ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ୟୁନିଟ୍-୮ର ଏକ ବସ୍ତି ଅଞ୍ଚଳରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି କିଛି ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ ୟୁନିଟ୍-୮ ତୁଳସୀ ବସ୍ତିର ପି. ସୁବ୍ରତ ରାଓ ଓରଫ ଚନ୍ଦୁ । ତେବେ କାହିଁକି ଯୁବକମାନେ ସୁବ୍ରତଙ୍କୁ ହତ୍ୟା କଲେ, ତାର କାରଣ ଜଣାପଡିନାହିଁ।
ବସ୍ତିରେ ଚାଲିଥିବା ନିଶା ଦ୍ରବ୍ୟ କାରବାରକୁ ବିରୋଧ କରିବାରୁ ଚନ୍ଦୁଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ଭଉଣୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ବସ୍ତି ଅଞ୍ଚଳରେ କିଛି ଲୋକ ବ୍ରାଉନସୁଗର କାରବାର କରୁଥିଲେ। ଚନ୍ଦୁ ନିଶାମୁକ୍ତ ହୋଇ ନିଶା ନିବାରଣ କେନ୍ଦ୍ରରୁ ଫେରିବା ପରେ ଏହାକୁ ବିରୋଧ କରୁଥିଲେ। ବାରମ୍ବାର ବିରୋଧ କରିବା ଯୋଗୁ ସେମାନେ ଆକ୍ରୋଶର ଶିକାର ହୋଇଥିଲେ। ଶେଷରେ ସେହିମାନେ ତାଙ୍କ ଭାଇଙ୍କୁ ପିଟିପିଟି ମାରିଦେଲେ ବୋଲି ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, କିଛି ଦିନ ତଳେ ଭୁବନେଶ୍ୱର ଡିସିପ ଅଫିସ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ ଦୁର୍ବୃତ୍ତ।
ପାର୍ବଣ ଋତୁ ଚାଲିଥିବାରୁ କମିଶନରେଟ୍ ପୁଲିସ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ରାତିରେ ବିଭିନ୍ନ ଛକରେ ପୁଲିସ ପଇନ୍ତରା ମାରୁଛନ୍ତି। ଏହା ସତ୍ତ୍ୱେ ବି ଅପରାଧୀମାନେ ଜନ ଗହଳି ସ୍ଥାନରେ ହତ୍ୟାକାଣ୍ଡ ଘଟାଇ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।
The post ନିଶା ଦ୍ରବ୍ୟ କାରବାରକୁ ବିରୋଧ କରିବାରୁ ଯୁବକଙ୍କୁ ମାରିଦେଲେ appeared first on Odisha Reporter.
from Odisha Reporter https://ift.tt/dkcqx5T
No comments:
Post a Comment