ ତଦନ୍ତାକାରୀ ଟିମକୁ ଘରକୁ ପ୍ରବେଶକୁ ବାରଣ କରିଥିଲେ। ତାଙ୍କ ପତ୍ନୀ କହିଥିଲେ ଯେ, ତାଙ୍କ ସ୍ୱାମୀ ବଞ୍ଚିଛନ୍ତି। କିନ୍ତୁ କୋମାରେ ଅଛନ୍ତି। ବହୁ ବୁଝାସୁଝା ପରେ ପରିବାର ସଦସ୍ୟ ମେଡିକାଲ ଟିମକୁ ବିମଲେଶଙ୍କ ଶରୀର ନେବାକୁ ଅନୁମତି ଦେଇଥିଲେ। ମେଡିକାଲ ଟିମ୍ ବିମଲେଶଙ୍କ ଶରୀରରକୁ ଲାଲା ଲଜପତ ରାୟ ହସପିଟାଲକୁ ନେଇଥିଲେ। ସେଠାରେ ସରକାରୀ ଭାବେ  ମୃତ ଘୋଷଣା କରାଯାଇଥିଲା।  ଏହି ଘଟଣାରେ ସିଏମଓ ପକ୍ଷରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟଧିକ ପରିମାଣରେ ପଚାଶଢ଼ା ଅବସ୍ଥାରେ ମୃତ ଦେହକୁ ଜବତ କରାଯାଇଥିବା ପୁଲିସ କହିଛି।  ବିମଲେଶଙ୍କ ପତ୍ନୀ ମାନସିକ ଅବସ୍ଥା ଠିକ୍ ନଥିବା ପୁଲିସ କହିଛି। ଯାହା ଫଳରେ ନିଜ ସ୍ୱାମୀ ମୃତ୍ୟୁକୁ ସେ ସହଜରେ ଗ୍ରହଣ କରିପାରୁ ନଥିଲେ।

The post କୋମାରେ ଥିବା ଭାବି ମୃତ ଦେହକୁ ୧୮ ମାସ ରଖିଥିଲେ appeared first on Odisha Reporter.



from Odisha Reporter https://ift.tt/toxGeF1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages