ଦିଲ୍ଲୀ ବିମାନବନ୍ଦର ଲାଉଞ୍ଜରେ ମଦ ପିଇ ବିଜେଡି ବିଧାୟକ ଓ ନେତା ମାତାଲ, ପାଇଲଟଙ୍କ ସହ ଯୁକ୍ତିତର୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 4, 2022

ଦିଲ୍ଲୀ ବିମାନବନ୍ଦର ଲାଉଞ୍ଜରେ ମଦ ପିଇ ବିଜେଡି ବିଧାୟକ ଓ ନେତା ମାତାଲ, ପାଇଲଟଙ୍କ ସହ ଯୁକ୍ତିତର୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଘରୋଇ ଅନୁଷ୍ଠାନ ପକ୍ଷରୁ ଲାଇଫଟାଇମ୍ ଆଚିଭମେଣ୍ଟ  ଆୱାର୍ଡ ପ୍ରଦାନ ଉତ୍ସବରେ ସାମିଲ ହେବାକୁ ଯାଇଥିବା ବିଜେଡି ବିଧାୟକ ଓ ନେତାମାନେ ଦିଲ୍ଲୀ ବିମାନବନ୍ଦର ଲାଉଞ୍ଜରେ ମଦ ପିଇ ମାତାଲ ହୋଇଯାଇଥିଲେ । ଆଉ ଏହି ମାତାଲ ଥିବା ନେତାମାନଙ୍କୁ ବିମାନରେ ଆଣିବା ପାଇଁ  ବିମାନର ପାଇଲଟଙ୍କ ସହ କିଛି ବିଜେଡି ନେତା ଯୁକ୍ତିତର୍କ କରି ଅପମାନିତ ହେବା ଘଟଣା ଏବେ ଦିଲ୍ଲୀଠୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚର୍ଚ୍ଚାରେ ।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ନୂଆଦିଲ୍ଲୀରେ ରବିବାର ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି । ନିଜ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏହି ପୁରସ୍କାର ଗ୍ରହଣ ସମାରୋହରେ ସାମିଲ ହେବା ତଥା ସେଠାରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଏକଜୁଟ କରି ‘ନାଗରିକ ସମ୍ବର୍ଦ୍ଧନା’ର କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ବିଜେଡି ପକ୍ଷରୁ ଦିଲ୍ଲୀରେ ବ୍ୟବସ୍ଥା ହୋଇଥିଲା । ଦଳ ପକ୍ଷରୁ ଛାତ୍ର, ଯୁବ ଓ ମହିଳା ସଂଗଠନର କିଛି ପଦାଧିକାରୀଙ୍କୁ ମଧ୍ୟ ଦିଲ୍ଲୀ ନିଆଯାଇଥିଲା ।

ତେବେ ପୁରସ୍କାର ସମାରୋହରେ ସାମିଲ ହୋଇ ରବିବାର ରାତିରେ ଭୁବନେଶ୍ୱର ଫେରିବା ସମୟରେ ନୂଆଦିଲ୍ଲୀସ୍ଥିତ ଆନ୍ତର୍ଜାତିକ ବିମାନ ବନ୍ଦରର ଲାଉଞ୍ଜରେ ଯୁବ ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ ଓ ତାଙ୍କର ୧୨ରୁ ଅଧିକ ସହଯୋଗୀ(ବିଜେଡି ପଦାଧିକାରୀମାନେ) ମଦ ପିଇ ମାତାଲା ହେବା ତଥା ନିର୍ଦ୍ଧାରିତ ବିମାନ (ଇଣ୍ଡିଗୋ-ଏ୩୨୦)ରେ ଫେରିପାରିନଥିବା ଜଣାପଡ଼ିଛି । ଯଦିଓ ସେମାନଙ୍କର ଲଗେଜ୍ ଏହି ବିମାନରେ ଭୁବନେଶ୍ୱର ଆସିଥିଲା, କିନ୍ତୁ ସମ୍ପୃକ୍ତ ନେତାମାନେ ଅତ୍ୟଧିକ ମଦ ପିଇ ନିଜ ନିୟନ୍ତ୍ରଣରେ ନଥିବାରୁ ଉକ୍ତ ବିମାନରେ ‘ବୋର୍ଡିଂ’ ନେଇପାରିନଥିଲେ । ତେବେ ଏହି ମାତାଲ ନେତାମାନଙ୍କୁ ବିମାନରେ ଆଣିବା ନିମନ୍ତେ ବିଧାୟକ ପ୍ରଣବ ବଳବନ୍ତରାୟ ଓ ଅନ୍ୟ କିଛି ଯୁବନେତା ଜିଦ୍ ଧରି ସେହି ଇଣ୍ଡିଗୋ ବିମାନର ପାଇଲଟଙ୍କ ସହ ଯୁକ୍ତିତର୍କ କରିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ପରିସ୍ଥିତି ଏପରି ହୋଇଥିଲା ଯେ, ଏହି ବିଜେଡି ନେତାମାନଙ୍କ ଲଗେଜ୍ କାଢ଼ି ଓହ୍ଲାଇ ଦେବାକୁ ସମ୍ପୃକ୍ତ ପାଇଲଟ୍ କହିବାକୁ ପଛାଇ ନଥିଲେ । ବିମାନଟି ଦିଲ୍ଲୀରୁ ରାତି ୮ଟା ୨୦ମିନିଟରେ ଛାଡ଼ି ଭୁବନେଶ୍ୱରରେ ରାତି ସାଢ଼େ ୧୦ଟାରେ ପହଂଚିବାର ଥିଲେ ମଧ୍ୟ ଅଧଘଂଟା ବିଳମ୍ବରେ ଛାଡ଼ିଥିଲା । ଯଦିଓ ଇଣ୍ଡିଗୋ ବିମାନରେ ଫେରିବା ପାଇଁ ସମ୍ପୃକ୍ତ ମଦୁଆ ବିଜେଡି ନେତାମାନେ ଟିକେଟ୍ କରିଥିଲେ, କିନ୍ତୁ ମାତାଲ ହୋଇ ‘ବୋର୍ଡିଂ’ ନେଇନପାରିବାରୁ ସେମାନେ ଉକ୍ତ ବିମାନରେ ଫେରି ପାରିନଥିଲେ । କେବଳ ସେମାନଙ୍କର ଲଗେଜ୍ ଏହି ବିମାନରେ ଆସିଥିଲା ବୋଲି ଜଣାପଡ଼ିଛି ।

