ପାଣାଜୀ: ପ୍ରଶାସନ ପ୍ରସ୍ତୁତ ଥିଲା। ପୁଲିସ ମୁତୟନ ଥିଲା। ବୋଲଡୋଜ୍ର ପହଞ୍ଚି ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରିଥିଲା। ହଠାତ୍ ସୁପ୍ରିମକୋର୍ଟଙ୍କ ରହିତା ଦେଶ ଅର୍ଡ଼ର ଆସିଲା। ଏହା ପରେ ରେଷ୍ଟୁରାଣ୍ଟ ଭଙ୍ଗା କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ବିବାଦୀୟ ରେଷ୍ଟୁରାଣ୍ଟଙ୍କୁ ଭାଙ୍ଗିବା ଅଭିଯାନରେ ଲାଗିଛି ରୋକ୍। ଆଜି ତୁରନ୍ତ ଶୁଣାଣି ପରେ ରେଷ୍ଟୁରାଣ୍ଟ ଭାଙ୍ଗିବା ଉପରେ ରହିତା ଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଗୋଆର ପ୍ରସିଦ୍ଧ ଅଞ୍ଜୁନା ବେଳାଭୂମିରେ ଅବସ୍ଥିତ ‘କର୍ଲିଜ ରେଷ୍ଟୁରାଣ୍ଟରେ ହିଁ ସୋନାଲିଙ୍କ ମୃତ୍ୟୁର ଷଡ଼ଯନ୍ତ୍ର ରଚାଯାଇଥିଲା। ମୃତ୍ୟୁର କିଛି ସମୟ ପୂର୍ବରୁ ରେଷ୍ଟୁରାଣ୍ଟରେ ହିଁ ସୋନାଲି ରଙ୍ଗିନ୍ ପାର୍ଟିରେ ସାମିଲ ହୋଇଥିବା ନଜରକୁ ଆସିଥିଲେ।
ଗୋଆସ୍ଥିତ ‘କର୍ଲି କ୍ଲବ୍’ର ଧ୍ୱଂସ ଉପରେ ରୋକ ଲଗାଇବା ପାଇଁ ହୋଇଥିବା ଆବେଦନକୁ ନ୍ୟାନାଲ୍ ଗ୍ରିନ୍ ଟ୍ରିବୁନାଲ୍ ଖାରଜ କରିଦେଇଥିଲେ। ଏହା ପରେ କ୍ଲବ୍କୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଉପକୂଳବର୍ତ୍ତୀ ଅଞ୍ଚଳରେ ନିର୍ମାଣ ପାଇଁ ଥିବା ନିୟମ ଉଲ୍ଲଂଘନ କରିଥିବାରୁ ଏହି କ୍ଲବକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ଏହି ନିର୍ଦ୍ଦେଶ ଗୋଆ କୋଷ୍ଟାଲ୍ ଜୋନ୍ ମ୍ୟାନେଜମେଣ୍ଟ ଅଥରିଟି ଦ୍ୱାରା ଜାରି କରାଯାଇଛି।
ଯାହାକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ସମର୍ଥନ ମିଳିଛି। ଫୋଗାଟ୍ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ପାଞ୍ଚ ଜଣଙ୍କ ମଧ୍ୟରେ ଏହାର ମାଲିକ ଏଡୱିନ୍ ନ୍ୟୁନ୍ସ ହେଉଛନ୍ତି ଅନ୍ୟତମ ଅଭିଯୁକ୍ତ । ତେବେ ଏଡୱିନ୍ ନ୍ୟୁନ୍ସଙ୍କୁ ଜାମିନ ପ୍ରଦାନ କରାଯାଇଛି।
The post ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲା, ରେଷ୍ଟୁରାଣ୍ଟ ଭାଙ୍ଗିବା ଉପରେ ସୁପ୍ରିମକୋର୍ଟ ରୋକ appeared first on Odisha Reporter.
from Odisha Reporter https://ift.tt/tCUbfkm
No comments:
Post a Comment