୬ ବର୍ଷ ପରେ ଲାଲୁ-ନୀତୀଶ ଯୋଡ଼ିଙ୍କୁ ଭେଟିବେ ସୋନିଆ ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 24, 2022

୬ ବର୍ଷ ପରେ ଲାଲୁ-ନୀତୀଶ ଯୋଡ଼ିଙ୍କୁ ଭେଟିବେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବାକୁ ଚାଲିଥିବା ଉଦ୍ୟମ ଆଜି ଆଉ ଗୋଟିଏ ପାଦ ଆଗେଇବାର ସମ୍ଭାବନେ ସୃଷ୍ଟି ହୋଇଛି। କାରଣ ବିରୋଧୀଙ୍କୁ ଏକାଠି କରିବାକୁ ଚେଷ୍ଟା ଚଳାଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିବେ। ତାଙ୍କ ସହ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ମଧ୍ୟ ସୋନିଆଙ୍କୁ ଭେଟିବେ। ପ୍ରାୟ ୬ ବର୍ଷ ପରେ ଏହି ୩ ହେଭିୱେଟ ଏକାଠି ବୈଠକ କରିବାକୁ ଯାଉଛନ୍ତି। ସେହିପରି ସୋନିଆ ମଧ୍ୟ ଲାଲୁ-ନୀତୀଶ ଯୋଡ଼ିଙ୍କୁ ୬ ବର୍ଷ ପରେ ଭେଟିବେ।

ଲାଲୁ ଓ ନୀତୀଶ କୁମାର ଫତେହାବାଦ ଜିଲ୍ଲାରେ ଆଇଏନଏଲଡିର ପ୍ରତିଷ୍ଠାତା ଦିବଙ୍ଗତ ଚୌଧୁରୀ ଦେବୀ ଲାଲଙ୍କ ଜନ୍ମ ବାର୍ଷିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଦିଲ୍ଲୀ ଆସିଛନ୍ତି। ଏହି କାର୍ଯ୍ୟକ୍ରମର ଆୟୋଜନ ଆଇଏନଏଲଡି ନେତା ଓମ ପ୍ରକାଶ ଚୌତାଲା ନେଉଛନ୍ତି। କାର୍ଯ୍ୟକ୍ରମ ଜରିଆରେ ସେ ସବୁ ବିରୋଧୀଙ୍କୁ ଏକାଠି କରି ଶକ୍ତି ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଲାଲୁ ଓ ନୀତୀଶ ଦିଲ୍ଲୀରେ ସୋନିଆଙ୍କୁ ଭେଟିବେ। ଏହି ସମୟରେ ୩ ଦଳର ନେତା ଆଗାମୀ ରାଜନୀତିକ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିବାର ସମ୍ଭାବନା ରହିଛି। ସେହିପରି ବିଜେପିକୁ କାଉଣ୍ଟର କରିବାକୁ କ’ଣ ସବୁ ପଦକ୍ଷେପ ନେବାକୁ ପଡ଼ିବ, ତା’ର ରଣନୀତି ମଧ୍ୟ ବୈଠକରେ ପ୍ରସ୍ତୁତ କରାଯିବ ବୋଲି କୁହାଯାଉଛି।

ମଙ୍ଗଳବାର ଲାଲୁ ପ୍ରସାଦ ଯାଦବ ଦିଲ୍ଲୀରେ ନୀତୀଶ କୁମାରଙ୍କ ସହ ସୋନିଆ ଗାନ୍ଧିଙ୍କୁ ଭେଟିବେ ବୋଲି ସୂଚନା ଦେଇଥିଲେ। ସେ କହିଥିଲେ ଯେ “ସମସ୍ତଙ୍କୁ ଆଲର୍ଟ ରହିବାକୁ ପଡ଼ିବ। ୨୦୨୪ରେ ବିଜେପିର ମୂଳପୋଛ ହେବା ଦରକାର। ମୁଁ ଦିଲ୍ଲୀ ଯିବି ଓ ସୋନିଆ ଗାନ୍ଧିଙ୍କୁ ଖୁବଶୀଘ୍ର ଭେଟିବି। ରାହୁଲ ଗାନ୍ଧି ଏବେ ପଦଯାତ୍ରା କରୁଛନ୍ତି। ଏହା ଶେଷ ହେବା ପରେ ମୁଁ ତାଙ୍କୁ ମଧ୍ୟ ଭେଟିବି।”

ବିଜେପିକୁ ବିହାରରେ ଛାଡ଼ପତ୍ର ଦେବା ପରେ ନୀତୀଶ କୁମାର କଂଗ୍ରେସ ଓ ଆରଜେଡି ସହ ମିଶି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହାପରେ ସେ ବିଜେପି ବିରୋଧରେ ମିଶନ ୨୦୨୪ ଆରମ୍ଭ କରିଛନ୍ତି। ଏଥିପାଇଁ ସେ ଦିଲ୍ଲୀ ଆସି ରାହୁଲ ଗାନ୍ଧି, ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ, ଅଖିଲେଶ ଯାଦବ, ସିପିଆଇଏମର ସୀତାରାମ ୟେଚୁରୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରମୁଖଙ୍କୁ ଭେଟିଥିଲେ।

ଏହି ଭେଟଘାଟ ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବିହାର ଯାଇ ନୀତୀଶ କୁମାର ଓ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସହ ବୈଠକ କରିଥିଲେ। ସେହିପରି ନୀତୀଶ କୁମାର ୨୦୨୪ରେ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ମଧ୍ୟ କୁହାଯାଇଛି।

The post ୬ ବର୍ଷ ପରେ ଲାଲୁ-ନୀତୀଶ ଯୋଡ଼ିଙ୍କୁ ଭେଟିବେ ସୋନିଆ ଗାନ୍ଧି appeared first on Odisha Reporter.



from Odisha Reporter https://ift.tt/Ubux9pc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages