ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ମହାଳୟା। ପିତୃପକ୍ଷର ଶେଷ ଦିନ। ଏ ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ। ବର୍ଷକରେ ଗୋଟିଏ ଥର ମାଆଙ୍କର ଏହି ବିରଳ ବେଶ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି।
ବର୍ଷସାରା, ମା’ ସମଲେଇ ସିନ୍ଦୁର ରଙ୍ଗରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ, କେବଳ ମହାଳୟା ଦିନ ହୁଏ ମା’ଙ୍କ ଧବଳମୁଖୀ ବେଶ। ପୂଜକ ମାନେ ଶଙ୍ଖ ଓ ଗୋପୀ ତିଳକରେ ଧବଳ ପ୍ରଲେପ ଦିଆଯାଇ ଧବଳମୁଖୀ ବେଶରେ ମାଁ ଙ୍କୁ ସଜ୍ଜିତ କରିଛନ୍ତି। ଏଥି ସହିତ ଧଳା ରଙ୍ଗର ଫୁଲ ମା’ଙ୍କୁ ଅର୍ପଣ କରାଯାଇଛି। ୨ ବର୍ଷ ପରେ ପୁଣି ଥରେ ମା’ଙ୍କ ଧବଳମୁଖୀ ଦର୍ଶନ ପାଇଁ ଭିଡ ଲାଗିଛି।
ମା’ଙ୍କର ଏହି ବେଶକୁ ଗଙ୍ଗା ବେଶ ମଧ୍ୟ କୁହାଯାଏ। ଯେଉଁମାନେ ଗଙ୍ଗା ଦର୍ଶନ କରି ନ ଥାନ୍ତି, ସେମାନେ ଧବଳମୁଖୀ ବେଶ ଦର୍ଶନ କଲେ, ଗଙ୍ଗା ଦର୍ଶନ ଓ ସ୍ନାନର ପୁଣ୍ୟ ଫଳ ମିଳେ ବୋଲି ବିଶ୍ୱାସ ରହିଛି। ଏପରିକି ଯେଉଁମାନେ ପିଣ୍ଡଦାନ କରି ପାରିନଥାନ୍ତି ଏହି ଦିନରେ ପିଣ୍ଡଦାନ ମଧ୍ୟ କରିଥାନ୍ତି।
The post ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ appeared first on Odisha Reporter.
from Odisha Reporter https://ift.tt/pRgJbzF
No comments:
Post a Comment