ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଥର ପୂଜାରେ ଭିଜିବ ସାରା ଓଡ଼ିଶା। ଆସନ୍ତା ୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିବ। ଏହି ସମୟରେ ଦୁର୍ଗା ପୂଜା ଆରମ୍ଭ ହେଉଥିବାରୁ ବର୍ଷା ଯୋଗୁ ପୂଜା ବଜାର ଫିକା ପଡ଼ିବା ଆଶଙ୍କା ରହିଛି।
ପାଣିପାଗ ବିଜ୍ଞାନୀ ଏଚ୍.ଆର୍ ବିଶ୍ୱାସଙ୍କ ଅନୁଯାୟୀ, ଆସନ୍ତା ୧ରୁ ରାଜ୍ୟରେ ବଢିବ ବର୍ଷା । କିଛି ଜିଲ୍ଲାରେ ଆସନ୍ତା କାଲିଠୁ ୩୦ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି। ଏହାବାଦ ୨୮ ଏବଂ ୨୯ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଏହାବାଦ ଆଗାମୀ ୩ରୁ ୪ ଦିନ ମଧ୍ୟରେ ଦେଶର ଉତ୍ତର-ପଶ୍ଚିମ ଭାଗର ଅନେକ ଅଂଶ ଓ ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ଅଞ୍ଚଳର କିଛି ଭାଗରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ କରାଯାଇଛି।
ସୂଚନାଯୋଗ୍ୟ, କରୋନା ଯୋଗୁ ଗତ ୨ ବର୍ଷ ହେବ ଦଶହରା ପୂଜା ବିନା ଶ୍ରଦ୍ଧାଳୁରେ ପାଳିତ ହୋଇଥିବା ବେଳେ ଏଥର ମହାଆଡମ୍ବରରେ ପୂଜା ପାଳନ ନିମନ୍ତେ ଚାଲିଛି ପ୍ରସ୍ତୁତି। ମାତ୍ର ପାଣିପାଗ ବିଭାଗର ଆକଳନ ଲୋକଙ୍କୁ ନିରାଶ କରିଛି। ବର୍ଷାରେ ପୂଜାର ମଜା ଫିକା ପଡ଼ିଯିବ ବୋଲି ଆଲୋଚନା ହେଉଛି।
୧ ଅକ୍ଟୋବର ରୁ ରାଜ୍ୟରେ ବଢିବ ବର୍ଷା !!!
ଆହୁରି ୩ ଦିନ ରାଜ୍ୟରେ ବିଜୁଳି ଘଡଘଡି ସମ୍ଭାବନା
୨୮ ଏବଂ ୨୯ ତାରିଖରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସମେତ ପ୍ରବଳ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି
— Meteorological Centre, Bhubaneswar (@mcbbsr) September 27, 2022
The post ଏଥର ପୂଜାରେ ଭିଜିବ ସାରା ଓଡ଼ିଶା appeared first on Odisha Reporter.
from Odisha Reporter https://ift.tt/2MxJIa8
No comments:
Post a Comment