ତେବେ ପ୍ରଶ୍ନ ଉଠୁଛି, ଲାଇଫଟାଇମ୍ ଆଚିଭମେଣ୍ଟ ପୁରସ୍କାର ମାଧ୍ୟମରେ ଦିଲ୍ଲୀର ଏକ ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ଓ ଆଚରଣକୁ ପ୍ରଂଶସା କରିବାକୁ ପଛାଉ ନଥିବାବେଳେ ତାଙ୍କ ଦଳର ନେତାମାନେ ଦିଲ୍ଲୀ ବିମାନ ବନ୍ଦର ଲାଉଞ୍ଜରେ ମଦ ପିଇ ମାତାଲା ହୋଇ ଓଡ଼ିଶା ପାଇଁ କେଉଁ ସଫଳତା ଆଣିଛନ୍ତି । ଲାଉଞ୍ଜରେ ମଦ ପିଇବା, ମାତାଲ ହୋଇ ନିଜ ଉପରୁ ନିୟନ୍ତ୍ରଣ ହରାଇ ବୋର୍ଡିଂ ନକରିପାରିବା, ଏପଟେ ବିମାନକୁ ଆଉ କିଛି ସମୟ ବିଳମ୍ବ କରାଇବା ନିମନ୍ତେ ପାଇଲଟଙ୍କ ସହ ଅନ୍ୟ କିଛି ବିଜେଡି ନେତା ଯୁକ୍ତିତର୍କ କରିବା ଓଡ଼ିଶାର କେଉଁ ପ୍ରଶସ୍ତି ଗାନ କରାଉଛି ।

ଛାତ୍ର ଓ ଯୁବ ବିଜେଡିର ଚେହେରା ପାଲଟିଥିବା ଏହି ବିଜେଡି ନେତାମାନଙ୍କ ଆଚରଣ କ’ଣ ଓଡ଼ିଶାର ନାଁକୁ ଦିଲ୍ଲୀ ଦରବାରରେ ଆଗକୁ ନେଲା ନା ତଳିତଳାନ୍ତ କରୁଛି ତାହା ସହଜରେ ଅନୁମେୟ । ଏଭଳି ମଦୁଆ ନେତାମାନଙ୍କ ବିରୁଦ୍ଧରେ ବିଜେଡି ନେତୃତ୍ୱ ଓ ତାଙ୍କ ପରାମର୍ଶଦାତା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ସହ ସେମାନଙ୍କ ଆଚରଣ ପାଇଁ ଓଡ଼ିଶାକୁ ଆଉ ନିନ୍ଦିତ କରା ନଯାଉ ବୋଲି ଦାବି ହେଉଛି । ଦିଲ୍ଲୀ ବିମାନ ବନ୍ଦରରେ ଏଭଳି ଆଚରଣ କରି ରାଜ୍ୟକୁ ନିନ୍ଦିତ କରିଥିବା ବିଜେଡିର ଏହି ବିଧାୟକ(ବ୍ୟୋମକେଶଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି) ଓ ଯୁବନେତାମାନଙ୍କର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ଦଳର ପରାମର୍ଶଦାତା ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କିଛି ଉଦାହରଣ ସୃଷ୍ଟି କରିବେ ନା ନିଜର କିଛି ଦୋଷ ଦୁର୍ବଳତା ପାଇଁ ସେମାନଙ୍କର ଏଭଳି ସଙ୍ଗୀନ ଅପରାଧ(ଓଡ଼ିଶାର ଅସ୍ମିତାକୁ ବାହାରେ ଧୂଳିସାତ୍ କରିଥିବା)କୁ ଲୁଚାଇବାକୁ ତାଳିପକା ଉଦ୍ୟମ କରିବେ ତାକୁ ନେଇ ସାଧାରଣରେ ଚର୍ଚ୍ଚା ।

The post ଦିଲ୍ଲୀ ବିମାନବନ୍ଦର ଲାଉଞ୍ଜରେ ମଦ ପିଇ ବିଜେଡି ବିଧାୟକ ଓ ନେତା ମାତାଲ, ପାଇଲଟଙ୍କ ସହ ଯୁକ୍ତିତର୍କ appeared first on Odisha Reporter.



from Odisha Reporter https://ift.tt/TR0peg5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages