ଅବକାରୀ ନୀତି ଦୁର୍ନୀତି: ମନୀଷ ସିସୋଦିଆଙ୍କ ସହଯୋଗୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 27, 2022

ଅବକାରୀ ନୀତି ଦୁର୍ନୀତି: ମନୀଷ ସିସୋଦିଆଙ୍କ ସହଯୋଗୀ ଗିରଫ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ସିବିଆଇ ପ୍ରଥମ ଗିରଫଦାରୀ କରିଛି। ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାରରେ ଉପ ମୁଖ୍ୟମନ୍ତ୍ରୀ ରହିଥିବା ମନୀଷ ସିସୋଦିଆଙ୍କ ସହଯୋଗୀ କୁହାଯାଉଥିବା ବିଜୟ ନାଏରଙ୍କୁ ସିବିଆଇ ମଙ୍ଗଳବାର ଗିରଫ କରିଛି। ବିଜୟ ହେଉଛନ୍ତି ଏଣ୍ଟରଟେନମେଣ୍ଟ ଓ ଇଭେଣ୍ଟ ମିଡିଆ କମ୍ପାନୀ ଓନ୍ଲି ମଚ ଲାଉଡରର ପୂର୍ବତନ ସିଇଓ।

ଅବକାରୀ ନୀତି ଦୁର୍ନୀତି ଘଟଣାରେ ସିବିଆଇ ଓ ଇଡି ବିଜୟଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ରେଡ୍ କରିଥିଲେ। ଅଗଷ୍ଟ ୧୯ରେ ସିବିଆଇ ତାଙ୍କ ଘରେ ରେଡ୍‌ କରିବା ବେଳେ ବିଜୟ ବିଦେଶରେ ରହିଥିଲେ। ସେ ଗିରଫଦାରୀ ଭୟରେ ବିଦେଶ ଚାଲି ଯାଇଥିବା କୁହାଯାଉଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଗୋଟିଏ ବିବୃତି ଜାରି କରି ବିଜୟ ଏହାକୁ ଖଣ୍ଡନ କରିଥିଲେ। ଏଥିସହ ସେ ସିବିଆଇ ଓ ଇଡି ତଦନ୍ତରେ ସହଯୋଗ କରିବେ ବୋଲି କହିଥିଲେ।

ସେ ସ୍ୱଦେଶ ଫେରିବା ପରେ ମଙ୍ଗଳବାର ତାଙ୍କୁ ସିବିଆଇ ଜେରା ପାଇଁ ଡାକିଥିଲା। ଦିନ ତମାମ ଜେରା କରିବା ପରେ ସନ୍ଧ୍ୟାରେ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଛି। ଅବକାରୀ ଦୁର୍ନୀତି ଘଟଣାରେ ସିବିଆଇ ରୁଜୁ କରିଥିବା ଏଫଆଇଆରରେ ବିଜୟଙ୍କ ନାଁ ରହିଥିଲା। ତାଙ୍କୁ ଏହି ମାମଲାର ୫ନଂ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।

ବିଜୟ ନାଏର, ପେରନୋଡ ରିଚାର୍ଡର ପୂର୍ବତନ କର୍ମଚାରୀ ମନୋଜ ରାଏ, ବ୍ରିଣ୍ଡକୋ ସ୍ପ୍ରିଟ୍ସର ମାଲିକ ଅମନଦୀପ ଧଲ ଓ ଇଣ୍ଡୋସ୍ପ୍ରିଟର ମାଲିକ ସମୀର ମେହେନ୍ଦ୍ରୁ ଅବାକାରୀ ନୀତି ଲାଗୁ କରିବା ଓ ଅନିୟମିତତା କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ସିବିଆଇ ଏଫଆଇଆରରେ କହିଛି। ଏବେ ସିବିଆଇ ବିଜୟ ନାଏରଙ୍କ ସମ୍ପର୍କ ମାମଲାର ୩ ଅଭିଯୁକ୍ତ ରାମଚନ୍ଦ୍ରା ପିଲ୍ଲାଇ, ଅମିତ ଅରୋରା ଓ ମହେନ୍ଦ୍ରୁଙ୍କ ସହ କ’ଣ ରହିଛି, ତା’ର ଯାଞ୍ଚ କରୁଛି।

ପିଲ୍ଲାଇ ମଧ୍ୟସ୍ଥି ଭାବେ କାମ କରୁଥିଲେ। ସେ ମହେନ୍ଦ୍ରୁଙ୍କ ଠାରୁ ଟଙ୍କା ସଂଗ୍ରହ କରି ବିଜୟଙ୍କ ଦ୍ୱାରା ଅହେତୁକ ଅନୁକମ୍ପା ପାଇଁ ସରକାରୀ ଅଧିକାରୀ ଓ ରାଜନେତାଙ୍କୁ ଦେଉଥିବା ସିବିଆଇ ଅଭିଯୋଗ କରିଛି। ଅର୍ଜୁନ ପାଣ୍ଡେ ନାମକ ଜଣେ ବ୍ୟକ୍ତି ମହେନ୍ଦ୍ରୁଙ୍କ ଠାରୁ ୨ରୁ ୪ କୋଟି ଟଙ୍କା ଆଣିଥିଲେ। ବିଜୟଙ୍କ ତରଫରୁ ସେ ଏହାକୁ ଗ୍ରହଣ କରିଥିଲେ ବୋଲି ସିବିଆଇ ତା’ ଏଫଆଇଆରରେ କହିଛି।

ଗୁରୁଗ୍ରାମରେ ଥିବା ବଡ୍ଡୀ ରିଟେଲ୍ସର ନିର୍ଦ୍ଦେଶକ ଅରୋରା ହେଉଛନ୍ତି ସିବିଆଇ ରୁଜୁ କରିଥିବା ଏଫଆଇଆରର ୯ନଂ ଅଭିଯୁକ୍ତ। ଏବେ ସିବିଆଇ ତାଙ୍କ ଉପରେ ନଜର ରଖିଛି। ସେ ବିଜୟ ନାଏର ଓ ସିସୋଦିଆଙ୍କ ଘନିଷ୍ଠ ସହଯୋଗୀ। ସୂତ୍ର ଅନୁସାରେ, ସିବିଆଇ ଅଧିକାରୀମାନେ ଅରୋରାଙ୍କ କମ୍ପାନୀର ବାଲାନ୍ସ ଶିଟ୍ ଓ ଅନ୍ୟାନ୍ୟ ଖର୍ଚ୍ଚର ଯାଞ୍ଚ ଆରମ୍ଭ କରିଛନ୍ତି। ଦିଲ୍ଲୀ ସରକାର ଅବକାରୀ ନୀତିର ଡ୍ରାଫ୍ଟିଂ ପାଇଁ ଡାକିଥିବା ଏକାଧିକ ବୈଠକରେ ବିଜୟ ଓ ଅରୋରା ଯୋଗ ଦେଇଥିଲେ। ଏଥିସହ ସେମାନଙ୍କୁ ସୁହାଇଲା ଭଳି ପରିବର୍ତ୍ତନ ନୀତିରେ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ।

ସୂଚନାଯୋଗ୍ୟ, ଦିଲ୍ଲୀରେ ଗତବର୍ଷ ଶେଷ ଭାଗରେ ନୂଆ ଅବକାରୀ ନୀତି ଲାଗୁ ହୋଇଥିଲା। ତେବେ ବିବାଦ ଦେଖାଯିବାରୁ କିଛି ମାସ ପରେ କେଜ୍ରିୱାଲ ସରକାର ଏହାକୁ ପ୍ରତ୍ୟାହାର କରିନେଇଛନ୍ତି। କିନ୍ତୁ ଅବକାରୀ ନୀତିରେ ଘରୋଇ ମଦ ମାଲିକଙ୍କୁ ସହାୟତା କରିବାକୁ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଉଭୟ ସିବିଆଇ ଓ ଇଡି ସିସୋଦିଆଙ୍କ ଏକାଧିକ ଠିକଣାରେ ରେଡ୍‌ ମଧ୍ୟ କରିଛନ୍ତି।

The post ଅବକାରୀ ନୀତି ଦୁର୍ନୀତି: ମନୀଷ ସିସୋଦିଆଙ୍କ ସହଯୋଗୀ ଗିରଫ appeared first on Odisha Reporter.



from Odisha Reporter https://ift.tt/nJGRgsz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages